ବଲିଉଡ ଅଭିନେତା ସୋନୁ ସୁଦ ମହାମାରୀ ବେଳେ ହୋଇଥିବା ଲକଡାଉନରେ ଆବଶ୍ୟକ ଥିବା ଲୋକଙ୍କର ବହୁତ ସାହାଯ୍ୟ କରିଥିଲେ। ଆଜିକାଲି ନିଜ ପୁଣ୍ୟ କାମ ପାଇଁ ପ୍ରାୟ ଦିନରେ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପ୍ରାୟ ଦିନ ଲୋକ ତାଙ୍କ କାମର ପ୍ରଶଂସା କରୁଛନ୍ତି। ସେହିପରି ଏବେ ଏବେ ପୁଣିଥରେ ତାଙ୍କ ନାମ ଖବରରେ କିଛି ଏହି କାରଣ ଯୋଗୁ ସାମ୍ନାକୁ ଆସୁଛି। ମିଡ଼ିଆ ରିପୋର୍ଟସଙ୍କ ଅନୁସାରେ ସୋନୁ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ୮ଟି ସମ୍ପତ୍ତି ବନ୍ଧା ରଖି ୧୦ କୋଟି ଟଙ୍କା ଋଣ କରିଛନ୍ତି ଓ ଏହି ଋଣ ସେ କେତେ ଲୋକଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନେଇଛନ୍ତି। ଏହି ଖବର ଉପରେ ସେ ବହୁତ ନମ୍ର ଭାବରେ ଜବାବ ଦେଇଛନ୍ତି।

ସମ୍ପତ୍ତିଗୁଡିକୁ ରଖିଦେଲେ ବନ୍ଧାରେ:-
ଲକଡାଉନରୁ ହିଁ ସୋନୁ ସୁଦ ଆବଶ୍ୟକତା ଥିବା ଲୋକଙ୍କ ସେବାରେ ଲାଗିଛନ୍ତି। ଏହି ସମୟରେ ଆବଶ୍ୟକତା ଥିବା ଲୋକଙ୍କ ସାହାଯ୍ୟ କରିବା ପାଇଁ ଯେତେବେଳେ ପଇସା କମ ପଡିଗଲା ତେବେ ସେ ନିଜ ସମ୍ପତ୍ତି ଗୁଡିକୁ ବନ୍ଧା ରଖି ଋଣ ନେବାରୁ ମଧ୍ୟ ପଛକୁ ହଟିଲେ ନାହିଁ। ଏକ ରିପୋର୍ଟକୁ ମାନିବା ତ ଅଭିନେତା ଗତ ୨୦ ବର୍ଷରେ ଯାହାବି କମେଇଥିଲେ,ତାହା ଲୋକଙ୍କ ସେବା କରିବାରେ ଲଗାଇଦେଇଛନ୍ତି। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ସୋନୁ ସୁଦଙ୍କ ଠାରୁ ଯେବେ ଏହି ଖବର ଉପରେ ପ୍ରତିକ୍ରିୟା ମଗାଗଲା ତେବେ ସେ ଅତି ନମ୍ର ଭାବରେ କହିଲେ-‘ମୁଁ ଏହା ଉପରେ କଥା କହିବାକୁ ଠିକ ବୋଲି ଭାବୁନାହିଁ।’

ଏହି ସମ୍ପତ୍ତିଗୁଡିକର ମାଲିକ ଅଟନ୍ତି ସୋନୁ ଓ ତାଙ୍କ ସ୍ତ୍ରୀ:-
ଆଗକୁ ସୋନୁ ସୁଦଙ୍କର କହିବା କଥା ଏହା କି ଯେ ସେ ଏହି କାର୍ଯ୍ୟକୁ ଜାରି ରଖିବାକୁ ଚାହୁଁଛନ୍ତି। ତାଙ୍କର କହିବା କଥା କି,’ମୁଁ ଜାଣିନାହିଁ କିପରି ପ୍ରତିକ୍ରିୟା ଦେବି। ମୁଁ ମୋ ମାଆ ବାପାଙ୍କୁ ବହୁତ ମନେପକାଉଅଛି। କାସ୍ , ସେମାନେ ଏହି ସବୁ ଦେଖିପାରିଥାନ୍ତେ କି ତାଙ୍କ ପୁଅ କଣ କରୁଛି।ମତେ ଜଣାଅଛି କି ଏହା ସବୁ ତାଙ୍କ କାରଣରୁ ହିଁ ସମ୍ଭବ ହୋଇପାରିଛି।’ରିପୋର୍ଟ ଅନୁସାରେ ସୋନୁ ନିଜ ୨ଟି ଦୋକାନ ଓ ୬ଟି ଫ୍ଲାଟ ବନ୍ଧା ରଖିଛନ୍ତି। ଏହି ସମ୍ପତ୍ତିଗୁଡିକର ମାଲିକ ସୋନୁ ଓ ତାଙ୍କ ସ୍ତ୍ରୀ ସୋନାଲି ଅଟନ୍ତି। ଏହି ଦୁଇଟି ଦୋକାନ ତଳ ମହଲାରେ ଅଛି ଓ ଶିବ ସାଗର କୋଅପରେଟିଭି ହଉସିଂ ସୋସାଇଟିରେ ଉପସ୍ଥିତ ଅଛି। ଏହି ହଉସିଂ ସୋସାଇଟି ଇସ୍କନ ମନ୍ଦିର ପାଖରେ ଏବି ନାୟର ରାସ୍ତା ଉପରେ ଅଟେ। କାଗଜପତ୍ର ଅନୁସାରେ ସୋନୁ ୧୦କୋଟି ଟଙ୍କାର ଋଣ ଉପରେ ୫ଲକ୍ଷ ଟଙ୍କାର ପଞ୍ଜିକରଣ ଶୁଳ୍କ ଦେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।