ସବୁ ଦେଶର ନେତାଙ୍କୁ ପଛରେ ପକାଇ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ହାସଲ କଲେ ଶୀର୍ଷସ୍ଥାନ! ପଢନ୍ତୁ ପୁରା ଖବର

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତା ଦୁନିଆ ସାରା ଚର୍ଚ୍ଚିତ। ମର୍ନିଙ୍ଗ କନସଲଟ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ୭୫ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନରେ ଅଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡ୍ରେଶ ମୈନୂଆଲ ଓବ୍ରେଡୋର ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ମାରିୟୋ ଡ୍ରେଗି ୬୩ ପ୍ରତିଶତ ଏବଂ ୫୪ ପ୍ରତିଶତ ରେଟିଂ ସହିତ କ୍ରମଶଃ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

Google

ଦୁନିଆର ୨୨ ନେତାଙ୍କ ସୂଚୀ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି। ସେହିପରି ତାଙ୍କ ପରେ କାନାଡ଼ା ରାଷ୍ଟ୍ରପତି ଜଷ୍ଟିନ ଟୁରଡୋ ୩୯ ପ୍ରତିଶତ ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶୀଦା ୩୬ ପ୍ରତିଶତ ସହିତ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଅଛନ୍ତି।

ମର୍ନିଙ୍ଗ କନସଲଟ ପଲିଟିକାଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, ଜର୍ମାନୀ, ଭାରତ, ମେକ୍ସିକୋ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ, ସ୍ଵିଡେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ନେତାଙ୍କ ଅନୁମୋଦନ ରେଟିଂ ଉପରେ ନଜର ରଖୁଛି। ଏହ ପୂର୍ବରୁ ଜାନୁଆରୀ ୨୦୨୨ ଏବଂ ନଭେମ୍ବର ୨୦୨୧ ମସିହାର ତାଲିକାରେ ନରେନ୍ଦ୍ର ମୋଦୀ ଶୀର୍ଷ ସ୍ଥାନରେ ରହିଥିଲେ।

Google

ଏହି ସଂସ୍ଥା ରାଜନୈତିକ ନିର୍ବାଚନରେ ନିର୍ବାଚିତ ଅଧିକାରୀ ଏବଂ ମତଦାନ ଉପରେ ଅସଲି ପ୍ରକୃତ ମତଦାନ ଡାଟା ଦେଇଥାଏ। ଏହା ପ୍ରତ୍ୟେକ ଦିନ ୨୦,୦୦୦ ରୁ ଅଧିକ ଗ୍ଲୋବାଲ ଇଣ୍ଟରଭ୍ୟୁ ଆୟୋଜନ କରିଥାଏ। ଆମେରିକାରେ ଏହାର ସାଂପଲ ସାଇଜ ପାଖାପାଖି ୪୫,୦୦୦ ଥିବା ବେଳେ ଅନ୍ୟ ଦେଶରେ ଏହା ୫୦୦ ରୁ ୫,୦୦୦ ମଧ୍ୟରେ ହୋଇଥାଏ।

ବୟସ୍କଙ୍କ ରାଷ୍ଟ୍ରୀୟ ସ୍ତରରେ ପ୍ରତିନିଧିତ୍ବ ପାଇଁ ଅନଲାଇନ ଇଣ୍ଟରଭ୍ୟୁଆୟୋଜନ କରାଯାଇଥାଏ। ପ୍ରତ୍ୟେକ ଦେଶରେ ବୟସ, ଲିଙ୍ଗ, କ୍ଷେତ୍ର ଏବଂ ଆଉ କିଛି ଦେଶରେ ଅଧିକାରୀଙ୍କ ସରକାରୀ ସ୍ରୋତ ଆଧାରରେ ଏବଂ ଶିକ୍ଷା ଆଧାରରେ ସର୍ବେକ୍ଷଣକୁ ମହତ୍ତ୍ୱ ଦିଆ ଯାଇଥାଏ। ଆମେରିକାରେ ଜାତୀୟତା ଆଧାରରେ ସର୍ବେକ୍ଷଣ କରାଯାଇଥାଏ।

Leave a Reply

Your email address will not be published. Required fields are marked *