ପାକିସ୍ତାନର କବୁଲନାମା,ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଆତଙ୍କୀ ଆସିଥିଲେ ତାଙ୍କ ମାଟିରୁ।

ମୁମ୍ବାଇ ଆକ୍ରମଣରେ ପାକିସ୍ତାନର ମାଟିର ବ୍ୟବହାର ହୋଇଥିଲା ଏହି କଥାକୁ ପାକିସ୍ତାନ ମାନି ନେଇଛି। ପାକିସ୍ତାନ ସରକାରଙ୍କ ଦ୍ୱାରା ଜାରି ଏକ ଲିଷ୍ଟରେ

Google

ଏହି ଲିଷ୍ଟରେ ଲସ୍କର ଏ ତ୍ୟାୱେବା କେତେକ ଆତଙ୍କବାଦୀ ଯେମିତି କି ମହମ୍ମଦ ଉସମାନ,ମହମ୍ମଦ ଅମଯଦ ଖାନ,ଅବୁଦୁଲ ରେହେମାନଙ୍କ ସହ ଅନ୍ୟ ଆତଙ୍କୀଙ୍କ ନାମ ମଧ୍ୟ ସାର୍ବଜନୀନ କରାଗଲାଣି।ପାକିସ୍ତାନର ଫେଡରଲ ଏଜେନ୍ସି ଦ୍ୱାରା ଏହି କଥାକୁ ମଧ୍ୟ ସ୍ୱୀକାର କରାଗଲାଣି କି ମୁମ୍ବାଇ ଆକ୍ରମଣର ପ୍ରାନିଂ ଓ ଫଣ୍ଡିଂ ପାକିସ୍ତାନରୁ ହୋଇଥିଲା। କହିରଖୁଛୁ କି ମୁମ୍ବାଇର ଆକ୍ରମଣରେ ଯେଉଁ ଆତଙ୍କବାଦୀ ଆତଙ୍କ ପାଇଁ ଲାଇଫ ଜ୍ୟାକେଟ,ମୋଟର ବୋଟ,ଓ ଅନ୍ୟ ଜିନିଷର ବ୍ୟବସ୍ଥା କରିଥିଲେ,ତାଙ୍କର ନାମକୁ ମଧ୍ୟ ଏହି ସୂଚୀରେ ସାମିଲ କରିଦିଆଯାଇଛି।

Google

କହିରଖୁଛୁ କି ୨୬ ନଭେମ୍ବର ୨୦୦୮ରେ କରାଚୀରୁ ମୁମ୍ବାଇ ସମୁଦ୍ର ପଥରେ କିଛି ପାକିସ୍ତାନ ଆତଙ୍କବାଦୀ ଆସିଥିଲେ। ଏହା ପାଇଁ ସେ ତାଜ ହୋଟେଲ,ରେଲୱେ ଷ୍ଟେସନ, ଜାଗାରେ ଏକେ ୪୭ ରେ ଫାୟରିଂ କରିଥିଲେ।ଏଥିରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।ଯେଉଁଥିରେ ବିଦେଶୀ ଲୋକ ମଧ୍ୟ ଥିଲେ। ଭାରତ ସରକାରଙ୍କ ଦ୍ୱାରା ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନକୁ ବାରମ୍ବାର ଦୋଷୀ କୁହାଗଲା। ହେଲେ ପାକିସ୍ତାନ ଏହି କଥାକୁ ଅସ୍ବୀକାର କଲା। ହେଲେ ଏବେ ଯେଉଁ ଆତଙ୍କୀଙ୍କ ନାମ ସେ ଲିଷ୍ଟ କରିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି କି ମୁମ୍ବାଇ ଆକ୍ରମଣରେ କନେକ୍ସନ ପାକିସ୍ତାନରୁ ହିଁ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *