ଆକ୍ରମକ ରବି ଶାସ୍ତ୍ରୀଙ୍କୁ ନେଇ ପୂର୍ବ ପାକିସ୍ତାନ ଖେଳାଳି ଦେଲେ ବଡ଼ ବୟାନ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ପାକିସ୍ତାନର ପୂର୍ବ ଅଧିନାୟକ ରାମୀଯ ରାଜା ଭାରତ ଆଉ ଇଂଲଣ୍ଡ ଭିତରେ ହେଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜକୁ ଟି-୨୦ ବିଶ୍ୱକପ ହେବା ଆଗର ଟ୍ରେଲର କହିଛନ୍ତି। ସେ କହିଛନ୍ତି କି ଏହି ସିରିଜ ପୂର୍ବରୁ ଅନ୍ୟ ସମସ୍ତ ଟିମ ତଥା ତାହାର ପ୍ଲେୟର ମାନଙ୍କୁ ନିଜର ଟେକନିକ ତଥା କୌଶଳ ରେ ସୁଧାର କରିଦେବା ଦରକାର। ଭାରତ ଆଉ ଇଂଲଣ୍ଡ ଭିତରେ ହେଉଥିବା ସିରିଜ ଭାରତ ୩-୨ ରେ ନିଜ ନାମରେ କରିଦେଇଛି।

Google

ରାମୀଯ କହିଲେ, ” ବିଶ୍ୱର ଦୁଇଟି ସବୁଠୁ ବଡ଼ ଟିମ ଏବେ ଟି ଟ୍ୱେଣ୍ଟି ସିରିଜ ଖେଳୁଛନ୍ତି ଆଉ ତାଙ୍କୁ ଲାଗୁନି କି ବିଶ୍ୱକପରେ ଇଂଲଣ୍ଡକୁ ହରେଇବା ସହଜ ହେବ କାରଣ ସୀମିତ ଓଭର କ୍ରିକେଟରେ ତାଙ୍କର ଲଗାତାର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଏହି କିଛି ବର୍ଷ ଆଗରୁ ସେମାନେ ଟି ଟ୍ୱେଣ୍ଟି କୁ ଛାଡି ଦିନିକିଆକୁ ମଧ୍ୟ ଧ୍ୟାନ ମନୋନିବେଶ କରୁନଥିଲେ।” ସେ ଆହୁରି କହିଲେ , ” ଇଂଲଣ୍ଡ ଏବେ ସବୁ କିଛି ବେଖାତିର କରି ଖେଳୁଛି ଆଉ ସୀମିତ ଓଭର କ୍ରିକେଟ ଭିତରେ ଆକ୍ରମକ ଭାବେ କ୍ରିକେଟ ଖେଳୁଛି।” ରାମୀଯ ଭାରତର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଉପରେ ନେଇ କିଛି ମଜାକିଆ ଟିପ୍ପଣୀ ବି ଦେଲେ। ସେ କହିଲେ କି “ଯେତେବେଳେ ଆମେ ରବି ଶାସ୍ତ୍ରୀଙ୍କ ବିରୁଦ୍ଧରେ ଖେଳୁଥିଲୁ ତ ଆମକୁ ଲାଗୁ ନଥିଲା କି ସେ ଭାରତୀୟ ଟିମ ପାଇଁ ଫିଟ ଅଟେ। ସେ ବହୁତ ଆକ୍ରମକ ଥିଲେ ଆଉ ସେ କେଉଁ ବି ରୋଲ ପାଇଁ ତୟାର ଥିଲେ। ପାରି ଆରମ୍ଭ କରିବା ଠାରୁ ଆରମ୍ଭ କରି ପାରି ସମାପ୍ତ କରିବା ସମସ୍ତ ରୋଲ ପାଇଁ ସେ ତୟାର ଥିଲେ। ତାଙ୍କର ଷ୍ଟାଇଲ ଅଲଗା ଥିଲା ଆଉ ଆମକୁ ଲାଗୁଥିଲା କି ସେ ଇମ୍ରାନ ଖାନଙ୍କ ଭଳି ଖେଳାଳି ହେବାକୁ ଚାହେଁ। ଆମକୁ ତାଙ୍କ ଭଳି ଖେଳାଳି ପସନ୍ଦ ଥିଲେ ।”

Google

ରାମୀଯ କହିଲେ କି ରବି ଶାସ୍ତ୍ରୀ ଏହି ନୀତି ଏବେ ଭାରତ ଟିମ ପାଇଁ ଆପଣେଇଛନ୍ତି ଆଉ ତାଙ୍କ ପାଇଁ ଠିକ କାମ ଏଇଆ କି ଅଧିନାୟକ ବିରାଟ କୋହଲି ଅଟନ୍ତି ଯିଏ କି ଆକ୍ରମକ ଅଟନ୍ତି ଆଉ ଏହା ତାଙ୍କ ପାଇଁ ଫାଇଦା ଦେଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *