IPL ୨୦୨୧: ଗୌତମ ଗମ୍ଭୀର ବିରାଟ କୋହଲିଙ୍କ ନେଇ ଦେଲେ ଚମକେଇଦେବା ପରି ବୟାନ। ଚାରିଆଡେ ହେଉଛି ଚର୍ଚ୍ଚା।

ଆଇପିଏଲରେ ଥରେ ମଧ୍ୟ ଆରସିବିକୁ ଟ୍ରଫି ଜିତାଇପାରି ନଥିବା ଅଧିନାୟକ ବିରାଟ କୋହଲିଙ୍କ ଉପରେ ଅନେକ ସମୟରେ ପ୍ରଶ୍ନ ଉଠାଯାଇଥାଏ। କେକେଆରର ପୂର୍ଵ ଅଧିନାୟକ ଗୌତମ ଗମ୍ଭୀର ମଧ୍ୟ ଅନେକ ସମୟରେ କୋହଲିଙ୍କ ଉପରେ ପ୍ରଶ୍ନ ଉଠାଇଥାନ୍ତି। ବୁଧବାରକୁ ମଧ୍ୟ ଗମ୍ଭୀର ଏପରି କରିଛନ୍ତି ଓ ବିରାଟଙ୍କର ଏକ କଥା ଗମ୍ଭୀରଙ୍କୁ ଚକିତ କରିଦେଇଛି।

Google

ବିରାଟ କୋହଲି ହାଇଦ୍ରାବାଦ ବିରୁଦ୍ଧରେ ଟର୍ଚ୍ଚ ଜିତିସାରିବା ପରେ କହିଥିଲେ ସେ ପ୍ରଥମେ ବ୍ୟାଟିଙ୍ଗ କରିବେ ଓ ତୃତୀୟ ନମ୍ବରରେ ସାହବାଜ ଅହମ୍ମଦ ଖେଳିବାର ନଜର ଆସିବେ। ବିରାଟ କୋହଲିଙ୍କ ଏହି କଥା ଗୌତମ ଗମ୍ଭୀରଙ୍କୁ ଚକିତ କରିଛି। ସେ କମେଟ୍ରି ସମୟରେ କହିଥିଲେ ଏପରି ଅଧିନାୟକ ପ୍ରଥମ ଥର ଦେଖୁଛି ଯିଏ କହୁଛି କି ନମ୍ବର ୩ ରେ କିଏ ବ୍ୟାଟିଙ୍ଗ ପାଇଁ ପଡିଆକୁ ଓହ୍ଲାଇବ।

ଗମ୍ଭୀର ଉଠାଇଲେ ବିରାଟ କୋହଲିଙ୍କ ଉପରେ ପ୍ରଶ୍ନ:

ଗମ୍ଭୀର କମେଟ୍ରି ସମୟରେ କହିଛନ୍ତି,”ଏପରି ଅଧିନାୟକ ପ୍ରଥମ ଥର ଦେଖୁଛି ଯିଏ କହୁଛି ନମ୍ବର ୩ ରେ କିଏ ବ୍ୟାଟିଙ୍ଗ କରିବା ପାଇଁ ମୈଦାନଙ୍କୁ ଓହ୍ଲାଇବ। ସାଧାରଣତଃ କ୍ୟାପଟେନମାନେ ଓପନିଙ୍ଗ ଯୋଡି ବିଷୟରେ ଆଲୋଚନା କରିଥାନ୍ତି”।

Google

ଗୌତମ ଗମ୍ଭୀର ଆରସିବି ଓ ବିରାଟ କୋହଲିଙ୍କ ଦ୍ୱିତୀୟ ପ୍ଲାନ ଉପରେ ମଧ୍ୟ ଖୁସି ଦେଖାଗଲେ ନାହିଁ। ଗମ୍ଭୀରଙ୍କ ଅନୁସାରେ ଏବି ଡିଭିଲିୟର୍ସ ଭଳି ବ୍ୟାଟ୍ସମ୍ୟାନଙ୍କୁ ନମ୍ବର ୩ ରେ ବ୍ୟାଟିଙ୍ଗ ଦେବା କଥା ଓ ଏହା ପରେ ମାକ୍ସଓଏଲଙ୍କୁ ହେଲେ ଆରସିବି ମାକ୍ସଓଏଲଙ୍କୁ ଚତ୍ରୁର୍ଥ ଓ ଡିଭିଲିୟର୍ସଙ୍କୁ ପଞ୍ଚମ ନମ୍ବରରେ ଖେଳାଉଛି।

ଅସଫଳ ରହିଲେ ସାହବାଜ ଅହମ୍ମଦ:

ସାହବାଜ ଅହମ୍ମଦଙ୍କୁ ବିରାଟ କୋହଲି ୩ ନମ୍ବରରେ ବ୍ୟାଟିଙ୍ଗ କରାଇଥିଲେ କିନ୍ତୁ ସେ କିଛି ଖାସ କରିପାରିନଥିଲେ। ସେ ୧୦ ବଲରେ ମାତ୍ର ୧୪ ରନର ପାରି ଖେଳି ଆଉଟ ହୋଇଯାଇଥିଲେ। ଭଲ ଆରମ୍ଭ କରି ମଧ୍ୟ ସାହବାଜ ଅହମ୍ମଦ ନିଜ ୱିକେଟ ନଦୀମଙ୍କୁ ଦେଇଥିଲେ।ସାହବାଜ ପ୍ରଥମ ମ୍ୟାଚରେ ମଧ୍ୟ ଅସଫଳ ରହିଥିଲେ।ଅଭ୍ୟାସରେ ଭଲ କରିଥିବାରୁ ଟିମ ତାଙ୍କୁ ମୌକା ଦେଇଥିଲା। ନିଜେ ଅଧିନାୟକ ବିରାଟ କୋହଲି ମଧ୍ୟ ସେଟ ହେବା ପରେ ନିଜ ୱିକେଟ ଦେଇଦେଇଥିଲେ। ବିରାଟ କୋହଲି ୨୯ ବଲରେ ୩୩ ରନ ବନେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *