IND VS ENG: ଇଂଲଣ୍ଡର ଏହି ଖେଳାଳି ଦିନେ ଡ୍ରେସିଂ ରୁମରେ କାନ୍ଦୁଥିଲେ, ଏବେ ବନିଲେ ପ୍ରଥମ ଇଂନିସର ହିରୋ।

କୁହନ୍ତିକି ସମୟ ଠାରୁ ଅଧିକ ବଳବାନ କେହି ହୋଇନଥାନ୍ତି। ଏକ ସମୟ ଥିଲା ଯେବେ ଇଂଲଣ୍ଡର ବୋଲର ଡ୍ରେସିଂ ରୁମରେ କାନ୍ଦୁଥିଲା ଓ ଆଜି ସେ ଚେନ୍ନାଇରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନକୁ କନ୍ଦାଉଛି।କଥା ହେଉଅଛେ ଇଂଲଣ୍ଡର ଅଫ ସ୍ପିନର ଡୋମ ବେସଙ୍କର, ଯିଏ ଚେନ୍ନାଇ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦଳର ୪ଟି ବ୍ୟାଟ୍ସମ୍ୟାନକୁ ଡ୍ରେସିଂ ରୁମର ବାଟ ଦେଖାଇଲେ। ଡୋମ ବେସ ଭାରତୀୟ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଓ ରିଷଭ ପନ୍ତଙ୍କର ବଡ଼ ୱିକେଟ ନିଜ ନାମରେ କଲେ।

Google

ଚେନ୍ନାଇର ଯେଉଁ ପିଚରେ ଆର ଅଶ୍ଵିନ ଓ ସାହାଵାଜ ନଦୀମଙ୍କ ଭଳି ବୋଲର କିଛି ଖାସ ପ୍ରଭାବ ଛାଡି ପାରିଲେ ନାହିଁ, ସେଠାରେ ଡୋମ ବେସ ମାପ ଚୁପ ଲେନ୍ଥ ସହ ବୋଲିଂ କଲେ। ଡୋମ ବେସ ସବୁଠୁ ପ୍ରଥମେ ବିରାଟ କୋହଲିଙ୍କର ଡିଫେନ୍ସକୁ ଭେଦ କଲେ। ବେସ ବିରାଟ କୋହଲିଙ୍କୁ ଅଫ ଷ୍ଟମ୍ପର ବାହାରେ ଆଗକୁ ଆସିବାକୁ ବାଧ୍ଯ କଲେ ବଲ ତାଙ୍କ ବ୍ୟାଟର ଅନ୍ତ ଭାଗରେ ବାଜିଲା। ଶଟ ଲେଗରେ ଠିଆ ଫିଲ୍ଡର କ୍ୟାଚ ଧରିବାରେ କୌଣସି ଭୁଲ କରିଲେ ନାହିଁ ଓ ବିରାଟ କୋହଲିଙ୍କ ପାଳି ୧୧ ରନରେ ସମାପ୍ତ ହୋଇଗଲା।

Google

ରାହାଣେ-ପୂଜାରା ଓ ପନ୍ତଙ୍କର ମଧ୍ୟ କଲେ ଶିକାର: ଡୋମ ବେସ ନିଜ ପରବର୍ତ୍ତୀ ଓଭରରେ ଅଜିଙ୍କ୍ୟ ରାହାଣେ ୱିକେଟ ମଧ୍ୟ ନେଲେ। ବେସଙ୍କର ଫ୍ଲାଇଟେଡ଼ ବଲରେ ରାହାଣେ ଡ୍ରାଇଭ ଖେଳିଲେ ଓ ବଲ ଉପରକୁ ଗଲା। କଭର୍ସରେ ଠିଆ ହୋଇଥିବା ଅଧିନାୟକ ରୁଟ ନିଜ ବାମ ପଟକୁ ଡେଇଁ କରି କ୍ୟାଚ ଧରିନେଲେ। ଏହା ସହିତ ହିଁ ରାହାଣେଙ୍କର ପାଳିର ଅନ୍ତ ଏକ ରନରେ ହୋଇଗଲା। ଏହା ପରେ ଯେତେବେଳେ ଚେତେଶ୍ୱର ପୂଜାରା ଏବଂ ରିଷବ ପନ୍ତଙ୍କର ଯୋଡି ୱି କେଟରେ ସ୍ଥିର ହୋଇଗଲା ତେବେ ଏହି ଯୋଡିକୁ ମଧ୍ୟ ବେସ ହିଁ ଭାଙ୍ଗିଲେ। ଏହି ଅଫ ସ୍ପିନର ଚେତେଶ୍ୱର ପୂଜାରାଙ୍କୁ ରରି ବର୍ନ୍ସଙ୍କ ହାତରେ କ୍ୟାଚ ଆଉଟ କରାଇଲେ। ୫ଟି ଛକା ଲଗାଇ ସାରିଥିବା ରିଷଭ ପନ୍ତ ଇଂଲଣ୍ଡ ପାଇଁ ବଡ଼ ବିପଦ ପ୍ରମାଣିତ ହେଉଥିଲେ। ସେ ଶତକ ଆଡକୁ ବଢ଼ୁଥିଲେ କିନ୍ତୁ ବେସ ଏପରି ହେବାକୁ ଦେଲେ ନାହିଁ। ବେସଙ୍କର ବଲରେ ଛକା ଲଗାଇବା ହୋସରେ ପନ୍ତ ଆଉଟ ହୋଇଗଲେ। ପନ୍ତ ୯୧ ରନ କରି ପାଭିଲିୟନ ଫେରିଲେ।

Google

ଡୋମ ବେସ ଥିଲେ ଡିପ୍ରେସନରେ ପୀଡିତ: ବହୁତ କମ ଲୋକ ଜାଣନ୍ତି କି ଇଂଲଣ୍ଡର ଅଫ ସ୍ପିନର ଡୋମ ବେସ ବହୁତ ହିଁ କମ ବୟସରେ ଡିପ୍ରେସନର ଘେରରେ ଆସିଯାଇଥିଲେ। ବର୍ଷ ୨୦୧୮ରେ ଡୋମ ବେସ ସମର ସେଟ ତରଫରୁ ୟର୍କ ସାୟର ବିରୁଦ୍ଧରେ କାଉଁଟି ମ୍ୟାଚ ଖେଳୁଥିଲେ। ବେସ ଡ୍ରେସିଂ ରୁମରେ ବସି ନିଜ ବ୍ୟାଟିଂର ଅପେକ୍ଷା କରୁଥିଲେ। ଏହା ମଧ୍ୟରେ ସେ ଦଳର ମନୋବିଜ୍ଞାନୀଙ୍କ ସହ କଥା ହେବାକୁ ଲାଗିଲେ। ବେସ ତାଙ୍କ ସହ କଥା ହେବା ସମୟରେ ନିଜ ଭିତରର କଷ୍ଟକୁ କହିବାକୁ ଲାଗିଲେ। ଏହା କହିବା ବେଳେ ସେ କୋହ ଫଟାଇ କାନ୍ଦିବାକୁ ଲାଗିଲେ କିନ୍ତୁ ସମୟ ସହିତ ବେସ ଭିତରୁ ଶକ୍ତିଶାଳୀ ହେଲେ ଓ ଆଜି ସେ ଇଂଲଣ୍ଡ ଟେଷ୍ଟ ଟିମର ମହତ୍ତ୍ୱପୂର୍ଣ୍ଣ ଭାଗ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *