କେତେ ଦିନ ହେବ କରୋନା ପ୍ରଭାବରେ କେତେକ ଦେଶରେ ସମସ୍ୟା ଦେଖାଯାଉଛି। ଆଜିର ଏହି ଆର୍ଟିକଲରେ ଆମେ ଏହାକୁ ନେଇ କିଛି ବିଶେଷ ତଥ୍ୟ ଜାଣିବା। କେତେ ଦିନ ହେବ କରୋନାର ନୂତନ ଭାରିଆଣ୍ଟ ଆସିବାରେ ଲୋକଙ୍କ ପାଇଁ ଚିନ୍ତା ଆଣିଛି।
ଡେଲଟା ବିଷୟରେ ତ ଆପଣମାନେ ପ୍ରାୟ ନିହାତି ଭାବରେ ଶୁଣିଥିବେ। ଡେ଼ଲ୍ଟା ଯେତିକି ପରିମାଣରେ ମାରାତ୍ମକ ଥିଲା ତାହା ତୁଳନାରେ ତିନି ଗୁଣ ଅଧିକ ସଂକ୍ରମକ ହେଉଛି ଓମିକ୍ରନ। ଏହା ଖୁବ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି।ଏହାର ପଜିଟିଭିଟି ୧୦ ପ୍ରତିଶତ ହେଲେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।
ଏହାକୁ ନେଇ ରାଜ୍ୟ ମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ବଦେଶରେ ଦୁଇଶହ ଟପିଲାଣି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା। ୱାର ରୁମ ପ୍ରସ୍ତୁତ ରଖିବାକୁ ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ସହିତ ସଂକ୍ରମିତଙ୍କ ବାବଦରେ ଜିଲ୍ଲା ସ୍ତରରେ ନିୟମିତ ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

ସଂକ୍ରମଣ ବ୍ୟାପିବା ପୂର୍ବରୁ କଣ୍ଟେଟମେଣ୍ଟ ଭଳି ପଦକ୍ଷେପ ନିଅ ଏବଂ ଟୀକା କରଣକୁ ଗୁରୁତ୍ୱ ଦିଅ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିରେ କହିଛନ୍ତି। ଶତ ପ୍ରତିଶତ ଟୀକା କରଣକୁ ଗୁରୁତ୍ୱ ଦେବା କଥା ମଧ୍ୟ ସେ କହିଛନ୍ତି। ଜାନୁଆରୀରେ ବଡ଼ ଧରଣର ବିପଦ ଆସିବା କଥା କହିଛନ୍ତି ଏବଂ ଏବେଠାରୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ତେବେ ଆପଣ ମାସ୍କ ବ୍ୟବହାର କରନ୍ତୁ ଏବଂ ସାନିଟାଇଜର ମଧ୍ୟ ବ୍ୟବହାର କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।