ଦିନେ ଭାଇ ଭଳି ଥିଲେ ସାଙ୍ଗ, ଏବେ ପଡୁନି ଜଣଙ୍କ ସହ ଜଣଙ୍କର, ଦେଖନ୍ତୁ ସେହି କିମ୍ବଦନ୍ତୀ କ୍ରିକେଟରଙ୍କ ଲିଷ୍ଟ

କ୍ରିକେଟ ଖେଳୁଥିବା ଖେଳାଳୀ ପ୍ରାୟ ମୈଦାନ ଉପରେ ଭଲ ସାଙ୍ଗ ହୋଇଯାଆନ୍ତି। ଏକା ସହିତ ଖେଳିବା, ବୁଲିବା ଓ ଏହା ସହିତ ଗୋଟିଏ ହିଁ ଡ୍ରେସିଂ ରୁମ ଶେୟାର କରିବା ଦ୍ୱାରା ଏହି ଖେଳାଳୀମାନଙ୍କ ମଧ୍ୟରେ ବହୁତ ଭଲ ପାଇବା ବଢିଯାଏ କିନ୍ତୁ କେତେଥର ଏହି ଖେଳାଳୀ ପରସ୍ପରର ପାଖାପାଖି ହେବା ମଧ୍ୟ ଶତ୍ରୁ ହୋଇଯାଆନ୍ତି। ଏହି ରିପୋର୍ଟରେ ଆମେ ଆପଣଙ୍କୁ ଭାରତୀୟ ଦଳର କିଛି ଏପରି ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଅଛୁ, ଯିଏ ପ୍ରଥମେ ପରସ୍ପରର ଭଲ ସାଙ୍ଗ ରହିଥିଲେ,କିନ୍ତୁ ପରେ ଏହି ବନ୍ଧୁତ୍ୱ ଶେଷ ହୋଇଗଲା ଓ ସେମାନେ ପରସ୍ପରର ଶତ୍ରୁ ସଦୃଶ ହୋଇଗଲେ।

Google
ବିନୋଦ କାମ୍ବଲି ଓ ସଚିନ ତେନ୍ଦୁଲକର:

ଭାରତୀୟ ଦଳର ଦିଗଜ୍ଜ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲିଙ୍କ ବନ୍ଧୁତ୍ୱର ଚର୍ଚ୍ଚା ବହୁତ ଥିଲା। ଏହି ଦୁଇ ଖେଳାଳି ସ୍କୁଲ ସ୍ତରର ଏକ ଟୁର୍ଣ୍ଣାମେଣ୍ଟରେ ରେକର୍ଡ ୬୬୪ରନର ଭାଗିଦାରୀ କରିଥିଲେ କିନ୍ତୁ ଏହାପରେ ହଠାତ ଏହି ଦୁଇ ଖେଳାଳିଙ୍କ ସମ୍ପର୍କରେ ତ୍ରୁଟି ଆସିଲା ଓ ଦୁହିଁ ଖେଳାଳି ପରସ୍ପର ସହ ବର୍ଷ ବର୍ଷ ପର୍ଯ୍ୟନ୍ତ କଥା ହେଲେ ନାହିଁ। ଥରେ କାମ୍ବଲି କହିଥିଲେ ମଧ୍ୟ କି ତାଙ୍କୁ ଥରେ ସାହାଯ୍ୟର ଆବଶ୍ୟକତା ଥିଲା ,କିନ୍ତୁ ସଚିନ ଜାଣିଶୁଣି ତାଙ୍କ ସାହାଯ୍ୟ କରିନଥିଲେ।

ଦିନେଶ କାର୍ତ୍ତିକ ଓ ମୁରଲୀ ବିଜୟ:

ଏକ ସମୟରେ ଭାରତୀୟ ଦଳ ପାଇଁ ଏକାସହ ଖେଳୁଥିବା ମୁରଲୀ ବିଜୟ ଓ ଦିନେଶ କାର୍ତ୍ତିକ ପରସ୍ପରର ଭଲ ସାଙ୍ଗ ଥିଲେ କିନ୍ତୁ ପରେ କାର୍ତିକଙ୍କ ପ୍ରଥମ ପତ୍ନୀ ତାଙ୍କୁ ଛାଡପତ୍ର ଦେଇ ମୁରଲୀ ବିଜୟଙ୍କୁ ବିବାହ କଲେ। ଏହି ଖବର ମଧ୍ୟ ଉଡିଥିଲା କି କାର୍ତ୍ତିକଙ୍କ ପତ୍ନୀଙ୍କର ଛାଡପତ୍ର ପୂର୍ବରୁ ବିଜୟଙ୍କ ସହ ସମ୍ପର୍କ ଥିଲା।

Google
ବିରାଟ କୋହଲି ଓ ଗୌତମ ଗମ୍ଭୀର:

ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ଦିଗଜ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କର ଝଗଡା ବିଷୟରେ ତ ସମସ୍ତଙ୍କୁ ଜଣା ଥିବ କିନ୍ତୁ ଆପଣଙ୍କୁ କହିଦେଉଛୁ କି ନିଜ କ୍ୟାରିୟରର ଆରମ୍ଭରେ ବିରାଟଙ୍କର ଗମ୍ଭୀରଙ୍କ ସହ ଭଲ ବନ୍ଧୁତ୍ୱ ଥିଲା ଓ ଥରେ ଗମ୍ଭୀର ତାଙ୍କୁ ନିଜର ମ୍ୟାନ ଅଫ ଦ ମ୍ୟାଚର ପୁରସ୍କାର ମଧ୍ୟ କୋହଲିଙ୍କୁ ଦେଇଥିଲେ କିନ୍ତୁ ଆଇପିଏଲ ସମୟରେ ଏହି ଖେଳାଳୀ ପରସ୍ପର ସହ ଭିଡି ଯାଇଥିଲେ, ଯାହାପରେ ଦୁହିଁଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା।

Google
ବିରେନ୍ଦ୍ର ସେହ୍ଵାଗ ଓ ମହେନ୍ଦ୍ର ସିଂହ ଧୋନୀ:

ଭାରତୀୟ ଦଳର ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ସମ୍ପର୍କ ଯେଉଁଠି ବହୁତ ଖେଳାଳୀଙ୍କ ସହ ଭଲ ରହିଛି ସେଠାରେ କେତେ ଖେଳାଳୀଙ୍କ ସହ ତାଙ୍କର ଶତ୍ରୁତା ମଧ୍ୟ ରହିଛି। ଏଥିରୁ ଜଣେ ବିରେନ୍ଦ୍ର ସେହ୍ଵାଗ ମଧ୍ୟ ଅଟନ୍ତି।ଧୋନୀଙ୍କ ଉପରେ ସବୁବେଳେ ଆରୋପ ଲାଗେ କି ଧୋନୀ ସହ୍ଵାଗଙ୍କୁ ଦଳରୁ ଡ୍ରପ କରନ୍ତି। ଅଷ୍ଟ୍ରେଲିଆରେ ମଧ୍ୟ ଧୋନୀ ଖରାପ ଫିଲଡିଂର ବାହାନା ଦେଇ ସେହ୍ଵାଗଙ୍କୁ ଡ୍ରପ କରିଥିଲେ।

Google
ଯୁବରାଜ ସିଂହ ଓ ମହେନ୍ଦ୍ର ସିଂହ ଧୋନୀ:

ଭାରତୀୟ ଦଳକୁ ଦୁଇଟି ୱାର୍ଲଡ କପ ଜିତେଇବାରେ ସବୁଠାରୁ ପ୍ରମୁଖ ଯୋଡି କରାଯାଇଥିବା ଧୋନୀ ଓ ଯୁବରାଜ ମୈଦାନ ଓ ମୈଦାନ ବାହାରେ ଦୁଇ ଭାଇଙ୍କ ଭଳି ରିଲେସନସିପ ରଖିଥିଲେ। ପ୍ରକୃତରେ କ୍ୟାନ୍ସରର ରୋଗରୁ ଯେତେବେଳେ ଯୁବରାଜ ବିଜୟ ହାସଲ କରିକି ଆସିଲେ ତାହାପର ଠାରୁ ଲଗାତାର ତାଙ୍କୁ ଦଳରୁ ବାହାର କରାଗଲା ଏବଂ ଦଳର କ୍ୟାପଟେନ ଧୋନୀ ହିଁ ରହିଥିଲେ। ଯୁବରାଜଙ୍କ ବାପା ୟୋଗରାଜ ପ୍ରାୟ ଧୋନୀଙ୍କ ଉପରେ ଏହି ଦୋଷ ଲଗାଇଥାନ୍ତି କି ତାଙ୍କ ପୁଅର କ୍ୟାରିୟର ସମାପ୍ତ କରିବାରେ ଧୋନୀଙ୍କର ହିଁ ହାତ ରହିଛି ବୋଲି। ଏହାକୁ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *