ICC ଠାରୁ ଦଣ୍ଡ ମିଳିବା ପରେ ପେନ ଭାରତର ଏହି ଷ୍ଟାର ଖେଳାଳିଙ୍କୁ କ୍ଷମା ମାଗିଲେ।

ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ ଭାରତୀୟ ସ୍ପିନର ରବି ଅଶ୍ୱିନଙ୍କ ସହ କରିଥିବା ବ୍ୟବହାର ପାଇଁ ତାଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ଉପରେ ଆଇସିସି ତରଫରୁ ସଜା ଲାଗିବା ପରେ ସେ ମଙ୍ଗଳବାର ଦିନ ସେ ପ୍ରେସ କଂଫେରେନ୍ସ ଡକାଇଥିଲେ ଆଉ ତା ପରେ ସେ ଅଶ୍ୱିନଙ୍କୁ କ୍ଷମା ମାଗିଥିଲେ। ତାଙ୍କ ଉପରେ ଅମ୍ପାୟାରଙ୍କର ଫଇସଲା ଉପରେ ଯୁକ୍ତି କରିବାକୁ ନେଇ ଆଇସିସି ତରଫରୁ ୧୫% ମ୍ୟାଚ ଫି ଜୋରିମାନା ଦେବାକୁ ପଡିଥିଲା। ସିଡ୍ନୀ ଟେଷ୍ଟର ତୃତୀୟ ଦିନରେ ସେ ଅନ ଫିଲଡ଼ ଅମ୍ପାୟାର ପଲ ବିଲସନଙ୍କ ସହ ଯୁକ୍ତି କରିଥିଲେ। ସିଡ୍ନୀ ଟେଷ୍ଟ ଭିତରେ ସେ ଅମ୍ପାୟାରଙ୍କ ସହ ଯୁକ୍ତି, ଖରାପ ଅଧିନାୟକତ୍ତ୍ୱ ତଥା ଖରାପ ୱିକେଟ କିପିଂ ଉପରେ ବହୁତ ଚର୍ଚ୍ଚାରେ ରହିଲେ।

Google

ଅଶ୍ୱିନ ଯେତେବେଳେ ବ୍ୟାଟିଂ କରୁଥିଲେ ତ ପେନ ତାଙ୍କ ସହ କିଛି ସ୍ଲେଜିଙ୍ଗ କରିଥିଲେ ଯାହା ଉପରେ ସେ ପ୍ରେସ କଂଫେରେନ୍ସ ଡାକି କହିଲେ “ମୋ ଅଧିନାୟକତ୍ତ୍ୱ ଠିକ ନଥିଲା। ମୁଁ ଖେଳର ଚାପକୁ ନିଜ ଉପରେ ଭାରି ହେବାକୁ ଦେଲି ଯାହା କି ମୋ ଖେଳ ଉପରେ ପ୍ରଭାବ ପକାଇଲା। ଏହା ମୋର ମୁଡ଼ ସହ ମୋର ଖେଳ ଉପରେ ବି ପ୍ରଭାବ ପକାଇଲା। ମୁ ନିଜର ସାଥି ଖେଳାଳି ମାନଙ୍କୁ କହିଲି କି ଜଣେ ଲିଡ଼ର ଭାବେ ମୁ ବହୁତ ଖରାପ ଖେଳିଲି। ମୁଁ ମୋ ନିଜ ଟିମକୁ ତଳୁଆ ଦେଖେଇଲି ଆଉ ମୁଁ ଜଣେ ମଣିଷ ଅଟେ ଆଉ କାଲିର ବ୍ୟବହାର ପାଇଁ ମୁଁ କ୍ଷମା ଚାହୁଁଛି। ମୁଁ ମ୍ୟାଚ ପରେ ଅଶ୍ୱିନଙ୍କ ସହ କଥା ହେଲି ଆଉ ଆମେ ସେହି ଘଟଣା ଉପରେ ଟିକେ ହସା ହସି ବି ହେଲୁ।”

ପେନ କହିଲେ ” ମୁଁ ଅଶ୍ୱିନଙ୍କୁ କହିଲି କି ଦେଖନ୍ତୁ ଶେଷରେ ଏମିତି ଲାଗିଲା ଯେପରି ମୁ ଗୋଟେ ବୋକା। ମୁଁ କଣ ସେମିତି କରିନାହିଁ କି? ଆପଣ ମୁହଁ ଖୋଲିଲେ ଆଉ ମୁଁ କ୍ୟାଚ ଡ୍ରପ କଲି।”

ଅଶ୍ୱିନ ଆଉ ପେନଙ୍କ ଭିତରର କଥା:

ସିଡ୍ନୀ ଟେଷ୍ଟର ଶେଷ ଦିନର ୧୨୨ତମ ଓଭରରେ ପେନ ଅଶ୍ୱିନଙ୍କୁ କହିଲେ ” ମୁ ଭାରତୀୟ ଟିମର ଗ୍ୟାବା ଗ୍ରାଉଣ୍ଡ ଆସିବାକୁ ଅପେକ୍ଷା କରିପାରୁନାହିଁ।” ଏହାର ଜବାବରେ ଅଶ୍ୱିନ କହିଲେ “ମୁ ବି ଅଷ୍ଟ୍ରେଲିଆ ଟିମର ଭାରତ ଆସିବାକୁ ଅପେକ୍ଷା କରି ପାରୁନାହିଁ। ଏହା ତୁମର ଶେଷ ସିରିଜ ହେବ।” ଏହାପରେ ପେନ କହିଲେ “କମ ସେ କମ ଆମ ଟିମ ମେମ୍ବର ମୋତେ ଚାହାନ୍ତି।” ଅଶ୍ୱିନ କହିଲେ “ଆଇପିଏଲର କେତେଟା ଟିମ ଆପଣଙ୍କୁ ଚାହୁଁଛନ୍ତି? ମାତ୍ର ଆପଣ ଆଇପିଏଲର ସବୁ ଟିମକୁ ନିଜ ଟିମର୍ଡ ସାମିଲ କରିବାକୁ ଚାହାନ୍ତି।”
କଂଫେରେନ୍ସରେ ପେନ କହିଲେ “ଏହା ଖେଳର ଭାଗ ଅଟେ। ସେମାନେ ସମୟ ନଷ୍ଟ କରୁଥିଲେ ଆଉ ଆମେ ନିରାଶ ଥିଲୁ ତେଣୁ ଯୁକ୍ତି ତର୍କ ହେଲା। ଏହା ଖେଳର ଭାଗ ଅଟେ କାରଣ କିଛି ଭୁଲ ହେଇନାହିଁ।”

Google
ଭାରତୀୟ ଟିମର ସମର୍ଥନ କଲେ:

ଟିମ ପେନ ବର୍ଣଗତ ଦୁର୍ବ୍ୟବହାର ଉପରେ ଭାରତୀୟ ଟିମକୁ ସପୋର୍ଟ କଲେ। ଯେତେବେଳେ ଏହିପ୍ରକାର ଘଟଣା ଘଟିଲା ତ ଟିମ ପେନ ବ୍ୟାଟିଂ କରୁଥିଲେ ଆଉ ଏହି ଘଟଣା ପରେ ସେହିଦିନ କଂଫେରେନ୍ସରେ ପେନ କହିଲେ “ଏହି ଘଟଣା ବହୁତ ନିରାଶଜନକ ଅଟେ। ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତଥା ଅଷ୍ଟ୍ରେଲିଆର କ୍ରିକେଟ ଟିମ ହିସାବରେ ଏହା ଉପରେ ଭଲ ଭାବେ ନଜର ଦେବା ଉଚିତ। ଆମେ ବର୍ଣଗତ ଦୁର୍ବ୍ୟବହାର କୁ କୌଣସି ରୂପରେ ସମର୍ଥନ ଦେଉନାହୁ ଆଉ ଏହି ଘଟଣା ପାଇଁ ଆମେ ଭାରତୀୟ ଟିମ ସହ ଅଛୁ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *