କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବୁଧବାର ରାତିକୁ କହିଛନ୍ତି ପିଆଜର ବଢ଼ୁଥିବା ଦାମରୁ ଗ୍ରାହକ ମାନଙ୍କୁ ସୁବିଧା ଦେବା ପାଇଁ ୧ ଲକ୍ଷ ଟନର ବଫର ଷ୍ଟକ ଜାରିକରିବା ସହିତ ଅଲଗା ଅଲଗା ପଦକ୍ଷେପ ନିଆଯିବ। ତୋମର ଇଂଦୋର ସହରରୁ ପାଖାପାଖି ୨୦ କିଲୋମିଟର ଦୂର ଧରମପୁରୀ କସ୍ବେବେ ରେ ଏକ ନିର୍ବାଚନ ସଭାରେ ସାମିଲ ହେବା ପରେ ସମ୍ବାଦ ଦାତାଙ୍କୁ କହିଛନ୍ତି,”ପିଆଜ ଦର ବଢିବା ମାମଲା ସରକାରଙ୍କ ଦୃଷ୍ଟିରେ ଅଛି। ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ମହାସଂଘ (ନୋଫଡେ) ପାଖରେ ଥିବା ପିଆଜର ଏକ ଲକ୍ଷ ଟନ ବଫର ଷ୍ଟକ ଜାରିକରାଯାଉଛି। ସେ କହିଛନ୍ତି ଆମେ ସମୟ ପୂର୍ବରୁ ଦେଶର ପିଆଜ ଦର ଉପରେ ରୋକ ଲଗାଇଦେଇଛୁ। ଯେବେକି ଏହା ପାଇଁ ରାସ୍ତା ଖୋଲିଦେଇଛୁ।

ତୋମର କହିଛନ୍ତି, କଂଗ୍ରେସ “ଦୁଇମୁହଁ ରାଜନୀତି” କରି କେନ୍ଦ୍ର ସରକାରଙ୍କ ନୂଆ କୃଷି କାନୁନର ବିରୋଧ କରୁଛନ୍ତି। ସେ କହିଛନ୍ତି “କଂଗ୍ରେସ ବର୍ଷ ୨୦୧୯ ପୂର୍ଵ ଲୋକସଭା ନିର୍ବାଚନ ସମୟରେ ନିଜ ଘୋଷଣା ପତ୍ରରେ କହିଥିଲା କି ଦେଶକୁ ବ୍ୟାପାର ବନ୍ଦନରୁ ମୁକ୍ତ କରିବ। ଅନ୍ତରରାଜ୍ୟ କାରବାର କୁ ବଢ଼ାଇବ, କୃଷି ଉପନ ବିପଣନ ସମିତିମାନ (ଏପିଏମସି) କୁ ସମାପ୍ତ କରିବ। ସଂବିଦା ଚାଷ ବଢ଼ାଯିବ ଓ ଆବଶ୍ୟକୀୟ ବସ୍ତୁ ଅଧିନିୟମକୁ ଶେଷ କରିବ।
କୃଷି ମନ୍ତ୍ରୀ କହିଛନ୍ତି,”କଂଗ୍ରେସ କାମ କରିପାରିଲା ନାହିଁ କାରଣ ସେ ପ୍ରେସର ଓ ଚାପରେ ରହିଥାଏ କିନ୍ତୁ ବାଜପାର କେନ୍ଦ୍ର ସରକାର କୃଷି କୁ ସୁଧାରିବା ପାଇଁ ନୂଆ ନିୟମ କରି ରଖିଦେଲେ। ସେଥିପାଇଁ ଏବେ କଂଗ୍ରେସ ପେଟରେ ଦରଜ ହେଉଛି”। ସେ ଏକ ପ୍ରଶ୍ନର ଉତରରେ କହିଲେ,”ଜେବେ ପଞ୍ଜାବ ସରକାରଙ୍କ ନୂଆ କାନୁନ ଆମ ପାଖକୁ ଆସିବ ଆମେ ତାକୁ ଅଧ୍ୟୟନ କରି କୃଷକଙ୍କ ହିତରେ ନିଶ୍ଚିତ ପଦକ୍ଷେପ ନେବୁ”।

ତୋମର ନିଜ ଗୃହ ରାଜ୍ୟ ମଧ୍ୟପ୍ରଦେଶର ସାଂବରେ ବିଧାନସଭାକ୍ଷେତ୍ରରେ ବାଜପା ଆଶାବାଦୀ ଓ ପ୍ରଦେଶର ପୂର୍ବ ଜଳ ସଂସାଧନ ମନ୍ତ୍ରୀ ତୁଳସୀରାମ ସିଲାଵଟଙ୍କ ପକ୍ଷରେ ନିର୍ବାଚନ ସଭାକୁ ସଂବୋଧିତ କରିବା ପାଇଁ ଧରମପୁରୀ ଯାଇଥିଲେ। ସୁବେରେ ସାଂବରେ ସମେତ ୨୮ ବିଧାନସଭା ସିଟ ରେ ତିନି ନଭେମ୍ବରକୁ ବିଧାନସଭା ନିର୍ବାଚନ ହେବାକୁ ଅଛି ।
ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତାଙ୍କ ଦ୍ଵାରା ବାଜପାର ନେତାମାନଙ୍କ ପାଇଁ “ଆଇଟମ” ଓ”ଗଦାର” ଶବ୍ଦର ବ୍ୟବହାର ଜବାବରେ କରି ମନ୍ତ୍ରୀ କହିଛନ୍ତି,” ଖାଲି ମତିଷ୍କ ସଇତାନ ମାନଙ୍କ ଘର ହୋଇଥାଏ। କଂଗ୍ରେସୀୟ ମାନଙ୍କ ମତିଷ୍କ ଖାଲି ହୋଇଥିବାରୁ ସେ ଏହି ଭଳି ସଇତାନିଆ ଚର୍ଚା କରିଥାନ୍ତି। ଏଥିରେ ଲୋକଙ୍କ ମନରେ କଂଗ୍ରେସ ପାଇଁ ଖରାପ ଛବି ସୃଷ୍ଟି ହେଉଛି”।
ସେ କହିଛନ୍ତି,”ପୂର୍ବ ଲୋକସଭା ନିର୍ବାଚନ ପରେ କଂଗ୍ରେସର ଏତିକି ବି ଅବସ୍ଥା ନଥିଲା କି ସେ ବିପକ୍ଷ ନେତା ହୋଇପାରିବେ। ଏବେ ମଧ୍ୟପ୍ରଦେଶରେ ବି କଂଗ୍ରେସର ଜାହାଜ ବୁଡୁଛି। କଂଗ୍ରେସର ଅନେକ ନେତା ପାର୍ଟି ଛାଡି ବାଜପାରେ ମିଶୁଛନ୍ତି”।

ବରିଷ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଜପା ଉପରେ ମିଛ କଥା କହିବା ଅଭିଯୋଗ ଉପରେ ତୋମର କହିଛନ୍ତି ,”ମୁଁ ରାହୁଲ ଗାନ୍ଧିଙ୍କୁ ପଚାରିବାକୁ ଚାହୁଁଛି ତାଙ୍କର ପୁରା ପରିବାର ନିଜ ଇତିହାସରେ କେବେ ସତ କହିଛନ୍ତି ତ କୁହନ୍ତୁ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।