ଭିଡ଼ିଓ: ପାକିସ୍ତାନ ସାଂସଦଙ୍କ କର୍ମଚାରୀ କଲେ ହିନ୍ଦୁ ଯୁବତୀଙ୍କୁ ଅପହରଣ, ତାପରେ ବାପା ମା ଯାହାକେଲ ଦେଖନ୍ତୁ ଭିଡ଼ିଓ।

ଏପରି ଲାଗୁଛିକି ପାକିସ୍ତାନରେ ଧର୍ମ କରୁଥିବା ଲୋକଙ୍କ କଷ୍ଟର କୌଣସି ଅନ୍ତ ନାହିଁ। ଯେଉଁଠି ଧାର୍ମିକ ମାନଙ୍କୁ ଅପହରଣ, ଦୁଷ୍କର୍ମ, ଓ ଜବରଦସ୍ତ ଧର୍ମ ପରିବର୍ତ୍ତନର ମାମଲା ପ୍ରତିଦିନ ଶୁଣିବାକୁ ମିଳିଥାଏ। ପାକିସ୍ତାନ ପକ୍ଷରୁ ପୁଣି ଏକ ଏହିପରି ମାମଲା ସାମ୍ନାକୁ ଆସିଛି। ଯେଉଁଠି ପାକିସ୍ତାନର ସିନ୍ଧରେ ଏକ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଛି।

Google

ପାକିସ୍ତାନୀ ଏକ୍ଟିବେଷ୍ଟ ରହି ଆଷ୍ଟିନ ଦ୍ଵାରା ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁସାରେ ସିନ୍ଧର କୁନେରୀ ଗ୍ରାମରେ ମୋମାଲ କୋହଲି ନାମକ ଏକ ନାବାଳିକା ହିନ୍ଦୁ ଝିଅର ଅପହରଣ କରାଯାଇଅଛି।

ସେ କହିଛନ୍ତି କି ଯେଉଁ ଲୋକମାନେ ଅପହରଣ କରିଛନ୍ତି ସେ ପାକିସ୍ତାନର ନେସନାଲ ଆସେମ୍ବଲିର ନବାଵ ଇସୁଫ ତାଲପୁରଙ୍କ ପାଖରେ କାମ କରିଥାଏ। ଆଷ୍ଟିନଙ୍କ ଅନୁସାରେ ତାଲପୁରର କର୍ମଚାରୀ ମହମ୍ମଦ ମଜିଦ ନାବାଳିକା ହିନ୍ଦୁ ଯୁବତୀଙ୍କ ଅପହରଣରେ ସାମିଲ ଅଛନ୍ତି।

ପିଡିତାଙ୍କ ବାପା ମା କହିଛନ୍ତି କିଛି ଅସ୍ତ୍ର ଶସ୍ତ୍ର ଧରିଥିବା ଲୋକ ତାଙ୍କ ଘରେ ପଶି ତାଙ୍କୁ ମାରପିଟ କରିଥିଲେ।ଜବରଦସ୍ତ ତାଙ୍କ ଝିଅକୁ ନେଇଗଲେ। ଝିଅଟିର ବାପା ଅଭିଯୋଗ କରିଛନ୍ତି କି ମହମ୍ମଦ ମଜିଦ ସେହି ଲୋକଙ୍କ ନେତୃତ୍ୱ କରୁଥିଲା ଯିଏକି ତାଙ୍କ ଝିଅର ଅପହରଣ କରିଛନ୍ତି।

ଜଣେ ବାପା ନିଜ ଝିଅର ରକ୍ଷା କରିବାକୁ ଯାଇ ମରିଗଲା:

ଏହି ବର୍ଷ ଅକ୍ଟୋବରରେ ପାକିସ୍ତାନର ସିନ୍ଧରେ କିଛି ଅସ୍ତ୍ର ଶସ୍ତ୍ର ଧରିଥିବା ଲୋକ ଏକ ହିନ୍ଦୁ ବାପାଙ୍କୁ ମାରିଦେଇଥିଲେ।ଯେବେ ସେ ନିଜ ନିଜ ଝିଅକୁ ଅପରାଧୀଙ୍କ ଠୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା। ଅପରାଧୀ ମାନେ ପିଡ଼ିତ ସିବା କୋହଲିଙ୍କ ଘରେ ପଶି ତାଙ୍କ ଝିଅସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଯେବେ ସିବା କୋହଲି ତାଙ୍କୁ ବାଧା ଦେଲେ ସେମାନେ ସିବା କୋହଲିଙ୍କୁ ମାରିଦେଲେ।

ଗରିବ ପରିବାରର ନାବାଳିକା ହିନ୍ଦୁ ଝିଅମାନଙ୍କ ସହ ଧର୍ଷଣ, ଅପହରଣ ଓ ଜବରଦସ୍ତି ଧର୍ମ ପରିବର୍ତ୍ତନ ପାକିସ୍ତାନରେ ଲାଗି ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *