କେବେ ୯୦୦ ଟଙ୍କାରେ କରୁଥିଲେ ଚାକିରୀ, ଆଜି ୧୦୦କୋଟି ଟଙ୍କାର କମ୍ପାନୀର ମାଲିକ ।

ଗୋଟିଏ ସମୟ ଥିଲା ଯେବେ ଅଜମେରର ରାଜକୀୟ ପଲିଟେକ୍ନିକ କଲେଜରୁ ୧୯୯୮ରେ ପାସ ଆଉଟ ହେବାପରେ ପେଣ୍ଟିଙ୍ଗ ଟେକ୍ନୋଲୋଜିଷ୍ଟ ସୋନବୀର ସିଂହ କେନିଆର ନୈରୋବେ ବର୍କ ପରିମିଟ ମିଳୁନଥିଲା। ପ୍ଲେଟର ପଇସା ଦେବାପାଇଁ ମଧ୍ୟ ତାଙ୍କ ପାଖରେ ପଇସା ନଥିଲା। ସାଙ୍ଗ ମାନଙ୍କ ସହାୟତାରୁ ଦୁଇ ଟାଇମ ଖାଇବାକୁ ମିଳୁଥିଲା। ଆଜି ସୋନବୀରଙ୍କର ନୈରୋବେ ୧୦୦କୋଟିର କମ୍ପାନୀ ଅଛି। ସାଲାନା ଅର୍ଥାତ ବର୍ଷକୁ ଟର୍ନଓଭର ହେଉଛି ୫୦ କୋଟି ଟଙ୍କା। ଅଜମେରରେ ନିଜ କଲେଜ ସାଙ୍ଗ ମାନଙ୍କୁ ଭେଟିବାକୁ ପହଁଚିଲେ ସୋନବୀରଙ୍କ ସଂଘର୍ଷର କାହାଣୀ।

Google
୯୦୦ଟଙ୍କା ଦରମାରୁ ଆରମ୍ଭ କରିଥିଲେ ଚାକିରୀ:-

ଆଜି ପ୍ରିଣ୍ଟ କ୍ୟାକେଜିଙ୍ଗରେ ନିଜ ନାମ ସୃଷ୍ଟି କରିଥିବା ସୋନବୀରଙ୍କର କାମ କେବଳ କେନିଆ ନୁହେଁ ଏହା ସହିତ ଆଖପାଖର ଅନେକ ଦେଶ ଓ ଚୀନ ପର୍ଯ୍ୟନ୍ତ ବ୍ୟାପିଛି।ସୋନବୀର ପ୍ରଥମେ ନିଜ କ୍ୟାରିୟର ୯୦୦ଟଙ୍କାର ଦରମାରୁ କରିଥିଲେ। ସୋନବୀର କେନିଆର ପ୍ରଥମ ଏପରି ବିବସାୟୀ ଟାଇକୁନ ଅଟନ୍ତି ଯିଏକି ଆଫ୍ରିକା ଦେଶରେ ଅଲ୍ଟ୍ରା ବିୟଲେଟ(ୟୁବି) ଇଙ୍କ ଓ ଫ୍ଲେସ୍କୋ ପେଣ୍ଟିଙ୍ଗ ଟେକ୍ନିକ କୁ ଦୁନିଆସାରା ପକାଶ କରିଛନ୍ତି। କିଛି ଦିନ ତଳେ ନରେନ୍ଦ୍ର ମୋଦି ତଜାନିଆ ପହଁଚିଥିଲେ। ସେଠାରେ ସେ ଏହି କଥାକୁ ନେଇ ଖୁସି ହୋଇଥିଲେକି ଭାରତୀୟ ଏଠି ବ୍ୟବସାୟ କରି ନାମ କମାଇଛନ୍ତି। ଆଫ୍ରିକୀୟ ଦେଶ ତଜାନିଆ,ଯୁଙ୍ଗାଡା, ରବାଡ଼ା ସହିତ ଅନ୍ୟ ଦେଶରେ କୋଟି କୋଟି ଟଙ୍କାର କାରବାର ଅଟେ।

ଏସିଅନ ପ୍ରେଣ୍ଟିଙ୍ଗ ମସିନରିଜରୁ ଅଫର ମିଳିଥିଲା:-

ସୋନବୀର କହିଛନ୍ତି କି ୧୮ ବର୍ଷ ପୂର୍ବେ ସେ ପେଣ୍ଟିଙ୍ଗ ଟେକ୍ନୋଲୋଜିରେ ଡିପ୍ଲୋମା ଇଞ୍ଜିନିୟରିଙ୍ଗ କରିଛନ୍ତି।କଲେଜରୁ ପାସ ଆଉଟ ହେବାପରେ ଗୁଡ଼ଗ୍ରାମରେ ଡୋମେନେଣ୍ଟ ଓଫସେଟ ମେନ୍ୟୁଫ୍ୟାକ୍ଚରିଙ୍ଗ ଲିମିଟେଡ଼ରେ ଚାକିରୀ ମିଳିଲା। ପ୍ରଥମେ କମ୍ପାନୀ ଟ୍ରେନିଙ୍ଗ ସମୟରେ ୯୦୦ଟଙ୍କା ଦରମା ମିଳିଥିଲା। ପରେ ୧୫୦୦ ଟଙ୍କା ଦରମାରେ ସେଠାରେ ଦୁଇବର୍ଷ କାମ କଲେ। ଏହି ସମୟରେ ଦିଲ୍ଲୀରୁ ଏସିଅନ ପ୍ରେଣ୍ଟିଙ୍ଗ ମସିନରିଜରୁ ଅଫର ମିଳିଥିଲା। କମ୍ପାନୀ ମେଣ୍ଟନିୟସ ଇଞ୍ଜିନିୟରର ଜିମେଦାରୀ ଦେଇଥିଲା। କିଛି ସମୟ କାମ କରିବା ପରେ ନୋଏଡାର ଇଣ୍ଟରନ୍ୟାସନାଲ ପଣ୍ଟଓପେକ୍ଟ ଲିମିଟେଡ଼ରେ ପେନଟିଙ୍ଗ ଇଞ୍ଜିନିୟର ରୂପରେ କାମକଲେ। ଏହା ପରେ ଫ୍ଲେସ୍କୋ ପେଣ୍ଟିଙ୍ଗ ଓ ପରେ ହେର୍ଡ ଅଫ ଡ଼ିପାର୍ଟମେଣ୍ଟର ଜିମେଦାରୀ ମିଳିଲା। ଏଇଠୁ ଜୀବନ ବଦଳିଗଲା। ଆଫ୍ରିକ ଦେଶ ନରୱେର ଏକ କମ୍ପାନୀରୁ ଅଫର ଆସିଲା।

ପତ୍ନୀଙ୍କ ସହିତ କେନିଆର ନରୱେ ସହର ପହଁଚିଲେ।ତିନିମାସ ପରେ ଚାକିରୀ ଚାଲିଗଲା ସେଜାଣିବାକୁ ପାଇଲେ କି ତାଙ୍କୁ କେବଳ ଟେକ୍ନିକ ଶିଖାଇବାରଥିଲା।ଫେରି ଯିବାର ଟିକେଟ ତାଙ୍କ ହାତରେ ଥିଲା କିନ୍ତୁ ସେଠାରେ ତାଙ୍କୁ ତାଙ୍କ ସାଙ୍ଗ ଅଶ୍ୱିନୀ ସାହାଯ୍ୟ କରିଥିଲେ।ଖାଇବା ପିଇବାର ବ୍ୟବସ୍ଥା ସାଙ୍ଗ କରିଦେଲେ ଓ ପୁନଃ ଫେରିବାର ଟିକେଟ ମଧ୍ୟ କରିଦେଲେ।ଫେରିବାର ଗୋଟେ ଦିନ ପୂର୍ବରୁ ପୁନଃ ଏକ ଜବ ଆସି ପହଁଚିଲା।ଡାଇରେକ୍ଟର ବିମଲ କଠାରିୟା ତାଙ୍କ ପ୍ରତିଭାବୁ ଜାଣିଥିଲେ।ସେହି କମ୍ପାନୀରେ ୧.୫୦ ଲକ୍ଷ ଟଙ୍କା ପ୍ରତି ମାସର ଦରମା ଥିଲା।କିଛି ଦିନ ଠିକ ଚାଲିଲା କିନ୍ତୁ ବର୍କ ପରିମିଟର ଅବଧି ସରିଗଲା।

Google
ବର୍କ ପରିମିଟର ଅବଧି ସରିଗଲା ଓ ପୁଣି ଚାଲିଗଲା ଚାକିରୀ:-

ଯେବେ ବର୍କ ପରିମିଟ ସରିଗଲା ସେବେ ଅନ୍ୟମାନେ ତାଙ୍କର ଅଭିଯୋଗ କରିଦେଲେ। ଏହା ପରେ ଚାକିରୀ ଚାଲିଗଲା। ଡାଇରେକ୍ଟର ପୁନଃ ବର୍କ ପରିମିଟ ତିଆରି କରିବାରେ ସାହାଯ୍ୟ କଲେ କିନ୍ତୁ ହୋଇପାରିଲା ନାହିଁ।ଦ୍ୱିତୀୟ ଥର ଚାକିରୀ ଚାଲିଯାଇଥିଲା। ପ୍ରଶାସନ ପାସପୋର୍ଟ ଜବତ କରି ଡ଼ିପୋଟ କରିବାକୁ ଆରମ୍ଭ କରିଦେଇଥିଲା।ସେବେ ସୋନବୀର ଜୟପୁରର ବଜରଙ୍ଗ ରାଠୋଡ଼ ଙ୍କୁ ଭେଟିଲେ। ରାଠୋଡ଼ କେଉଁ ଜଗଦୀଶଙ୍କ ସହିତ କଥାଭେଟ କଲେ।ସେଠାରେ ସିନିୟର ଅଫିସରଙ୍କୁ ଡାକି ପଚରା ଗଲା ସୋନବୀରଙ୍କୁ କାହିଁକି ଡ଼ିପୋଟ କରାଯାଉଛି କଣ ସେ କ୍ରିମିନାଲ ଅଟନ୍ତି। ଏହାର ଜବାବ ତାଙ୍କ ପାଖରେ ନଥିଲା ସିନିୟର ଅଫିସର ପାସପୋର୍ଟ ଦେଇଦେଲେ ଓ ୬ ମାସ ବର୍କ ପରିମିଟ ପାଇଁ ସମୟ ମିଳିଗଲା।

ଭାଇମାନେ ପଇସା ପଠାଇଲେ କିନ୍ତୁ ସେ ଏକ ସାଙ୍ଗକୁ ସାହାଯ୍ୟ କଲେ:-

ଭରତପୁରର ଗୁନସାରାରେ ରହିବା ଵାଲା ବଡ଼ ଭାଇ ଏୟାରଫୋରସର ରିଟାର୍ଡ କ୍ୟାପଟେନ ଧର୍ମବୀର ସିଂହ ଓ ଛୋଟ ଭାଇ ଭରତ ସିଂହ ଏକ ଲକ୍ଷ ଟଙ୍କା ପଠାଇଥିଲେ କିନ୍ତୁ ସେ ପଇସା ଜଣେ ସାଙ୍ଗର କାମରେ ଲାଗିଗଲା ଯେଉଁ ସାଙ୍ଗ ପୂର୍ବରୁ ସାହାଯ୍ୟ କରିଥିଲା ସେ ଇଟାଲୀ ଯାଇପାରୁନଥିଲା। ପାଖରେ ଆଉ ଜମାବି ପଇସା ନଥିଲା ପ୍ରତିଦିନ ଚାକିରୀ ଖୋଜିବା ପାଇଁ ଚାଲିଚାଲି ଯିବାକୁ ପଡୁଥିଲା।

ଆରମ୍ଭରେ ଫାଇଦା କମ କ୍ଷତି ଅଧିକ ହେଲା:-

ଯେଉଁ କମ୍ପାନୀରୁ ତାଙ୍କୁ ବାହାର କରାଯାଇଥିଲା ସେ ଏବେ କହିଲେକି ଆଉ ରଖିହେବନି କାରଣ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ରଖିଦିଆଯାଇଛି। ବର୍କ ପରିମିଟ ସେହି କମ୍ପାନୀ ପାଇଁ ହୋଇଥିଲା ସେହି କମ୍ପାନୀ ପରିବର୍ତ୍ତନ କରାଯାଇପାରୁନଥିଲା। ବାଧ୍ୟ ହୋଇ ଯେଉଁଠି ୧.୫୦ ଲକ୍ଷ ଦରମା ପାଉଥିଲେ ସେଠି ୫୦% କମ ପଇସାରେ କାମ କରିବାକୁ ପଡିଲା। ଏହା ପରେ ଆଉ ଏକ କମ୍ପାନୀରେ ଜଏନ କରିଲେ। ସେଠାରେ ମଧ୍ୟ କ୍ଷତି ସହିବାକୁ ପଡିଲା।ଅନେକ ସମସ୍ୟା ପରେ ନିଜର କାମ ଆରମ୍ଭ କରିବାକୁ ଭାବିଲେ।୨୦୦୯ରେ ଶ୍ରୀକୃଷ୍ଣ ଓଭରସିଜ ନାମରେ କମ୍ପାନୀ ରେଜିଷ୍ଟ୍ରେସନ କରାଇଲେ।ପ୍ରଥମେ ପତ୍ନୀ ନିର୍ମଳା ପ୍ରଥମେ ମସାଲା, ଚାଉଳ ଇଂପୋର୍ଟର କାମ ଆରମ୍ଭ କଲେ।ପୁଣି ରେସ୍ତ୍ରା ବ ଡ଼ିପାର୍ଟ ମେଣ୍ଟାଲ ଷ୍ଟୋର ଆରମ୍ଭ କଲେ।ପ୍ରତିଟି କମରେ ଫାଇଦା କମ କ୍ଷତି ହେଲା କିନ୍ତୁ ହାର ମାନିଲେ ନାହିଁ।

Google
ଜିଦି ଥିଲା କେନିଆରୁ ଯିବେ ନାହିଁ। ସେଠାରେ ହିଁ କିଛି କରିବେ:-

ସୋନବୀର କହିଛନ୍ତି ଯେଉଁ ବ୍ୟକ୍ତି ତାଙ୍କ ଅଭିଯୋଗ କରିଥିଲା ସେହି ବ୍ୟକ୍ତି ଯେବେ କେନିଆ ଛାଡି ପଳାଇବା ପାଇଁ କହିଲା। ସେବେ ସୋମବୀର ଜିଦି ଧରିଲେ କି ସେ କେନିଆ ରେ ହିଁ ରହି କିଛି କରିବେ। ଏକ ପ୍ୟାକେଜିଙ୍ଗ ମେସିନ କିଣିଲେ । ଚାରିଜଣ କର୍ମଚାରୀଙ୍କ ସହିତ କାମ ଆରମ୍ଭ କରିଦେଲେ। ଡେରି ରାତ୍ରି ପର୍ଯ୍ୟନ୍ତ ୧୬-୧୬ ଘଣ୍ଟା କାମ କଲେ । ଟିମ ସହିତ ଦେଖିବାକୁ ଆସିଥିବା ଡାଇରେକ୍ଟରଙ୍କ ସହିତ କଥାବାର୍ତ୍ତା ହେଲା । ସେହି କମ୍ପାନୀର ଡାଇରେକ୍ଟରଙ୍କ ସବୁ ମେସିନକୁ କ୍ରିଡ଼ିତ ରେ ଦେଇଦେଲେ।କାମ ଆରମ୍ଭ କରିଦେଲେ ଓ କର୍ମଚାରୀ ସଂଖ୍ୟା ହୋଇଗଲା ୨୫। କ୍ରେଡ଼ିତରେ କଞ୍ଚାମାଲ ମଧ୍ୟ ମିଳିବା ଆରମ୍ଭ ହୋଇଗଲା। ଏହା ପରେ ପ୍ରଥମ ୩୦ ଲକ୍ଷର ଟର୍ନଓଭର, ପୁଣି ୮୦ ଲକ୍ଷରୁ ସିଧା ୧୪ କୋଟିରେ ପହଁଚିଗଲେ।ଆଖପାଖ ଦେଶରୁ କାମ ମିଳିବା ଦ୍ଵାରା ଟର୍ମଓଭର ୫୦ କୋଟି ହୋଇଗଲା। ଆଜି ୧୦୦କୋଟିର କମ୍ପାନୀରେ ୧୧୦ ଲୋକ କାର୍ଯ୍ୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *