ଦିନେ ନାରାଜ ହୋଇଯାଇଥିଲେ କେ ଏଲ ରାହୁଲ ! ହେଲେ ସାଉଥ ଆଫ୍ରିକା ସିରିଜରେ ମିଳିଲା ଏମିତି ଅଫର !

ଆମେ ଏହା ପ୍ରାୟ ଭଲ ଭାବରେ ଜାଣୁ କି ଆଗାମୀ ୨୬ ତାରିଖ ପରଠାରୁ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଶୃଙ୍ଖଳାରେ ରୋହିତ ଶର୍ମା ଆଘାତ କାରଣରୁ ଖେଳି ପାରିବେ ନାହିଁ। କାରଣ ତାଙ୍କର ଆଙ୍ଗୁଠିରେ ଗଭୀର ଆଘାତ ଲାଗିବା କାରଣରୁ ସେ ଏହି ଦୁଇଟି ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ। ତେବେ ତାଙ୍କ ସ୍ଥାନରେ କେ ଏଲ ରାହୁଲଙ୍କୁ ଭାରତୀୟ ଦଳର ଉପ ଅଧିନାୟକ କରି ଦିଆ ଯାଇଛି।

ତେବେ କେ ଏଲ ରାହୁଲ ଉପ ଅଧିନାୟକ ହେବା ପରେ ନିଜର ପ୍ରଥମ ସାକ୍ଷାତକାର ଦେଇଥିଲେ। ତେବେ ତାଙ୍କର ସାକ୍ଷାତକାର ନେଇଥିଲେ ତାଙ୍କର ପିଲାବେଳ ବନ୍ଧୁ ମୟଙ୍କ ଅଗ୍ରୱାଲ। ତେବେ ସେ ତାଙ୍କର ସାକ୍ଷାତକାର ନେବା ସହିତ ତାଙ୍କୁ କିଛି ପ୍ରଶ୍ନ ପଚାରି ଥିଲେ। ତେବେ ସେ ତାଙ୍କୁ ପ୍ରଥମ ପ୍ରଶ୍ନ ପଚାରି ଥିଲେ କି ଉପ ଅଧିନାୟକ ହେବା ପରେ ତାଙ୍କୁ କିପରି ଲାଗୁଛି। ଏହାର ଉତ୍ତର କେ ଏଲ ରାହୁଲ ବହୁତ ମଜାଳିଆ ଉପାୟରେ କହିଥିଲେ।

ସେ କହିଥିଲେ କି ସାତ ମାସ ତଳେ ତାଙ୍କୁ ଲାଗୁଥିଲା କି ସେ ଟେଷ୍ଟ କ୍ରିକେଟ ଖେଳି ପାରିବେ ନାହିଁ କିନ୍ତୁ ସାଉଥ ଆଫ୍ରିକା ସିରିଜ କଥା କହିବା ତ ସେ ଭାରତୀୟ ଦଳର ଉପ ଅଧିନାୟକ ହୋଇ ବହୁତ ଖୁସି ଅଛନ୍ତି। ଏହା ସହିତ ସେ ନିଜର ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଆଶା ରଖିଛନ୍ତି ବୋଲି କହିଥିଲେ। ତେବେ ରୋହିତ ଶର୍ମା ଦଳରୁ ବାଦ ପଡିବା ପରେ କେ ଏଲ ରାହୁଲ ଦଳର ଉପ ଅଧିନାୟକ ଭାବରେ ଦାୟିତ୍ଵ ନେଇ ସାରିଛନ୍ତି।

ତେବେ କେ ଏଲ ରାହୁଲଙ୍କୁ ମୟଙ୍କ ପଚାରିଲେ କି ତମେ ଏବେ ଏବେ ଭାରତୀୟ ଦଳର ଉପ ଅଧିନାୟକ ହୋଇଛ କିନ୍ତୁ ତୁମର ଦାଢ଼ି ପାଚିବାକୁ ଲାଗିଲାଣି। ଏହାର ଉତ୍ତରରେ ସେ କହିଥିଲେ କି ଏହା ଆଇପିଏଲରେ ଅଧିନାୟକ ହେବା କାରଣରୁ ହୋଇଛି। ଏହା ସହିତ ସେ କହିଥିଲେ କି ଯଦି ତାଙ୍କର ଦାଢ଼ି ଭାରତୀୟ ଦଳର ଉପ ଅଧିନାୟକ ହେବା କାରଣରୁ ପାଚିବ ତେବେ ସେ ଏଥିପାଇଁ ବହୁତ ଖୁସି ହେବେ ବୋଲି କହିଥିଲେ।

ଏହା ସହିତ ସେ ଭାରତୀୟ ଦଳ ପାଇଁ ଖେଳିବା ପାଇଁ ଉଭୟ ସାଙ୍ଗ ହୋଇ ସ୍ଵପ୍ନ ଦେଖିଥିଲେ ଏହା ସହିତ ଏହି ସ୍ଵପ୍ନ ଆଜି ପୂରଣ ହୋଇ ପାରିଛି ଏହା ସହିତ ଏଥିପାଇଁ ସେ ଅନେକ ପରିଶ୍ରମ କରିଥିବା କଥା ମଧ୍ୟ କହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *