ଦିନେ ଥିଲେ କୋଚ ଆଉ ଏବେ ବିକ୍ରି କରୁଛନ୍ତି ଚାହା ଓ ସିଙ୍ଗଡା। ସମ୍ପୂର୍ଣ୍ଣ ଖବର ପଢିଲେ ହେବେ ଆଶ୍ଚର୍ଯ୍ୟ।

ବର୍ତ୍ତମାନ କରୋନା ପୁରା ଦେଶକୁ କଲବଲ କରୁଛି।ଚାରିଆଡେ ହାହାକାର ପଡିଯାଇଛି। ଚାରିଆଡ଼େ କରୋନ ଭୟ ସୃଷ୍ଟି କରିଛି ଏହା ଦେଢ଼ ବର୍ଷ ହେବ ନିଜ କାୟା ବିସ୍ତାର କରିଛି। ଅନେକ ଏଥିରେ ପ୍ରାଣ ହରାଇଛନ୍ତି ତ ଅନେକ ଲୋକ ନିଜ ରୋଜଗାର ହରାଇ ଭୋକରେ କଲବଲ ହେଉଛନ୍ତି। ସବୁଆଡେ ଖାଲି ଦୁଃଖ ହିଁ ଲାଗିରହିଛି। ଏକ ରିପୋର୍ଟ ଅନୁସାରେ ଗତ ମାସରେ ୭୫ ଲକ୍ଷ ଲୋକ ଚାକିରୀ ହରାଇଥିଲେ ବୋଲି ଜଣାପଡିଛି।

Google

କରୋନା ଏପରି ସଙ୍କଟ ସୃଷ୍ଟି କରିଛିଯେ ଅନେକ ପ୍ରତିଭାଶାଳୀ ଲୋକ ନିଜ ଜୀବିକା ହରାଇ ପେଟ ପୋଷିବା ପାଇଁ ଛୋଟ ଛୋଟ କାମ କରିବାକୁ ପଛାଉନାହାନ୍ତି। ଅନେକ ଏପରି ଦୃଶ୍ୟ ଆପଣ ଦେଖିଥିବେ କୋଉଠି ରାତ୍ର କଳାକାର ପରିବା ବିକିବା ଇତ୍ୟାଦି। ବର୍ତ୍ତମାନ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି। ଏହିପରି କରୋନା ହଜାର ହଜାର ପିଲାଙ୍କୁ ତୀରନ୍ଦାଜୀ ଶିଖାଇଥିବା କୋଚ୍ ସଂଜୀବ କୁମାର ଗୁପ୍ତାଙ୍କୁ ନିଜ ବୃତ୍ତିକୁ ଛଡାଇ ନେଇଛି। ସେ ବାଧ୍ୟ ହୋଇ ପେଟ ପୋଷିବା ପାଇଁ ରାସ୍ତା କଡ଼ରେ ଚାହା ଓ ସିଙ୍ଗଡା ବିକ୍ରିକରିବା ସହ କାର୍ପେଣ୍ଟର କାମ ମଧ୍ୟ କରୁଛନ୍ତି।

ଯେଉଁ ହାତ ଦିନେ ପିଲାଙ୍କୁ ତିର ଚଳାଇବା ଶିଖାଉଥିଲା ସେ ହାତ ଏବେ ସିଙ୍ଗଡା ତିଆରି କରୁଛି। ତାଙ୍କ ଜୀବନ ବେଶ ଭଲ ଚାଲିଥିଲା। ସେ ନିଜ ହାତରେ ଅନେକ ଭଲ ଖେଳାଳି ମଧ୍ୟ ସୃଷ୍ଟି କରି ସୁନାମ ଅର୍ଜନ କରିଛନ୍ତି କିନ୍ତୁ ତାଙ୍କ ଖୁସି ଓ ବୃତ୍ତିକୁ ଛଡାଇ ନେଇଛି କରୋନା ୨୦୨୦ରୁ ସେ ନିଜ ବୃତ୍ତି ହରାଇ ବସିଥିଲେ ପେଟ ପୋଷିବା ପାଇଁ ବାଧ୍ୟ ହୋଇ ସେ ଏହିପରି କାମ କରୁଛନ୍ତି।

Google

କେତେଦିନ ବା ଘରେ ବସି ଖାଇବେ। କୋଉଠି ବା ଆସିବ ପଇସା ଶେଷରେ ସେ ବାଧ୍ୟ ହୋଇ ରାସ୍ତା କଡରେ ଚାହା ଓ ସିଙ୍ଗଡା ବିକ୍ରି କରୁଛନ୍ତି। ଏକ ସେ ନୁହେଁ କରୋନା ଏପରି ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡାଇ ନେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *