ଭାରତ ବିରୁଦ୍ଧରେ ଚାଲୁଥିବା ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ଅଧିକ ବିରାଟ କୋହଲିଙ୍କ ୱିକେଟ ଦରକାର। କଙ୍ଗାରୁ ଟିମ ପ୍ରଥମ ଦିନ ଏଡିଲେଡ଼ ଟେଷ୍ଟରେ ବିରାଟଙ୍କୁ ଉପହାର ଦେଇଛି। ଏଡିଲେଡ଼ ଟେଷ୍ଟର ଦ୍ଵିତୀୟ ସତ୍ରରେ ନେଥନ ଲାୟନଙ୍କ ବଲ ବିରାଟଙ୍କ ଗ୍ଲୋବସ ଲାଗି ୱିକେଟ କିପର ଟିମ ପେନଙ୍କ ହାତରେ ପଡିଥିଲା। ହେଲେ ଟିମ ପେନଙ୍କୁ ଶବ୍ଦ ହେଲା ନାହିଁ ଓ ସେ ଡିଆରଏସ ନେଲେ ନାହିଁ। ଏହାପରେ ଯାହା ରିପ୍ଲେ ଆସିଲା ତାହା ଦେଖି ଅଷ୍ଟ୍ରେଲିଆ ପ୍ଲେୟରଙ୍କ ହୋସ ଉଡ଼ିଗଲା।

ବିରାଟ କୋହଲିଙ୍କ ବିରୁଦ୍ଧରେ ନେଲେ ନାହିଁ ଡିଆରଏସ:
ଏଡିଲେଡ଼ ଟେଷ୍ଟର ୩୬ତମ ଓଭରରେ ଲାୟନଙ୍କ ପ୍ରଥମ ବଲ ଅଧିକ ଟର୍ଣ ହୋଇଥିଲା। ଏହି ବଲ ବିରାଟଙ୍କ ଗ୍ଲୋବରେ ବାଜି ଟିମ ପେନଙ୍କ ହାତରେ ଯାଇ ପଡିଥିଲା।ଏହାପରେ ଟିମ ପେନ ଓ ସର୍ଟ ଲେଗ ପାଖରେ ଠିଆ ହୋଇଥିବା ମାଥୟୁ ୱେଡ଼ ଅପିଲ କରିଲେ। ଦୁହେଁ ରିବ୍ୟୁ ନେବା ପାଇଁ କଥାବାର୍ତ୍ତା ହେଲେ କିନ୍ତୁ ପେନକୁ ଲାଗିଲା କି ବଲ ବିରାଟଙ୍କ ବ୍ୟାଟ କିମ୍ବା ଗ୍ଲବସରେ ଲାଗି ନାହିଁ।ଏହାପରେ ସ୍କ୍ରିନରେ ଯାହା ଦେଖାଗଲା ତାହା ଦେଖି ଅଷ୍ଟ୍ରେଲିଆ ବୋଲରଙ୍କ ହୋସ ଉଡ଼ିଗଲା। ହଟ ସ୍ପଟରେ ଦେଖିବାକୁ ମିଳିଲା କି ବଲ ବିରାଟଙ୍କ ଗ୍ଲବରେ ଲାଗିଥିଲା ଓ ଅଷ୍ଟ୍ରେଲିଆ ଟିମ ଯଦି ରିଭ୍ୟୁ ନେଇଥାନ୍ତେ ତେବେ ବିରାଟ କୋହଲି ଆଉଟ ହୋଇଥାନ୍ତେ।
Is that a tiny hot spot on the glove? #AUSvIND live: https://t.co/LGCJ7zSdrY pic.twitter.com/cAodLKWOf5
— cricket.com.au (@cricketcomau) December 17, 2020
ଏଡିଲେଡ଼ରେ ବିପଦ ପୁର୍ଣ ହୋଇଯାଆନ୍ତି ବିରାଟ କୋହଲି:
ବିରାଟ କୋହଲିଙ୍କୁ ମିଳିଥିବା ଏହି ଜୀବନ ଅଷ୍ଟ୍ରେଲିଆ ପାଇଁ ବିପଦପୁର୍ଣ କାହିଁକିନା ଭାରତୀୟ ଅଧିନାୟକଙ୍କ ପ୍ରଦର୍ଶନ ଏଡିଲେଡ଼ରେ ଉଚ୍ଚକୋଟିର। ସେ ଏଠି ୩ ଶତକ ମାରିଛନ୍ତି ଓ ତାଙ୍କ ଔଷତ ୭୦ ରୁ ଅଧିକ। ଯଦି ବିରାଟ ଏଡିଲେଡ଼ରେ ସେଟ ହୋଇଯିବେ ତେବେ ଅଷ୍ଟ୍ରେଲିଆ ଟିମକୁ ଡିଆରଏସ ନ ନେବା ବହୁତ ଖରାପ ନିଷ୍ପତ୍ତି ସାବ୍ୟସ୍ତ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।