ବ୍ୟୁରୋ ରିପୋର୍ଟ: ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ। ତେବେ ବିଶେଷ ରିପୋର୍ଟରୁ ଏହା ଜଣା ଯାଇଛି ଏବଂ ଏହାବି ଜଣା ଯାଇଛି କି ଏହାର ପ୍ରଭାବରେ ରାଜ୍ୟରେ ୪ ରୁ ୫ ଦିନ ବର୍ଷା ଲାଗି ରହିବ। ଏହାକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
ତେବେ ୭ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ନିଂ। ସେହି ଜିଲ୍ଲା ଗୁଡିକ ହେଲା; ରାୟଗଡା, ବରଗଡ଼, କନ୍ଧମାଳ, ନୂଆପଡା,ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ । ସେହିପରି ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ପ୍ରାୟ ୧୧ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି।

ତେବେ ଆପଣ ସତର୍କତା ଅବଲମ୍ବନ ନିଶ୍ଚିତ ଭାବରେ କରନ୍ତୁ, ଓଦା ହୁଅନ୍ତୁ ନାହିଁ ଦେହ ଖରାପ ହେବାର ସମ୍ଭାବନା ଅଛି। ଆବଶ୍ୟକ ସାମଗ୍ରୀ ଆଣି ପୂର୍ବରୁ ଘରେ ରଖନ୍ତୁ। ଗୃହପାଳିତ ପଶୁଙ୍କୁ ସୁବିଧା ଜାଗାରେ ଆଣି ଆଗ ରଖନ୍ତୁ। ତାଙ୍କର ଯତ୍ନ ନେବା ସହ ନିଜର ଏବଂ ପରିବାର ଲୋକଙ୍କ ଯତ୍ନ ନିଅନ୍ତୁ। ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।