ଅଷ୍ଟ୍ରେଲିଆରେ ବୁମରା ଓ ସିରାଜଙ୍କୁ ଦିଆଗଲା ଅସମ୍ମାନ, ଏହାକୁ ନେଇ BCCI ଦେଲା କଡା ଜବାବ। ଜାଣନ୍ତୁ କଣ ଅଟେ ଘଟଣା?

ସିଡନି କ୍ରିକେଟ ଗ୍ରାଉଣ୍ଡରେ ୧୦ ହଜାର ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ଦିଆଯାଇଥିଲା। ତେଣୁ ସବୁ କିଛି ସଫା ସଫା ଶୁଣାଯାଉଥିଲା। ମାମଲା ଏବେ କ୍ରିକେଟ ଅଷ୍ଟ୍ରେଲିଆ ପାଖକୁ ଚାଲିଯାଇଛି। ବିସିସିଆଇ ଏବେ ଏହି ମାମଲାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମ୍ପର୍କରେ ଅଛି।

Google

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନିରେ ଅନୁଷ୍ଠିତ ହେଉଛି।ଏହି ମଧ୍ୟରେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଭାରତୀୟ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ଅପମାନର ସାମ୍ନା କରିବାକୁ ପଡିଛି। ସିଡ଼ନି କ୍ରିକେଟ ଗ୍ରାଉଣ୍ଡର କିଛି ଦର୍ଶକ ଦୁହିଁଙ୍କୁ ଗାଳି ଦେଇଥିଲେ। ଏହା ଉପରେ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ମ୍ୟାଚ ରେଫରି ଡେଭିଡ ବୁନଙ୍କୁ ଅଭିଯୋଗ କରିଥିଲେ। ବୋର୍ଡର ଏକ ଅଧିକାରୀ କହିଛନ୍ତି ଏହାକୁ ଆମେ ସହ୍ୟ କରିବୁନି।

ଶନିବାରକୁ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ କିଛି ସିନିୟର ଖେଳାଳୀ ଅମ୍ପାୟାର ପୋଲ ରାଇଫଲ ପୋଲ ବିଲସନଙ୍କୁ ଏହି କଥାର ସୂଚନା ଦେଇଥିଲେ। ଭାରତୀୟ ଅଧିନାୟକ କହିଥିଲେକି ତାଙ୍କର ଦୁଇଜଣ ଖେଳାଳୀଙ୍କୁ ଗାଳି ଦିଆଯାଇଛି। କୁହାଯାଉଛି କି ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କ ଏକ ସମୂହ ନିଶାରେ ଏଭଳି କାମ କରିଛନ୍ତି। ସେମାନେ ବୁମରା ଓ ସିରାଜଙ୍କୁ ମାଙ୍କଡ କହିବା ସହ ଖରାପ ଗାଳି ଦେଇଥିଲେ। ଅମ୍ପାୟାରଙ୍କ ସହ ଅଧିନାୟକ କଥା ହେବା ପରେ ଟିମ ମ୍ୟାନେଜମେଣ୍ଟ ଡେଭିଡ ବୁନଙ୍କୁ ଭେଟି ଅଭିଯୋଗ କରିଛନ୍ତି।

Google

ଏହା ଜଣାପଡ଼ିଛି କି ବୋଲର ତୃତୀୟ ଦିନ ଖେଳ ଶେଷ ଶେଷନରେ ଟିମ ପ୍ରାବନ୍ଧନଙ୍କୁ ଏହାର ସୂଚନା ଦେଇଥିଲେ।ସହାୟକ ଷ୍ଟାକ ବାହାରକୁ ଆସିଲେ ଓ ଖେଳ ଶେଷ ହେବା ପର୍ଯ୍ୟନ୍ତ ବାଉଣ୍ଡରିରେ ତାଙ୍କ ପାଖରେ ରହିଥିଲେ। ସିଡନି କ୍ରିକେଟ ଗ୍ରାଉଣ୍ଡରେ ୧୦ ହଜାର ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ଦିଆଯାଇଥିଲା। ତେଣୁ ସବୁ କିଛି ସଫା ସଫା ଶୁଣାଯାଉଥିଲା। ମାମଲା ଏବେ କ୍ରିକେଟ ଅଷ୍ଟ୍ରେଲିଆ ପାଖୁ ଚାଲିଯାଇଛି। ବିସିସିଆଇ ଏବେ ଏହି ମାମଲାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମ୍ପର୍କରେ ଅଛି।

ମାମଲା ଆଇସିସି ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ସାମ୍ନାକୁ ଅଣାଯାଇଛି। ଅନ୍ୟ ପଟେ ରିଷଭ ପନ୍ତଙ୍କ ଆଘାତକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବ୍ୟାଟିଙ୍ଗ ସମୟରେ ତାଙ୍କୁ ଆଘତ ଲାଗିଥିଲା। ଏହା ପରେ ତାଙ୍କୁ ସ୍କାନିଙ୍ଗ ପାଇଁ ମେଡ଼ିକାଲ ନିଆଯାଇଥିଲା। ସ୍କାନିଙ୍ଗରେ ଏହା ଜଣାପଡିଛିକି ତାଙ୍କୁ କୌଣସି ଗମ୍ଭୀର ସମସ୍ୟା ନାହିଁ। ସେ ଚତ୍ରୁର୍ଥ ପାରିରେ ବ୍ୟାଟିଙ୍ଗ ପାଇଁ ଉପସ୍ଥିତ ହେବେ କିନ୍ତୁ ଟିମ ମ୍ୟାନେଜମେଣ୍ଟ ରବିନ୍ଦ୍ର ଜାଡେଜାଙ୍କୁ ନେଇ ଚିନ୍ତାରେ। ଆଙ୍ଗୁଠିରେ ଆଘାତ କାରଣରୁ ସେ ବି ପଡିଆ ବାହାରକୁ ଚାଲିଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *