ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଦେବଦତ ପାଡିକଲଙ୍କ କମାଲ, ନିଜ ନାମରେ କଲେ ଏହି ବଡ଼ ରେକର୍ଡ।

ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମ ଅହମ୍ମଦାବାଦ ମୋଟରା ଷ୍ଟାଡିୟମରେ କର୍ଣ୍ଣାଟକର ଓପ୍ନର ବ୍ୟାଟ୍ସମ୍ୟାନ ଦେବଦତ ପାଡିକଲ ନିଜର ଏକ ଖାସ ରେକର୍ଡ଼ କରିଦେଲେ । ମଙ୍ଗଳବାରକୁ ମୋଟେରାରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ କ୍ୱାଟରଫାଇନାଲ ମ୍ୟାଚ ଖେଳାଗଲା। ଟସ ଜିତି ବ୍ୟାଟିଂ କରିବାକୁ ଆସିଥିବା କର୍ଣ୍ଣାଟକ ଟିମ ୮୭ ରନରେ ଅଲଆଉଟ ହୋଇଗଲା। କର୍ଣ୍ଣାଟକର କୌଣସି ବ୍ୟାଟ୍ସମ୍ୟାନ ପଞ୍ଜାବର ବୋଲିଂକୁ ଖେଳିପାରିଲେ ନାହିଁ। କର୍ଣ୍ଣାଟକର ଷ୍ଟାର ଓପ୍ନର ପାଡିକଲ ମଧ୍ୟ ୧୧ ରନ କରି ଆଉଟ ହୋଇଥିଲେ।ହେଲେ ଏଥିରେ ମଧ୍ୟ ସେ ଏକ ରେକର୍ଡ଼ କରିଦେଲେ।ମୋଟେରାରେ ସେ ପ୍ରଥମ ରନ କରିବାର ବ୍ୟାଟ୍ସମ୍ୟାନ ହୋଇଗଲେ।

Google

ମୋଟେରାରେ ପ୍ରଥମଥର ମଙ୍ଗଳବାରକୁ ମ୍ୟାଚ ଖେଳାଗଲା। ହେଲେ ଏହା ପୂର୍ବରୁ ପୂର୍ବ ବର୍ଷ ଡିସେମ୍ବର ମାସରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ସାହା ମଧ୍ୟରେ ଟେନିସ ବଲରେ ଏଗଜୀବିଶନ ମ୍ୟାଚ ଖେଳାଯାଇଥିଲା। ଆଗାମୀ ମାସରେ ଏଠାରେ ପ୍ରଥମ ଇଣ୍ଟର ନ୍ୟାସନାଲ ମ୍ୟାଚ ଖେଳାଯିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଡେ ଓ ନାଇଟ ମ୍ୟାଚ ଏଠାରେ ଖେଳାଯିବ।ଦୁଇ ଟିମ ମଧ୍ୟରେ ୫ ଫ୍ରେବୃଆରୀରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ପ୍ରଥମ ଦୁଇ ଟେଷ୍ଟ ଚେନ୍ନାଇରେ ଖେଳାଯିବ ଓ ଅନ୍ତିମ ଦୁଇ ଟେଷ୍ଟ ମୋଟେରାରେ ଅନୁଷ୍ଠିତ ହେବ। ତୃତୀୟ ମ୍ୟାଚ ଡେ ଓ ନାଇଟ ମ୍ୟାଚ ହେବ।

ମୋଟେରାର ଏହା ଅଟେ ବିଶେଷତ୍ୱ:

ଅହମ୍ମଦବାଦର ମୋଟେରା ଷ୍ଟାଡିୟମ ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମ ଅଟେ। ୬୩ ଏକଡ଼ର ଏହି ଷ୍ଟାଡିୟମକୁ ତିଆରି ପାଇଁ ୭୫୦ କୋଟି ଟଙ୍କା ଲଗାଯାଇଥିଲା। ଏହା ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡ ଠାରୁ ମଧ୍ୟ ବଡ଼। ଏଠାରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସିପାରିବେ । ଏହି ମୈଦାନରେ ୧୧ ପ୍ରକାର ପିଚ,୩ ପ୍ରାକ୍ଟିସ ପିଚ ଓ ଏକ ଇଣ୍ଡୋର କ୍ରିକେଟ ଏକାଡେମୀ ଅଛି।ସବୁଠାରୁ ବଡ଼ ସୁବିଧା ଏହା ଯେ ଏଠାରେ ବର୍ଷା ହେଲେ ଅତେ ଅସୁବିଧା ସୃଷ୍ଟି କରିବ ନାହୁଁ। ବର୍ଷା ହେଲେ ଏକ ଆଧୁନିକ ସିଷ୍ଟମ ସହାୟତାରେ ୧ ଘଣ୍ଟା ଭିତରେ ପାଣି ବାହାର କରାଯାଇ ମୈଦାନ ପ୍ରସ୍ତୁତ କରାଯିବ।

Google

କର୍ଣ୍ଣାଟକ ଓ ପଂଜାଵ ବିପକ୍ଷ ପ୍ରଥମ କ୍ୱାଟର ଫାଇନାଲ୍ କଥା କହିବାକୁ ଗଲେ ସିଧାର୍ଥ କୌଲ,ଆର୍ଶଦୀପ ସିଂ ଓ ସନ୍ଦୀପ ଶର୍ମାଙ୍କ ଘାତକ ବୋଲିଂ ଆଗରେ କର୍ଣ୍ଣାଟକ ଟିମ ତିଷ୍ଟି ପାରିଲା ନାହିଁ। କର୍ଣ୍ଣାଟକ ତରଫରୁ ସବୁଠାରୁ ଅଧିକ ଅନିରୁଦ୍ଧ ଯୋଶୀ ୨୭ ରନ କଲେ। ସେହିପରି ୬ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଲେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *