IND VS ENG:ବିରାଟ କୋହଲି ଟି୨୦ରେ ବନେଇଲେ ଚାହୁଁନଥିବା ରେକର୍ଡ! ସମସ୍ତେ ଚକିତ।

ଇଂଲଣ୍ଡ ବିରୁଦ୍ଧରେ ଟି୨୦ ସିରିଜରେ ଭାରତୀୟ ଦଳ ଭଲ ଖେଳ ଦେଖେଇପାରିନାହିଁ। ୫ଟି ମ୍ୟାଚର ସିରିଜରେ ଭାରତୀୟ ଦଳ ୧-୨ରେ ପଛରେ ଚାଲୁଛି। ଚତୁର୍ଥ ମ୍ୟାଚ ଆଜି ଅର୍ଥାତ ଗୁରୁବାରକୁ ଖେଳାଯିବ। ଅଧିନାୟକ ବିରାଟ କୋହଲି ଦୁଇଟି ମ୍ୟାଚରେ ବ୍ୟାଟରେ ଯଦିଓ ଭଲ ପ୍ରଦର୍ଶନ କରିଛନ୍ତି, କିନ୍ତୁ ଫିଲଡିଂରେ ସେ ଏକ ନଚାହୁଁଥିବା ରେକର୍ଡ ନିଜ ନାମରେ କରି ନେଇଛନ୍ତି। ଯଦିଓ ଆଇସିସିର କିମ୍ବା ଦୁନିଆର କୌଣସି ମଧ୍ୟ କ୍ରିକେଟ ବୋର୍ଡ ରନ ଓ ୱିକେଟ ଭଳି କ୍ୟାଚ ଛାଡିବାର ଅଧିକାରୀଙ୍କ ରେକର୍ଡ ରଖନ୍ତି ନାହିଁ।ଏମିତିରେ କ୍ୟାଚ ଛାଡିବାର ରେକର୍ଡରେ କେତେଥର ସେହି କ୍ୟାଚକୁ ସାମିଲ ମଧ୍ୟ କରିନିଆଯାଏ, ଯାହା ବହୁତ କଠିନ ହୋଇଥାଏ ଅବା ତାକୁ ଧରିବା ସମ୍ଭବ ପର ହୋଇନଥାଏ।

Google

ଇଂଲଣ୍ଡ ବିରୁଦ୍ଧରେ ତୃତୀୟ ଟି୨୦ ମ୍ୟାଚରେ ବିରାଟ କୋହଲି ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ୍ ଯଶ ବଟଲରଙ୍କ ୭୬ ରନରେ କ୍ୟାଚ ଛାଡିଥିଲେ। ବଟଲର ମ୍ୟାଚରେ ଅପରାଜିତ ୮୩ ରନ କରିଥିଲେ ଓ ଦଳକୁ ୮ ୱିକେଟରେ ବିଜୟ ପ୍ରଦାନ କରିଥିଲେ। ଏହାଛଡା ୟୁଜବେନ୍ଦ୍ର ଚହଲ ମଧ୍ୟ ଏକ କ୍ୟାଚ ଧରି ପାରିନଥିଲେ। ଟି୨୦ରେ ୨୦୧୯ରୁ ଏ ପର୍ଯ୍ୟନ୍ତ ରେକର୍ଡକୁ ଦେଖିବା ତେବେ ବିରାଟ କୋହଲି ସବୁଠାରୁ ଅଧିକ ୬ଟି କ୍ୟାଚ ଛାଡିଛନ୍ତି ଯଦିଓ ସେ ଏହା ମଧ୍ୟରେ ୯ଟି କ୍ୟାଚ ଭଲ ଭାବରେ ଧରିବାର ନଜର ଆସିଛନ୍ତି। ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆରେ ମଧ୍ୟ ଭାରତୀୟ ଦଳର ଫିଲଡିଂ ବହୁତ ଖରାପ ରହିଥିଲା। ଏହା ଛଡା ଗତ ବର୍ଷ ୟୁଏଇରେ ହୋଇଥିବା ଆଇପିଏଲ ମଧ୍ୟରେ କୋହଲିଙ୍କ ସହିତ କେତେକ ଇଣ୍ଡିଆନ ପ୍ଲେୟର ଖେଳାଳୀ କ୍ୟାଚ ଛାଡିଥିଲେ।

Google

ସବୁଠାରୁ ଅଧିକ କ୍ୟାଚ ଛାଡିଥିବା ଟପ ୪ ଖେଳାଳୀଙ୍କ ମଧ୍ୟରେ ୨ ଭରତୀୟ: ୨୦୧୯ରୁ ଟି୨୦ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ କ୍ୟାଚ ଛାଡିଥିବା ଖେଳାଳୀଙ୍କ କଥା କହିବା ତେବେ ଏଥିରେ ଦୁଇ ଭାରତୀୟ ଖେଳାଳୀ ସାମିଲ ଅଛନ୍ତି।ବିରାଟ କୋହଲିଙ୍କ ପରେ ଇଂଲଣ୍ଡର କ୍ରିଷ ଜୋର୍ଡନ ୫ଟି କ୍ୟାଚ ଛାଡିଛନ୍ତି। ଜୋର୍ଡନ ମଧ୍ୟ ବର୍ତ୍ତମାନର ସିରିଜରେ ଖେଳୁଛନ୍ତି । ସେହିପରି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ଭାରତର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଦୁହେଁ ୪-୪ଟି କ୍ୟାଚ ଛାଡିବାର ନଜର ଆସିଛନ୍ତି। ଯଦିଓ ଏହା ମଧ୍ୟରେ କ୍ରିଷ ଜୋର୍ଡନ ୧୫ଟି ଷ୍ଟିଭ ୧୧ଟି କ୍ୟାଚ ଧରିବାରେ ନଜର ଆସିଛନ୍ତି। ଚହଲ କେବଳ ୨ଟି କ୍ୟାଚ ଧରିଛନ୍ତି। ତୃତୀୟ ଟି୨୦ ପରେ ଅଧିନାୟକ ବିରାଟ କୋହଲି କହିଥିଲେ କି ଆମେ ମୈଦାନରେ ଯେପରି ଫିଲଡିଂ କରିଛୁ, ତାହା ସ୍ୱୀକାର କରାଯାଇ ପାରିବନାହିଁ। କୋହଲି ଦଳର ଫିଟନେସକୁ ନେଇ ମଧ୍ୟ ବହୁତ ସତର୍କ ରୁହନ୍ତି। ଫିଟନେସ ଟେଷ୍ଟରେ ଫେଲ ହେବା କାରଣରୁ ଲେଗ ବରୁଣ ଚକ୍ରବର୍ତ୍ତୀ ଦଳରୁ ବାହାର କରାଯାଇଅଛି ବୋଲି ଜଣା ଯାଇଛି। ଟି୨୦ ଆରମ୍ଭ ହେବ ପୂର୍ବରୁ ଭାରତୀୟ ଦଳ ଟେଷ୍ଟ ସିରିଜରେ ୩-୧ରେ ଜିତି ନେଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *