ସ୍ୱପ୍ନ ଦେଖିଥିଲେ ମୋଡେଲ ବନିବାର, ହେଲେ ୫ ବର୍ଷ ହେଲା ଅଛନ୍ତି ବନ୍ଦୀ। କାରଣ ଜାଣିଲେ ହୋସ ଉଡିଯିବ।

ଏହି ଦୁନିଆରେ ସବୁ ମଣିଷ ନିଜର ସ୍ୱପ୍ନକୁ ପୂରା କରିବାକୁ ଚାହିଁଥାଏ,ନିଜ ଜୀବନକୁ ଖୋଲିକରି ଏକ ସ୍ୱାଧୀନ ପକ୍ଷୀ ଭଳି ବଞ୍ଚିବାକୁ ଚାହିଁଥାଏ କିନ୍ତୁ ଫିଲିପାଇନ୍ସର ବେବି ନାମକ ଏକ(୨୯ ବର୍ଷ)ର ଝିଅ ବିନା କୌଣସି ଦୋଷ କରି ପିଞ୍ଜରାରେ ବନ୍ଦି ଅଛି। ସେ ଗତ ୫ ବର୍ଷରୁ ପାଗଳ ଭଳି ନିଜର ଜୀବନ ବିତାଉଛି। କୌଣସି ନିର୍ଦୋଷ ମଣିଷକୁ ବନ୍ଦୀ କରିବାର ଅଧିକାର କାହାରବି ନାହିଁ କିନ୍ତୁ ଫିଲିପାଇନ୍ସର ବନ୍ଦୀରେ ରହିଥିବା ସେହି ଝିଅ ବନ୍ଦୀରେ ରହିବା ପାଇଁ ବାଧ୍ୟ ଅଟେ।

Google

ସେ କପଡା ମଧ୍ୟ ବସ୍ତାରେ ତିଆରି ହୋଇଥିବା ପିନ୍ଧନ୍ତି।ପ୍ରକୃତରେ,କଥା ଏହା କି ଯେବେ ସେ ପାଠ ପଢ଼ୁଥିଲା,ସେ ନିଜ ଜୀବନରେ ଏକ ମଡେଲ ହେବାର ସ୍ୱପ୍ନ ଦେଖିଥିଲା। ତା ପରିବାର ପାଖରେ ଟଙ୍କାର ଅଭାବ ଥିଲା। ଯେଉଁ କାରଣରୁ ପରିସ୍ଥିତି କିଛି ଏପରି ହେଲା କି ସେ ବିଷାଦରେ ରହିବାକୁ ଲାଗିଲା ଓ ଚିକିତ୍ସା ନ ହେବା କାରଣରୁ ପାଗଳ ଭଳି ହୋଇଗଲା। ଆଜି ସେ ଏହି ପ୍ରକାରର ଦୟନୀୟ ଜୀବନ ବଞ୍ଚୁଛି। ଯିଏ ବି ତା ବିଷୟରେ ଜାଣୁଛି ସେ ଭାବୁକ ହୋଇଯାଉଛି।

ଫିଲିପାଇନ୍ସରେ ରହୁଥିବା ୨୯ ବର୍ଷର ବେବିକୁ ଆଉ କେହି ନୁହେଁ ବରଂ ତା ପରିବାର ଲୋକ ହିଁ ଗତ ୫ ବର୍ଷରୁ ପିଞ୍ଜରାରେ ବନ୍ଦ କରିକି ରଖିଛନ୍ତି। ଏ ପର୍ଯ୍ୟନ୍ତ କି ତାକୁ ଖାଇବା ପିଇବା ମଧ୍ୟ ସେହିଠାରେ ଦିଆଯାଏ। ତାର ଏପରି ଅସନ୍ତୁଳିତ ମାନସିକ ଅବସ୍ଥାକୁ ଦେଖି ତା ସହ ବ୍ୟବହାର ଏପରି କରାଯାଉଛି।

Google

ପରିବାର ସଦସ୍ୟଙ୍କ ଅନୁସାରେ, ବେବି ପ୍ରଥମେ ଏପରି ନଥିଲା ସେ ବହୁତ ଖୁସି ମିଜାଜର ଝିଅ ଥିଲା। ଯିଏ ଗ୍ରାଜୁଏସନ କରିବା ପରେ ମଡେଲ ହେବାର ସ୍ୱପ୍ନ ଦେଖିଥିଲା କିନ୍ତୁ ୨୦୦୪ରେ ହଠାତ ତାକୁ ବିଷାଦର ଘାତ ପଡିବାକୁ ଲାଗିଲା। ସେ ମାନସିକ ଭାବରେ ମଧ୍ୟ ଏତେ ଅସୁସ୍ଥ ହୋଇଗଲା କି ନିଜ ସହ ଅନ୍ୟଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଲାଗିଲା।

ବେବିକୁ ଔଷଧ ଓ ଚିକିତ୍ସା ନ ମିଳିବା କାରଣରୁ ପୁଣିଥରେ ହେଲା ଅସୁସ୍ଥ: ବେବିର ପରିବାର ଲୋକ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ଯେଉଁଠାରେ ତାର ଚିକିତ୍ସା କରାଗଲା। ତାର ଠିକ ହେବାର କିଛିଦିନ ପରେ ତା ବାପାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଯିଏ ଘରେ ଏକୁଟିଆ ରୋଜଗାର କରୁଥିବା ଲୋକବ ଥିଲେ। ଯାହାପରେ ବେବିର ଔଷଧ ମଧ୍ୟ ବନ୍ଦ ହୋଇଗଲା ଓ ସେ ପୁଣିଥରେ ଅସୁସ୍ଥ ହୋଇଗଲା। ସେ ଲୋକଙ୍କ ଉପରେ ପଥର ଫୋପାଡ଼ିବାକୁ ଲାଗିଥିଲା, କେବେ କେବେ ପଡୋଶୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଦେଉଥିଲା।

Google

ବେବିର ହିଂସକ ବ୍ୟବହାରକୁ ଦେଖି ତା ପରିବାର ତାକୁ କୌଣସି ପ୍ରକାରରେ ସୁରକ୍ଷିତ ରଖିବା ପାଇଁ ପିଞ୍ଜରାରେ ବନ୍ଦୀ କରିଦେଲେ କିନ୍ତୁ ଏହାପରେ ମଧ୍ୟ ନିଜ ପିନ୍ଧିଥିବା କପଡାକୁ କେବେ କେବେ ଚୋବେଇ ଦିଏ ତ କେବେ ଫାଡିଦିଏ ଏହାପରେ ପରିବାର ତାକୁ ବସ୍ତାରେ ତିଆରି ହୋଇଥିବା କପଡା ପିନ୍ଧାଇବା ଆରମ୍ଭ କରିଦେଲେ। ପରିବାର ପାଖରେ ଏତେ ଟଙ୍କା ନ ଥିଲା କି ବେବିର ପୁଣିଥରେ ଚିକିତ୍ସା କରାଇ ପାରିବେ।

ବେବିର ଅଵସ୍ଥା ଉପରେ ଦୟାଭାବ ଦେଖାଇ ପରିବାରର ଏକ ପରିଚିତ ବ୍ୟକ୍ତି ପିଞ୍ଜରାରେ ବନ୍ଦ ଥିବା ବେବିର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଇଛି। ଯାହା ଏବେ ବହୁତ ଭାଇରଲ ହେଉଅଛି। ପରିବାରର ଲୋକ ସମସ୍ତଙ୍କ ଠାରୁ ତାର ଚିକିତ୍ସା ପାଇଁ ଦାନ କରିବାର ଅପିଲ କରିଛନ୍ତି।ଲୋକ ବର୍ତ୍ତମାନ ତାର ସହଯୋଗ କରିବାର କଥା କହୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *