ଆପଣମାନେ ଜାଣିଥିବେ ଆଜିକାଲି ସାଇବର ଠକେଇ ବହୁତ ପରିମାଣରେ ହେଉଛି। ଏହାକୁ ଧରିବା ମଧ୍ୟ ବହୁତ କଷ୍ଟ। ଲୋକଙ୍କ ଟିକେ ଭୁଲ କାରଣରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଛନ୍ତି ସାଇବର ଲୁଟେରା।ଅଳ୍ପ ଦିନ ତଳେ ଏହି ପର ସାଇବର ଠକଙ୍କ ଦ୍ଵାରା ଶିକାର ହୋଇଛନ୍ତି ଜଣେ ଶିକ୍ଷୟିତ୍ରୀ। ସେ ଗୋଟେ ୱାସିଂଙ୍ଗମେସିନ ବିକ୍ରିକରିବାକୁ ଯାଇ ଲୁଟେରାଙ୍କ ଯାଲରେ ଫସିଯାଇଥିଲେ। ତାଙ୍କର ଟିକେ ଭୁଲ କାରଣରୁ ତାଙ୍କୁ ୧୯ ହଜାର ଟଙ୍କା କ୍ଷତି ସହିବାକୁ ପଡିଲା। ଏକ ପ୍ରାଇଭେଟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି ରେଶମା ମହାପାତ୍ର। ସେ ନିଜର ଏକ ୱାସିଂମେସିନ ବିକ୍ରି କରିବା ପାଇଁ OLX ରେ ବିଜ୍ଞାପନ ଦେଇଥିଲେ।ଏହାର ସୁଯୋଗ ନେଇ ଜଣେ ସାଇବର ଠକ ତାଙ୍କୁ ଫୋନ କରିଥିଲା ଓ ତାଙ୍କର ଟିକେ ଭୁଲ ପାଇଁ ସେ ପଇସା ଲୁଟିନେଇଥିଲା। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ଲୁଟ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ଏବେ ପୋଲସ ଯାଞ୍ଚ ଆରମ୍ଭ କରିଦେଇଛି।

ଯାହା ଜଣାପଡ଼ିଛି ପୂର୍ବ ସପ୍ତାହରେ ଶିକ୍ଷୟିତ୍ରୀ ଜଣକ ଏକ ୱାସିଂମେସିନ ବିକ୍ରି କରିବା ପାଇଁ OLX ରେ ବିଜ୍ଞାପନ ଦେଇଥିଲେ। ଏହା ପରେ ଅନେକ ଲୋକ ମଧ୍ୟ ତାଙ୍କୁ ଫୋନ କରୁଥିଲେ। ମଙ୍ଗଳବାର ଦିନ ଜଣେ ଲୋକ ଫୋନ କଲା।ସେ ଏହାକୁ ମଧ୍ୟ ବାକି କିଣିବାକୁ ଫୋନ କରିଥିବା ଲୋକ ଭାବିଲେ। ସେହି ବ୍ୟକ୍ତି ଜଣଙ୍କ ଓଡ଼ିଆ ନ କହି ହିନ୍ଦୀ କହୁଥିଲା ଓ ୱାସିଂମେସିନ ନବବୋଲି କହିଲା।ତାଙ୍କର ଷ୍ଟେସନ ପାଖରେ ମମତା ଫର୍ନିଚର ନାମରେ ଏକ ଦୋକାନ ଅଛି ବୋଲି ସେ ଶିକ୍ଷୟତ୍ରୀଙ୍କୁ ମିଛରେ କହିଥିଲା। ଏହା ପରେ ସେ ନିଜ ଲୋକମାନଙ୍କ ଦ୍ଵାରା ନେବ ବୋଲି କହିଲା।
ପଇସା ସେ ଶିକ୍ଷୟିତ୍ରୀଙ୍କୁ ଅନଲାଇନ ପେମେଣ୍ଟ କରିଦେବ ବୋଲି କହିଥିଲା। ଏହା ପରେ ଚାଲାଖ ପରି ମିଛରେ ୫ ଟଙ୍କା ଯାଉଛି କି ନାହିଁ ଦେଖିବା ପାଇଁ ମହିଳାଙ୍କ ଗୁଗୁଲ ପେ ନମ୍ବର ମାଗିଲା। ଏହା ପରେ ସେ ମହିଳାଙ୍କ ପାଖକୁ ଏକ ସ୍କାନକୋଡ଼ ପଠାଇଥିଲା। ମହିଳା ଜାଣିନପାରିବାରୁ ସେ ମହିଳାଙ୍କୁ ଏହା ନୂଆ ପେମେଣ୍ଟ ମେଥଡ଼ ବୋଲି କହିଥିଲା। ଏହା ପରେ ମହିଳାଙ୍କ ଆକାଉଣ୍ଟରେ କିଛି ପଇସା ନଥିଲା କିନ୍ତୁ ଲୁଟେରା ଜଣଙ୍କ କହଥିଲା କି ଯଦି ଆପଣଙ୍କ ଆକାଉଣ୍ଟରେ ପଇସା ନଥିବ ତେବେ ପଇସା ପଠାଇହେବନି।
ୱାସିଂମେସିନ୍ ବିକିବା ପାଇଁ ଏ ମହିଳା ଜଣକ ବିଜ୍ଞାପନ ଦେଇଥିଲେ। ହେଲେ ୱାସିଂମେସିନ୍ ବିକିବେ କଣ ଲୁଟେରା କେମିତି ଫନ୍ଦି କଲା ଯେ, ସିଧା ୧୯ ହଜାର ଚଳୁ… ଶୁଣନ୍ତୁ କେମିତି? #Bhubaneswar #Odisha pic.twitter.com/5JzViEWRdY
— ଓଟିଭି (@otvkhabar) February 10, 2021
ଏହା ପରେ ମଧ୍ୟ ମହିଳା ଜଣଙ୍କ ବୁଝିପାରିନଥିଲେ।ଏହା ପରେ ସେ ୯୫୦୦ ଲେଖା ୧୯ ହଜାର ନିଜ ସ୍ୱାମୀଙ୍କ ଆକାଉଣ୍ଟରୁ ଆଣିଥିଲେ। କିନ୍ତୁ ସେହି ଟଙ୍କା ମହିଳାଙ୍କ ଆକାଉଣ୍ଟରୁ କଟିଯାଇଥିଲା। ଏହା ପରେ ମହିଳା ଜଣଙ୍କ ଠକାମୀର ଶିକାର ହୋଇଛନ୍ତି ଵୋଲି ଜାଣିପାରିଲେ।ଏହା ପରେ ସେ ଆଉ ଟଙ୍କା ନଆଣି ଫୋନ କାଟିଦେଲେ ଓ ଥାନାରେ ଏହାର ଅଭିଯୋଗ କଲେ। ମନେ ରଖନ୍ତୁ କୌଣସି ଅନଲାଇନ ଡିଟେଲ୍ସ କାହା ସହ ମଧ୍ୟ ସେୟାର କରନ୍ତୁ ନାହିଁ କାରଣ ଆପଣଙ୍କ ଟିକେ ଭୁଲ କାରଣରୁ ଆପଣ ସାଇବର ଠକେଇର ଶିକାର ହୋଇପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।