ପ୍ରଥମେ ହୋମ ଘର ଡିଲିଭରି ନାମରେ ଗ୍ରହଣା ଚୋରି ପରେ ଏବେ ଅନଲାଇନ ଖାଇବା ଅର୍ଡର ନାମରେ କରାଯାଉଛି ଲୁଟ। ସମାନ ପ୍ରଣାଳୀ ,ସମାନ କାମ। ଭୁବନେଶ୍ୱରର ତ୍ରିନାଥ ମହାରଣା ଏକ ବଡ଼ ହୋଟେଲ ନାମରେ ପ୍ରକାଶିତ ଏକ ଲିଙ୍କ ଜଣେ ବ୍ୟକ୍ତି ନିଜ ସାଙ୍ଗଙ୍କ ଠୁ ପାଇଥିଲେ।ଯେଉଁଠି ଗୋଟିଏ ଥାଳି ସହ ଆଉଗୋଟେ ମାଗଣା ଥିଲା।

ଏହା ପରେ ତ୍ରିନାଥ ସେହି ଲିଙ୍କ ଖୋଲି ନିଜର ସବୁ ବିବରଣୀ ଦେଇଥିଲେ। ପରେ ୧୦ ଟଙ୍କା ମେମ୍ବରସିପ ପାଇଁ ଅନଲାଇନରେ ପଠାଇଥିଲେ। ଏହା ପରେ ୫ ମିନିଟ ପରେ ଜଣେ ବ୍ୟକ୍ତି ନିଜକୁ ସେହି ହୋଟେଲ କର୍ମଚାରୀ କହି କଲ କରିଲେ। ସେ ତ୍ରିନାଥଙ୍କୁ ଏକ ଆପ ଡାଉନଲୋଡ ସହ ଏକ ଆଇଡି ଖୋଲିବ ପାଇଁ ମଧ୍ୟ କହିଥିଲେ।
ଏହା ପରେ ଅଳ୍ପ ସମୟ ପରେ ଏକ ୯,୯୯୯ ଟଙ୍କା ପାଇଁ ତ୍ରିନାଥଙ୍କ ମୋବାଇଲ କୁ ଏକ ଓଟିପି ଆସିଥିଲା। ଏହା ପରେ ଭାଗ୍ୟବଶତଃ ସତର୍କ ହୋଇ ତ୍ରିନାଥ ନିଜ କ୍ରେଡ଼ିଟ କାର୍ଡ଼କୁ ବ୍ଲକ କରିଦେଲେ।
ଏହି ଠକେଇ ପ୍ରାୟତଃ ୧୫ଦିନ ହେବ ଚାଲୁଛି ଅନଲାଇନ ମାଧ୍ୟମରେ । ବିଡ଼ିଏ ଅଫିସ ପାଖାପାଖି ସେହି ହୋଟେଲ ନାଁରେ ଏକ ବିଜ୍ଞାପନ ପ୍ରକାଶ କରି ଠକ ମାନେ ୧୨ ତାରିଖ ଠାରୁ ଏପରି ଠକି ଆସୁଛନ୍ତି।
ଏହା ମଧ୍ୟରେ ପାଖାପାଖି ୫୦ଜଣ ଲୋକ ଗୋଟିଏ ଥାଳି କିଣିଲେ ଦୁଇଟି ମାଗଣା ବିଜ୍ଞାପନ ଦେଖି ଠକେଇର ଶିକାର ହୋଇଥିବା ହୋଟେଲ କର୍ମଚାରୀ କହିଛନ୍ତି। ହୋଟେଲ କର୍ମଚାରୀ କହିଛନ୍ତି ସେହି ହୋଟେଲର କୌଣସି ଅନଲାଇନ କାର୍ଯ୍ୟ ବା ଅଫର ନାହିଁ। ଏହା ପରେ ୧୬ ତାରିଖରେ ହୋଟେଲ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ।
ଏହିଭଳି ଅନଲାଇନ ଠକେଇ କଥା କିଛି ଆଶ୍ଚର୍ଯ୍ୟ କଲା ଭଳି ନୁହେଁ। ରାଜଧାନୀର ଜଣେ ମହିଳା ଏକ ବଡ଼ ଏଫର ଦେଖି ଲୋଭରେ ଅନଲାଇନ ଏକ ଯାକେଟ ଓ କୃତି ଅଡର କରିଥିଲେ। ଏହା ପରେ ସେ ୮୯୯ ଟଙ୍କା ଦେଇ ନିଜ ଅର୍ଡର ନେଇଥିଲେ କିନ୍ତୁ ସେଥିରେ ଏକ ପୁରୁଣା ପୋଷାକ ଥିଲା।ଏହା ପରେ ସେ ସେହି ପୋଷାକକୁ ଫେରାଇ ମଧ୍ୟ ହୋଇପାରୁନାହିଁ ବୋଲି କହିଛନ୍ତି।
ତେଣୁ ଯଦି ଆପଣ ଏଭଳି ଠକେଇର ଶିକାର ହେବାକୁ ଚାହୁଁନାହାଁନ୍ତି ତ ତେବେ ଏଭଳି ବିଜ୍ଞାପନ ଆସୁଥିବା ଅଫର କୁ ଜମାବି ବିଶ୍ୱାସ କରନ୍ତୁନି। ଏହା ସହ ଅନଲାଇନ କାହାକୁ ମଧ୍ୟ ଓଟିପି ସେୟାର କରନ୍ତୁନି।
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ କହୁଛି ବର୍ଷ ୨୦୧୯ ଅପେକ୍ଷା ବର୍ତ୍ତମାନ ଓଡ଼ିଶାରେ ସାଇବର କ୍ରାଇମ ୭୬% ବୃଦ୍ଧି ହୋଇଯାଇଛି। ଏହା ବର୍ତ୍ତମାନ ଏକ ସମସ୍ୟାର କଥା ହୋଇଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।