ନିଜର ଭୟଙ୍କର ଇଛା ଏବେ ତାଙ୍କୁ କଲା ଲକ୍ଷପତି,ବିଛା ମାନଙ୍କଠୁ କମାନ୍ତି ଲକ୍ଷ ଲକ୍ଷ ,ଜାଣନ୍ତୁ କେମିତି..

ପଇସା କମେଇବା ପାଇଁ ଅଦ୍ଭୁତ ରାସ୍ତା ଆପଣାଉଥିବା ଲୋକଙ୍କ ସଂଖ୍ୟା ଏହି ଦୁନିଆରେ ବହୁତ କମ। ୨୫ ବର୍ଷୀୟ ମିଶ୍ରନ୍ ରହୁଥିବା ମହମ୍ମଦ ହାମିଦ ଵୋସ୍ତା ଭି ଏହି ଲୋକମାନଙ୍କ ମଧ୍ୟରୁ ଜଣେ। ମହମ୍ମଦ ହାମିଦ ବିଛାଙ୍କ ବିଷ ବିକା କାରବାର କରନ୍ତି। ତାଙ୍କର ବିଛା ସୌକ କାରଣରୁ ସେ ଦିନେ ଏତେ ଧନୀ ହୋଇଯିବେ ବୋଲି ସେ ସ୍ୱପ୍ନରେବି ଭାବିନଥିଲେ। ପାଖାପାଖି ୭ ଲକ୍ଷ ଟଙ୍କାରେ ଏକ ଗ୍ରାମ ବିଷ ବିକ୍ରି କରିଥାନ୍ତି।

Google
ବିଷର ବ୍ୟବହାର:-

ନିଜ ସୌକ ପାଇଁ ମହମ୍ମଦ ହାମିଦ ଆର୍କିୟୋଲୋଜିରେ ଡିଗ୍ରୀର ପାଠପଢା ଅନେକ ବର୍ଷରି ଛାଡିଦେଇଛନ୍ତି। ସେ ମିଶ୍ରନ୍ର ମରୁଭୂମି ଓ ସ୍ଥାନୀୟ ଅଞ୍ଚଳରୁ ବିଛା ଧରିଥାନ୍ତି ଓ ସେହି ବିଛାଙ୍କ ବିଷ ବାହାର କରିଥାନ୍ତି। ସେହି ବିଷ ଔଷଧ ତିଆରିରେ ବ୍ୟବହାର ହୋଇଥାଏ।

“କାୟରୋ ବେନୋମ କମ୍ପାନୀ”:-

କେବଳ ୨୫ ବର୍ଷ ବୟସରେ ହିଁ ମହମ୍ମଦ ହାମିଦ “କାୟରୋ ବେନୋମ କମ୍ପାନୀ”ର ମାଲିକ ହୋଇଗଲେ। ସେଠାରେ ଅଲଗା ଅଲଗା ପ୍ରଜାତିର ୮୦ ହଜାରରୁ ଅଧିକ ବିଛା ଓ ସାପଙ୍କ ପ୍ରଜାତି ରଖିଛନ୍ତି। ଔଷଧ ତିଆରି କମ୍ପାନୀ ମାନଙ୍କୁ ଏହି ବିଛା ଓ ସାପଙ୍କ ବିଷ ବାହାର କରାଯାଇ ବିକ୍ରି କରାଯାଇଥାଏ। ଅଲ୍ଟ୍ରାବାୟୋଲେଟ ଲାଇଟ ମାଧ୍ୟମରେ ଧରିଥିବା ବିଛାଙ୍କ ବିଷ ବାହାର କରିବା ପାଇଁ ହାଲକା ଇଲେଟ୍ରିକ ଝଟକା ଦିଆଯାଇଥାଏ। ଝଟକା ଲାଗିବା କ୍ଷଣି ହିଁ ବିଛାଙ୍କ ବିଷ ବାହାରକୁ ଆସିଥାଏ ଓ ତାକୁ ସୁରକ୍ଷିତ ରଖାଯାଇଥାଏ।

ଏକ ଗ୍ରାମ ବିଷ କେତେ କାମ କରେ:-

ବିଛାଙ୍କ ଏକ ଗ୍ରାମ ବିଷରୁ ପାଖାପାଖି ୨୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଏଣ୍ଟିବେନୋମ ଡୋଜ ତିଆରି ହୋଇପାରିବ। ଏଣ୍ଟିବେନୋମ ତିଆରି ସମୟରେ ବିଛାଙ୍କ ବିଷକୁ ସାବଧାନ ସହ ବ୍ୟବହାର କରାଯାଇଥାଏ। ମହମ୍ମଦ ହାମିଦ ଏହି ବିଷ ୟୁରୋପ ଓ ଆମେରିକାରେ ସପ୍ଲାଏ କରିଥାନ୍ତି। ଯେଉଁଠାରେକି ଏହାକୁ ଔଷଧ ତିଆରି ପାଇଁ ବ୍ୟବହାର କରାଯାଇଥାଏ। ଏକ ଗ୍ରାମ ବିଷ ବିକ୍ରି କରିବା ଦ୍ୱାରା ୧୦ ହଜାର ୟୁଏସ ଡ଼ଲାର ପାଖାପାଖି ୭ ଲକ୍ଷ ଟଙ୍କା ମିଳିଥାଏ।

Google

ସେଣ୍ଟର୍ସ ଫୋର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନର ଏକ ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତିବର୍ଷ ୮୦ ହଜାର ଲୋକଙ୍କୁ ବିଷଧର ସାପ ବା ବିଛା କାମୁଡିଥାନ୍ତି। ଏହି ଜୀବ କାଟିବା ଦ୍ଵାରା ମନୁଷ୍ୟମାନଙ୍କୁ ଜଲ୍ଦି ଚିକିତ୍ସା କରିବା ଆବଶ୍ୟକ। କିନ୍ତୁ ଏଣ୍ଟିବେନୋମ ଡ୍ରଗର ବଜାର ସୀମିତ ପରିମାଣର ଅଟେ। ସେଥିପାଇଁ ଏହି ଔଷଧର ଦାମ ବହୁତ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *