ବ୍ୟୁରୋ ରିପୋର୍ଟ: ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏବେ ଗୋଟେ ଲଘୁଚାପର ପ୍ରକୋପ ସରିବା ପୂର୍ବରୁ ଆହୁରି ଏକ ଲଘୁଚାପର ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ବିଶେଷଜ୍ଞ ଉମାସଙ୍କର ଦାସଙ୍କ ସୂଚନା ଅନୁସାରେ ଆଗାମୀ ୫ ଦିନ ରାଜ୍ୟର ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆପଣଙ୍କୁ କହିରଖିବୁ ପାଣିପାଗ ବିଶେଷଜ୍ଞ ଉମାସଙ୍କର ଦାସଙ୍କ କହିବା ଅନୁସାରେ ଏବେ କିଛି ଦିନ ହେବ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଏହାର ପ୍ରକୋପ କମିବା ଭିତରେ ଆସନ୍ତା ୧୩ ରେ ଆଉ ଏକ ଲଘୁଚାପର ସଂକେତ ମିଳିବ ଯାହା ଦ୍ୱାରା ଆସନ୍ତା ଦୁଇ ଦିନ ପ୍ରବଳର ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୧୩,୧୪ ତାରିଖରେ ଅଧିକ ବର୍ଷା ହେବାର ଚାନ୍ସ ଅଛି ଓ ଖାସ କରି ୧୪ ରେ ଭୀଷଣ ବର୍ଷାର ସମ୍ଭାବନା ରହିଛି। ୧୫ ତାରିଖରୁ ବର୍ଷା ଧୀରେ ଧୀରେ କମିବ।

ପାଣିପାଗ ବିଭାଗର ସୂଚନା ଅନୁସାରେ କାଲି ଛତିଶଗଡ଼ରେ ପ୍ରବଳ ବର୍ଷାର ରେକର୍ଡ କରାଯାଇଛି। ଏହା ସହ ଉପର ଓ ତଳ ଉଭୟ। ଅଧିକ ବର୍ଷା ହେବା କାରଣରୁ ବନ୍ୟାର ସ୍ଥିତି ଉପୁଜିବାରେ ଲାଗିଛି। ଆଗକୁ ଆଗକୁ ଏହିପରି ବର୍ଷା ହେଲେ ବନ୍ୟାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର, କରୋନା ଅପଡେଟ , ମନରୋଞ୍ଜନ୍ ଧର୍ମୀ ବିଷୟ , ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।