୭୧୩ ୱିକେଟ ନେଇଥିବା ଏହି ଘାତକ ବୋଲରଙ୍କୁ ପାକିସ୍ତାନ ଟିମରେ ୧୮ବର୍ଷ ପରେ ମିଳିଲା ସୁଯୋଗ । ଜାଣନ୍ତୁ କିଏ ସେହି ଖେଳାଳି ।

ପାକିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଯାଇଥିବା ଟିମରେ ବହୁତ ବଦଳ କରିଛି। ନିଉ ଜିଲାଣ୍ଡ ବିପକ୍ଷରେ ଯାଉଥିବା ଟିମରୁ ପ୍ରାୟ ୬ଜଣ ଖେଳାଳିଙ୍କୁ ବାହାର କରି ଦିଆ ଯାଇଛି ଯାହା ଭିତରେ ଶାନ ମସୁଦ, ଇମାମ ଉଲ ହକ ତଥା ହାରିସ ସୋହେଲ ସାମିଲ ଅଛନ୍ତି। ପାକିସ୍ତାନର ଚୟନକର୍ତ୍ତା ମହମ୍ମଦ ଉଆସିମ ଶୁକ୍ରବାରକୁ ୨୦ଜଣିଆ ପାକିସ୍ତାନୀ ଟିମ ଘୋଷଣା କଲେ । ସେମାନେ ଘରୋଇ ଖେଳରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ଚୟନ କରିଛନ୍ତି। ଏହି ଟିମରେ ପ୍ରାୟ ୯ଜଣ ନୂଆ ଖେଳାଳି ଚୟନ କରା ଯାଇଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ସେହି ଟିମକୁ କାଟିକି ୧୬ଜଣ ଖେଳାଳି ଚୟନ କରାଯିବେ। ଦକ୍ଷିଣ ଆଫ୍ରିକୀୟ ଟିମ ଶନିବାରକୁ କରାଚି ପହଂଚିବ।

Google

ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ୨୬ଜାନୁଆରୀର ଟେଷ୍ଟ ମ୍ୟାଚ ପାଇଁ ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ସଉଦ ସକିଲ, କମରାଣ ଗୁଲାମ, ଅଲ ରାଉଣ୍ଡର ବାଗା ସଲମାନ, ବାମ ହାତୀ ସ୍ପିନର ନୋମାମ ଅଲି, ଅଫ ସ୍ପିନର ସାଜିଦ ଖାନ, ଦ୍ରୁତ ବୋଲର ହସନ ଅଲି ଆଉ ତାବିଷ ଖାନଙ୍କୁ ପ୍ରଥମ ଥର ପାଇଁ ଟିମରେ ସାମିଲ କରା ଯାଇଛି। ଚୟନକାର୍ତ୍ତା ମାନେ ଯୁବ ବୋଲର ଅବ୍ଦୁଲ୍ଲା ସଫିଫକୁ ବି ଟେଷ୍ଟ ଟିମରେ ସାମିଲ କରିଛନ୍ତି। ତାଙ୍କୁ ଟି ଟ୍ୱେଣ୍ଟି ସ୍ପେଶାଲିଷ୍ଟ ଭାବେ ନିଉଜିଲାଣ୍ଡ ପଠା ଯାଇଥିଲା। ଏହା ବ୍ୟତୀତ ଆଉ ଜଣେ ଟି ଟ୍ୱେଣ୍ଟି ବିଶେଷଜ୍ଞ ଫାଷ୍ଟ ବୋଲର ହ୍ୟାରିସ ରୌଫଙ୍କୁ ବି ଟିମରେ ସାମିଲ କରା ଯାଇଛି।

ତାବିଷ ଖାନଙ୍କୁ ୧୮ବର୍ଷ ପରେ ସୁଯୋଗ ମିଳିଲା:

ଦ୍ରୁତ ବୋଲର ତାବିଷ ଖାନ ୨୦୦୨ରେ ଫାଷ୍ଟ କ୍ଳାସ ମ୍ୟାଚରେ ନିଜର ଡେବ୍ୟୁ କରିଥିଲେ। ସେ ୧୩୭ ଫାଷ୍ଟ କ୍ଳାସ ମ୍ୟାଚରେ ୫୯୮ ୱିକେଟ ନେଇଥିଲେ। ଏହି ସତ୍ରରେ ବି ସେ ପ୍ରାୟ ୩୦ଟି ୱିକେଟ ନିଜ ନାମରେ କରିଛନ୍ତି। ତାବିଷ ୫୮ ଲିଷ୍ଟ ଏ ମ୍ୟାଚରେ ୭୩ ଆଉ ୪୩ ଟି-୨୦ ମ୍ୟାଚରେ ୪୨ଟି ୱିକେଟ ଅକ୍ତିଆର କରିଛନ୍ତି।

Google
ଆହତ ହେବା ପାଇଁ ନାଶିମ ଶାହା ଟିମରୁ ବାହାରି ଗଲେ:

ଚୟନକାର୍ତ୍ତା ମାନେ ନିଉ ଜିଲାଣ୍ଡରେ ପ୍ରଦର୍ଶନ ପରେ ଟିମରୁ ୬ ଖେଳାଳି ମାନଙ୍କୁ ବାହାର କରି ଦେଇଛନ୍ତି। ଏହାପରେ ଆହତ ହେବା ପାଇଁ ଦ୍ରୁତ ବୋଲର ନାଶିମ ଶାହାଙ୍କୁ ଟିମରୁ ବାହାର କରି ଦିଆ ଯାଇଛି। ନିଉଜିଲାଣ୍ଡ ଗ୍ରସ୍ତ ପରେ ଆଉ ଯେଉଁ ଖେଳାଳି ମାନଙ୍କୁ ବାହାର କରାଯାଇଛି ସେମାନେ ହେଲେ ଜାହିର ଅଵସ, ଜାଫର ଗୋହାର, ଆଉ ସୋହେଲ ଖାନ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଟେଷ୍ଟ ଟିମ:

ବାବର ଆଜମ(କ୍ୟାପଟେନ), ମହମ୍ମଦ ରିଜବାନ(ଉପ ଅଧିନାୟକ), ଇମ୍ରାନ ବଟ, ଅବ୍ଦୁଲ୍ଲା ସଫାଇଫ, ଆବିଦ ଅଲି, ଆଯାହାର ଅଲି,ଫବାଦ ଆଲାମ, ସରଫରାଜ ଅହମ୍ମଦ, ସାଉଡ଼ ଶକିଲ , କାମରାଣ ଗୁଲାମ, ଆଗା ସଲମାନ,ହସନ ଅଲି, ସାଉଦ ସଫିକ, ଶାହୀନ ଶା ଆଫ୍ରିଦି, ତାବିଷ ଖାନ, ହ୍ୟାରିସ ରୌଫ, ସାଜିଦ ଖାନ, ନୌମାନ ଅଲି,ୟସୀର ଶାହ, ଫହିମ ଆଶ୍ରଫ, ମହମ୍ମଦ ନବାଜ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *