ବ୍ୟୁରୋ ରିପୋର୍ଟ: ଋଷ ପାକିସ୍ତାନ ବିପକ୍ଷରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚି ସାରିଛି। ଋଷର ଜାଲରେ ଫସି ଯାଇଛି ପାକିସ୍ତାନ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପାକିସ୍ତାନକୁ ଦେଇଛନ୍ତି ବଡ଼ ଝଟକା। ଆଜି ପର୍ଯ୍ୟନ୍ତ ପାକିସ୍ତାନ ସବୁ କ୍ଷେତ୍ରରେ ଭାରତର ସମକକ୍ଷ ହେବାକୁ ଚେଷ୍ଟା କରି ଆସିଛି। କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଛି। ପୁଣି ଥରେ ଭାରତକୁ ଟକକର ଦେବା ଲକ୍ଷ୍ୟରେ ପୁଣି ଥରେ ସମସ୍ତଙ୍କ ଆଗରେ ଇଜ୍ଜତ ହରାଇଛି ପାକିସ୍ତାନ। ସମସ୍ତଙ୍କ ସାମ୍ନାରେ ପୁଣି ଥରେ ପାକିସ୍ତାନ ମୁଣ୍ଡ ତଳକୁ ହୋଇ ଯାଇଛି।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଏହି ଭ୍ରମରେ ଥିଲା ଯେ, ଋଷ ତାକୁ ମଧ୍ୟ ଶସ୍ତା ଦାମରେ ତେଲ ବିକ୍ରି କରିବ। କିନ୍ତୁ।ପାକିସ୍ତାନର ଶସ୍ତା ତେଲ କିଣିବାର ସ୍ୱପ୍ନକୁ ଋଷ ଭାଙ୍ଗି ଦେଇଛି। ବର୍ତ୍ତମାନର ସମୟରେ ଦୁନିଆର ପ୍ରତ୍ୟେକ ସ୍ଥାନରେ ତୈଳ ଦର ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦେଶର ପ୍ରତ୍ୟେକ ସ୍ଥାନରେ ତୈଳ ଦର ଆକାଶ ଛୁଆଁ ହୋଇ ସାରିଛି। ତେବେ ଏଜି ସମୟରେ ଭାରତ ଋଷ ଠାରୁ ଶସ୍ତା ଦାମରେ ତୈଳ କିଣୁଛି।
ଏଥିପାଇଁ ପାକିସ୍ତାନ ଚାହୁଁଥିଲା ଯେ, ଋଷ ତାକୁ ମଧ୍ୟ ଶସ୍ତା ଦାମରେ ତୈଳ ବିକ୍ରି କରୁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ କହିଥିଲେ ଯେ , ସେ ମଧ୍ୟ ଋଷ ଠାରୁ ତୈଳ କିଣିବେ। କିନ୍ତୁ ବର୍ତ୍ତମାନ ଇମ୍ରାନ ଖାନଙ୍କ କଥା ଭୁଲ ବୋଲି ପ୍ରମାଣିତ ହୋଇଛି। ସେ ଏହାକୁ ମିଥ୍ୟ ବୋଲି ପ୍ରମାଣିତ କରିଛନ୍ତି। ବର୍ତ୍ତମାନ ଏ କଥା ସମ୍ନାକୁ ଆସୁଛି ଯେ, ଋଷ ପ୍ରଥମରୁ ହିଁ ପାକିସ୍ତାନକୁ ଏପରି ଅଫର ଦେଇ ହିଁ ନାହିଁ। ପାକିସ୍ତାନ ବିତ୍ତ ମନ୍ତ୍ରୀ ମିବତା ଇସମାଇଲ ନିଜେ ଏକ ପ୍ରେସ କଫରେନ୍ସରେ ଏହା କହିଛନ୍ତି। ଏହା ଶୁଣିବା ପରେ ସେହଵାଜ ସରିଫଙ୍କୁ ବହୁତ ବଡ଼ ଝଟକା ଲାଗିଛି। ସେହଵାଜଙ୍କ ଆଶା ରହିଥିଲା ଯେ, ପାକିସ୍ତାନକୁ ଋଷ ତୈଳ ଦେଵ। କିନ୍ତୁ ବର୍ତ୍ତମାନ ଏପରି ହେବାର କୌଣସି ସଂକେତ ଦେଖା ଯାଉ ନାହିଁ। ବହୁତ ଦିନ ହେବ ପାକିସ୍ତାନ ରୁଷ ଉପରେ ରାଗ କରି ରହିଛି।

ଏହାର କାରଣ ହେଉଛି କି, ଯଦି ଋଷ ଭାରତକୁ ତୈଳ ଦେଇ ପାରୁଛି, ତେବେ ପାକିସ୍ତାନକୁ କଣ ପାଇଁ ନୁହେଁ। ଇମ୍ରାନ ଖାନ ଏହା ମଧ୍ୟ କହିଛନ୍ତି ଯେ, ଭାରତର ବୈଦେଶିକ ସମ୍ପର୍କ ଦୃଢ଼ ରହିବ ଯୋଗୁଁ ଆମେରିକା ମନା କରିବା ପରେ ମଧ୍ୟ ଭାରତ ବୀରତ୍ବର ସହିତ ଋଷ ଠାରୁ ତୈଳ ନେଉଛି। ଏହା ସହିତ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାରିଫ ମଧ୍ୟ କରି ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋଦି ସରକାର ପେଟ୍ରୋଲ ଏବଂ ଡିଜେଲ ଦର ବହୁତ କମେଇ ଦେଇଛନ୍ତି। କିନ୍ତୁ ପାକିସ୍ତାନରେ ଏହା କମାଇ ହେଉ ନାହିଁ। ଭାରତର ବଡ଼ ବଡ଼ କମ୍ପାନୀ ବର୍ତ୍ତମାନ ଋଷ ଠାରୁ ଶସ୍ତାରେ ତେଲ କିଣୁଛନ୍ତି। ମାତ୍ର ଇଉରୋପର କଚା ତେଲ ଦାମ କମାଇବା ନୀତି ଯୋଗୁଁ ଋଷ ଭାରତକୁ ଆଗାମୀ ଦିନରେ ଅତି ଶସ୍ତା ମୂଲ୍ୟରେ ତୈଳ ବିକ୍ରି ମଧ୍ୟ କରିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।