ଦିନେ ଖାଲି ପେଟରେ ଶୋଉଥିଲେ ଏବଂ ରାସ୍ତା କଡରେ ବିକୁଥିଲେ ଚିକେନ, ଆଜି ଅଟନ୍ତି ଟିମ ଇଣ୍ଡିଆର ସୁପରଷ୍ଟାର।

ଭାରତରେ କ୍ରିକେଟ ଖେଳ ସବୁବେଳେ ଚର୍ଚ୍ଚାରେ ରହିଥାଏ।ଆଇପିଏଲ ୨୦୨୦ ସରିବା ପରଠୁ ଭାରତରେ ଏକ ନୂଆ ଦ୍ରୁତ ବୋଲରର ଚର୍ଚ୍ଚା ବହୁତ ହେଉଛି। ଆମେ କହୁଛୁ ଟି ନଟରାଜନଙ୍କ କଥା। ଯଶପ୍ରୀତ ବୁମରାଙ୍କ ପରେ ତାଙ୍କୁ ନୂଆ ୟର୍କର ସ୍ପେସାଲିଷ୍ଟ ମାନାଯାଉଛି।

Google

ଅଷ୍ଟ୍ରେଲିଆ ଗ୍ରସ୍ତରେ ମଧ୍ୟ ଟି ନଟରାଜନଙ୍କ ପ୍ରଦର୍ଶନ ଭଲ ରହିଛି କିନ୍ତୁ କଣ ଆପଣଙ୍କୁ ଜଣାଅଛି କ୍ରିକେଟର ହେବା ପୂର୍ବରୁ ଟି ନଟରାଜନ ରାସ୍ତାରେ ଚିକେନ ବିକୁଥିଲେ।

ଏତେ ଗରିବ ଥିଲେ କି ଖାଲି ପେଟରେ ଶୋଉଥିଲେ:

ଆପଣଙ୍କୁ କହିରଖିବୁକି ଟି ନଟରାଜନଙ୍କ ଜନ୍ମ ୧୯୯୧ରେ ତାମିଲନାଡୁର ସଲେମ ଜିଲ୍ଲାର ଏକ ଗ୍ରାମରେ ହୋଇଥିଲା।ସେ ବହୁତ ଗରିବ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଏକ ଛୋଟ ପାୱାର ଲୁମରେ କାମ କରୁଥିଲେ। ଏତିକି ପଇସାରେ ଘର ଚଳୁନଥିଲା ତେଣୁ ତାଙ୍କ ମା ରାସ୍ତା କଡରେ ଚିକେନ ଷ୍ଟଲ ଖୋଲିଥିଲେ।

ଟି ନଟରାଜନ ସମେତ ପରିବାରରେ ମୋଟ ପାଞ୍ଚ ଜଣ ଭାଇ ଭଉଣୀ ତେଣୁ ଅନେକ ସମୟରେ ସେମାନଙ୍କୁ ଭୋକରେ ଶୋଇବାକୁ ପଡୁଥିଲା। ଆପଣ ଏବେ ଭାବନ୍ତୁ ଏତେ କଷ୍ଟରେ ରହୁଥିବା ନଟରାଜନ ଟିମରେ ସାମିଲ ହେବାକୁ କେତେ କଷ୍ଟ କରିଥିବେ।

ଟି ନଟରାଜନଙ୍କ ପାଖରେ ଜୋତା କିଣିବାକୁ ପଇସା ନଥିଲା:

ଏତେ କଠିନ ପରିସ୍ଥିତିରେ ଥାଇ ମଧ୍ୟ ନଟରାଜନ କେବେ ଭାଙ୍ଗିପଡିନତବିଲେ ଓ ସେ ବହୁତ ପରିଶ୍ରମ କରୁଥିଲେ।ଅନ୍ୟ ଖେଳାଳୀ ମାନଙ୍କ ପରି ତାଙ୍କୁ ମଧ୍ୟ ଛୋଟ ବେଳୁ କ୍ରିକେଟ ଖେଳିବା ପସନ୍ଦ ଥିଲା ଓ ସେ ମାତ୍ର ୫ ବର୍ଷ ବୟସରୁ କ୍ରିକେଟ ଖେଳିଥିଲେ। ସମୟ ସହିତ ସେ ଆହୁରି ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ତାଙ୍କୁ ଆବଶ୍ୟକୀୟ ଜିନିଷ ମିଳୁନଥିଲା ଯାହା ଦ୍ଵାରା ସେ ଅଶୁବିଧାର ସାମ୍ନା କରୁଥିଲେ।

Google

ତାଙ୍କ ପାଖରେ ପଇସାର ବହୁତ ଅଭାବ ଥିଲା ସେ ନିଜ ପାଇଁ ଜୋତା ମଧ୍ୟ କିଣିପାରୁନଥିଲେ। ପଇସାର ଅଭାବ ଏହି କଥାରୁ ଜଣାପଡୁଥିବ କି ସେ ଲେଦର ବଲ ୨୦ ବର୍ଷ ବୟସରେ ଦେଖିଥିଲେ। ଏହା ପୂର୍ବରୁ ନଟରାଜନ ଟେନିସ ବଲରେ ହିଁ ଅଭ୍ୟାସ କରୁଥିଲେ।

ଏ ଜୟପ୍ରକାସ ଦେଇଥିଲେ ନଟରାଜନଙ୍କ ସାଥ:

ନଟରାଜନ କ୍ରିକେଟରେ ସୁନ୍ଦର ପ୍ରଦର୍ଶନ ଆରମ୍ଭରୁ କରୁଥିଲେ । ଆଖପାଖର ଲୋକ କେବଳ ତାଙ୍କ କ୍ରିକେଟ ଦେଖିବା ପାଇଁ ଆସୁଥିଲେ କିନ୍ତୁ ଆର୍ଥିକ ଅଭାବ କାରଣରୁ ସେ କ୍ରିକେଟରେ ନିଜ କ୍ୟାରିଅର କରିପାରୁନଥିଲେ କିନ୍ତୁ ଚେଷ୍ଟା କରିବା ଵାଲା କେବେ ହାରେ ନାହିଁ। ତେଣୁ ଏ ଜୟପ୍ରକାସ ନାମକ ଜଣେ ବ୍ୟକ୍ତି ତାଙ୍କ ସାଥ ଦେଲେ।

ସେ ପଇସା ଖର୍ଚ୍ଚ କରି ନଟରାଜନଙ୍କୁ ଚେନ୍ନାଇ ପଠାଇଥିଲେ ଖେଳିବା ପାଇଁ ତେଣୁ ନଟରାଜନ ତାଙ୍କୁ ନିଜ ବଡ଼ ଭାଇ ଓ ଗର୍ଡଫାଦର ମାନନ୍ତି।

ଏହା ସହ ସେ ନଟରାଜନଙ୍କର ପରିବାରର ଖର୍ଚ୍ଚ ମଧ୍ୟ କରୁଥିଲେ। ସେଥିପାଇଁ ନଟରାଜନ ଅନେକ ଥର କହିଛନ୍ତି ସେ ଆଜି ଯେଉଁ ସ୍ଥାନରେ ଅଛନ୍ତି ତାଙ୍କ କାରଣରୁ ନଚେତ ସେ ଆଜି ନିଜ ଗ୍ରାମରେ କାମ କରୁଥାନ୍ତେ।

Google

ଚେନ୍ନାଇ ଯିବା ପରେ ୨୦୧୧ରେ ତାଙ୍କୁ ତାମିଲନାଡୁରେ ଏକ ଡୋମାଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମୌକା ମିଳିଲା।ସେଇଠାରୁ ସେ କ୍ରିକେଟ ସହିତ ଜଡିତ ଲୋକଙ୍କ ନଜରକୁ ଆସିଲେ।

ୟର୍କର ବୋଲିଙ୍ଗର ମହାରଥୀ ଥିଲେ ନଟରାଜନ:

ନଟରାଜନ ସୁନ୍ଦର ୟର୍କର ବଲ ପକାଇପାରନ୍ତି। ସେଥିପାଇଁ ଆଜି ମଧ୍ୟ ସେ ଭଲ ୟର୍କର ପକାଉଛନ୍ତି। ତାମିଲନାଡୁ ଡୋମାଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପରେ ତାଙ୍କୁ ଅନେକ ଆଉ ମ୍ୟାଚ ଖେଳିବାକୁ ମୌକା ମିଳିଲା। ପ୍ରଥମେ ସେ ତାମିଲନାଡୁ କ୍ରିକେଟ ଏସୋସିଏସନ ତାରଫରୁ ଫୋର୍ଥ ଡିଭିଜନ କ୍ରିକେଟ ଖେଳିଲେ। ସେଠାରେ ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ବିଜୟ କ୍ରିକେଟ କ୍ଳବରେ ସାମିଲ କରାଗଲା।

ସେଠାରେ ସେ ଏକ ବର୍ଷ ଖେଳିଲେ ଓ ଏହା ପରେ ଜଣେ କୋଚଙ୍କ ନଜର ତାଙ୍କ ଆଡେ ପଡିଲା ଓ ସେ ତାଙ୍କ ନିଜ କ୍ଳବରେ ଖେଳିବା ପାଇଁ ଡାକିଥିଲେ।

ଏହି ନୂଆ କ୍ଳବରେ ଖେଳିବା ତାଙ୍କ ପାଇଁ ବଡ଼ ଭାଗ୍ୟର କଥା ଥିଲା କାରଣ ଏହି କ୍ଳବରେ ଅଶ୍ୱିନୀ ଓ ମୁରଲୀ ବିଜୟଙ୍କ ପରି ଖେଳାଳି ଖେଳୁଥିଲେ। ଏହି କ୍ଳବରେ ମିସୁବା ପରେ ସେ ଅନେକ ବଡ଼ କ୍ରିକେଟ ସହିତ ଜଡିତ ଲୋକଙ୍କୁ ଭେଟି ପାରିଲେ। ତାଙ୍କ ଖେଳ ମଧ୍ୟ ଏପରି ଲୋକଙ୍କ ନଜରକୁ ଆସିଲା ଯେଉଁମାନେ ତାଙ୍କୁ ଖେଳିବାର ମୌକା ଦେଇପାରିବେ।

Google
୨୦୧୪ରେ ରଣଜୀ ଟ୍ରଫିରୁ ହୋଇଗଲେ ବାହାର:

ଅନେକ ପରିଶ୍ରମ ପରେ ତାଙ୍କୁ ୨୦୧୪ ରେ ରଣଜୀ ପାଇଁ ତାମିଲନାଡୁ ଟିମରେ ବଛାଗଲା କିନ୍ତୁ ଏହି ଖୁସି ଅନେକ ସମୟ ରହିଲା ନାଇ ଅଭ୍ୟାସ ସମୟରେ ତାଙ୍କର ଆକ୍ସନ ପାଇଁ ତାଙ୍କୁ ବାହାର କରିଦିଆଗଲା।

କୌଣସି ଖେଳାଳୀର କ୍ୟାରିୟର ଆରମ୍ଭରେ ଏଭଳି ଘଟଣା ଘଟିବା ଏକ ବଡ଼ କଥା କିନ୍ତୁ ସେ ହାର ମାନିଲେ ନାହିଁ ସେ ସେ ନିଜ ଆକ୍ସନ ପରିବର୍ତ୍ତନ ପାଇଁ ସେ ତାମିଲନାଡୁର ପୂର୍ବ କ୍ରିକେଟର ସୁନୀଲ ସୁବ୍ରମଣ୍ୟମ , ଦିବାକର ବାସୁ ଓ ଏମ ଭେଙ୍କେଟଟରମନଙ୍କ ସାହାଯ୍ୟ ନେଲେ। ଯାହା ପରେ ସେ ବହୁତ କମ ସମୟରେ ନିଜ ବୋଲିଙ୍ଗରେ ପରିବର୍ତ୍ତନ ଆଣିପାରିଲେ।

ଧୋନିଙ୍କୁବି କରିଦେଲେ ଆଉଟ:

ବର୍ଷ ୨୦୧୭ରେ ଟି ନଟରାଜନ ପ୍ରଥମ ଥର ଆଇପିଏଲ ଖେଳିଲେ। ପଞ୍ଜାବ ଟିମ ତାଙ୍କୁ ୩ କୋଟିରେ କିଣିଥିଲା।କିନ୍ତୁ ପୁରା ସିଜନରେ ସେ ମାତ୍ର ଦୁଇଟି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଏହା ପରେ ତାଙ୍କୁ ଟିମରୁ ବାହାର କରାଗଲା।ଏହା ପରେ ସନ ରାଇଜର୍ସ ହାଇଦ୍ରାବାଦ ୨୦୧୯ରେ ତାଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ଯାହା ପରେ ଯେବେ ତାଙ୍କୁ ବର୍ଷ ୨୦୨୦ରେ ମୌକା ମିଳିଲା ସେ କମାଲ କରିଦେଲେ।

ଏହି ସିଜନରେ ଅନେକ ବଡ ବଡ ବ୍ୟାଟ୍ସମ୍ୟାନ ତାଙ୍କ ଵୋଲିଙ୍ଗ ଆଗରେ ତିଷ୍ଟି ପାରିଲେ ନାହିଁ। ତାଙ୍କ ୟର୍କର ଏତେ ଭଲ ଥିଲା କି ଧୋନି ମଧ୍ୟ ସମ୍ଭାଳି ନପାରି ଆଉଟ ହୋଇଗଲେ। ଏହି ଆଇପିଏଲରେ ସେ ମୋଟ ୧୬ ୱିକେଟ ନେଇଥିଲେ। ଯେଉଁଥିରେ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ସେ ଆଉଟ କରିଥିଲେ।

Google
ନିଜ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଜାଗା ସୃଷ୍ଟି କଲେ:

ଟି ନଟରାଜନ ଆଇପିଏଲ ଭଲ ପ୍ରଦର୍ଶନ କରିବା ଦ୍ୱାରା ତାଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଭାରତୀୟ ଟିମରେ ସାମିଲ କରାଗଲା। ଏହିଭଳି ଭାବେ ତାଙ୍କ ସ୍ୱପ୍ନ ସାକାର ହୋଇଗଲା।ସେ ଏକ ଏକଦିବସିୟ ଓ ତିନୋଟି ଟି-୨୦ ମ୍ୟାଚ ଖେଳି ମୋଟ ୮ ୱିକେଟ ନେଇଥିଲେ ଓ ଏହା ସାବ୍ୟସ୍ତ କରିଦେଲେ କି ଆସୁଥିବା ସମୟରେ ସେ ଭାରତୀୟ ବୋଲିଙ୍ଗର ଭାଗ ହେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *