ଟି-୨୦ ସିରିଜରେ ସୁନ୍ଦର ପ୍ରଦର୍ଶନ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚ ଅଫ ଦ ମ୍ୟାଚ ବଛାଗଲା। ସେ କହିଛନ୍ତି,”ମୁଁ ଖୁସି ଅଛି ଓ ମ୍ୟାନ ଅଫ ଦ ସିରିଜ ପୁରସ୍କାର ଜିତିବାରୁ ମୁଁ ଖୁସି ଅଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଟିମର ପ୍ରୟାସ ଥିଲା”।

ସୀମିତ ଓଭର ସିରିଜରେ ସୁନ୍ଦର ପ୍ରଦର୍ଶନ ପରେ ଆଗାମୀ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆରେ ରହିବାର ଆଶା ଜଗାଇବାର ଦୁଇଦିନ ପରେ ଆକ୍ରମକ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଙ୍ଗଳବାରକୁ କହିଛନ୍ତି “ମୁଁ ସ୍ବଦେଶ ଫେରୁଛି”। ପିଠି ଅପରସନ ପରେ ହାର୍ଦିକ ପାଣ୍ଡ୍ୟା ନିୟମିତ ରୂପରେ ଵୋଲିଙ୍ଗ କରିନାହାଁନ୍ତି କିନ୍ତୁ ସୀମିତ ଓଭର ସିରିଜରେ ସୁନ୍ଦର ପ୍ରଦର୍ଶନ ପରେ ଆଶା କରାଯାଉଥିଲା କି ତାଙ୍କୁ ଟେଷ୍ଟ ସିରିଜ ପାଇଁ ବଛାଯାଇପାରେ। ଟି-୨୦ ସିରିଜରେ ସୁନ୍ଦର ପ୍ରଦର୍ଶନ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦ ସିରିଜ ବଛାଗଲା। ସେ କହିଛନ୍ତି,”ମୁଁ ଖୁସି ଅଛି ଓ ମ୍ୟାନ ଅଫ ଦ ସିରିଜ ପୁରସ୍କାର ଜିତିବାରୁ ମୁଁ ଖୁସି ଅଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଟିମର ପ୍ରୟାସ ଥିଲା”।
ମ୍ୟାନ ଅଫ ଦ ସିରିଜ ଜିତିବା ପରେ ପାଣ୍ଡ୍ୟା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହି ଫଟୋରେ ପାଣ୍ଡ୍ୟା ନଟରାଜନଙ୍କ ସହିତ ନଜର ଆସୁଛନ୍ତି।ସେ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ନଟରାଜନ ଆପଣ ଏହି ସିରିଜରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଖରାପ ପରିସ୍ଥିତିରେ ଭାରତୀୟ ଦଳ ପକ୍ଷରୁ ଡେବ୍ୟୁ କରି ଏତେ ଭଲ ପ୍ରଦର୍ଶନ କରିବା ଦର୍ଶାଇଦେଇଛିକି ଆପଣଙ୍କ ଭିତରେ କେତେ ପ୍ରତିଭା ଅଛି। ମୋ ପାଇଁ ଆପଣ ହିଁ ଏହି ମ୍ୟାନ ଅଫ ଦ ସିରିଜର ଅଧିକାରୀ ଅଟ ଭାଇ”।
Natarajan, you were outstanding this series. To perform brilliantly in difficult conditions on your India debut speaks volumes of your talent and hardwork 👏 You deserve Man of the Series from my side bhai! Congratulations to #TeamIndia on the win 🇮🇳🏆 pic.twitter.com/gguk4WIlQD
— hardik pandya (@hardikpandya7) December 8, 2020
ରବିବାରକୁ ଟିମର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପରେ ଅଲରାଉଣ୍ଡ ପାଣ୍ଡ୍ୟା କହିଥିଲେ ଯଦି ଟିମ ମ୍ୟାନେଜମେଣ୍ଟ ଚାହିଁବ ତ ମୋର ଅଷ୍ଟ୍ରେଲିଆରେ ରହିବାରେ କୌଣସି ଅଶୁବିଧା ନାହିଁ। ଏହା ପରେ ତାଙ୍କ ରହିବାର ଆଶା ବଢିଯାଇଥିଲା କିନ୍ତୁ ଏବେ ପାଣ୍ଡ୍ୟା ଜଣାଇଛନ୍ତି କି ସେ ଫେରିଆସୁଛନ୍ତି।
ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିରୁଦ୍ଧରେ ତୃତୀୟ ଓ ଶେଷ ଟି-୨୦ ମ୍ୟାଚ ପରେ କହିଛନ୍ତି “ମତେ ଏବେ ସ୍ବଦେଶ ଫେରିବା ଆବଶ୍ୟକ ଓ ନିଜ ପରିବାର ସହିତ କିଛି ସମୟ ବିତାଇବା ଆବଶ୍ୟକ। ମୁଁ ଚାରି ମାସ ହେବ ନିଜ ଛୁଆକୁ ଦେଖିନାହିଁ।ଏଥିପାଇଁ ମୁଁ ଏବେ ନିଜ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି”। ଟେଷ୍ଟ କ୍ରିକେଟରେ ମିଶିବାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି “ବୋଧେ ଭବିଷ୍ୟତରେ ,ମତେ ଜଣାନାହିଁ, ହୋଇପାରେ”।

ଏହା ପୂର୍ବରୁ ଯେବେ ପାଣ୍ଡ୍ୟାଙ୍କୁ ପଚରା ଯାଇଥିଲା କି କଣ ସେ ଟେଷ୍ଟ ସିରିଜ ପାଇଁ ରହିବାକୁ ଚାହୁଁଛନ୍ତି ତ ସେ କହିଥିଲେ,”ଏହା ଅଲଗା ଫର୍ମାଟ ଅଟେ ମତେ ଲାଗୁଚି କି ଏପରି କରିବା ଉଚିତ ,ମୋର କହିବାର ଅର୍ଥ ରହିବାରେ ମୋର କୌଣସି ଅସୁବିଧା ନାହିଁ କିନ୍ତୁ ଶେଷ ଫଇସଲା ଟିମ ମ୍ୟାନେଜମେଣ୍ଟକୁ କରିବାକୁ ହେବ”। ବିରାଟ କୋହଲିଙ୍କ ସହିତ ମିଶି ପାଣ୍ଡ୍ୟା ପୁନଃ ଟିମକୁ ଲକ୍ଷ ପାଖରେ ପହଞ୍ଚାଉଥିବା ଦେଖାଯାଇଛି କିନ୍ତୁ ଅଷ୍ଟ୍ରେଲିଆ ଧର୍ଯ୍ୟ ରଖି ଏହି ମ୍ୟାଚଟି ଜିତିଗଲା।
ସେ କହିଛନ୍ତି,”ଆମେ ସବୁ ଦ୍ୱିତୀୟ ଦିନିକିଆ ସିରିଜ ପରେ ଫଇସଲା କରିଥିଲୁ କି ଆମେ ଏବେ ଏହାକୁ ଚାରୋଟି ମ୍ୟାଚର ସିରିଜ ରୂପରେ ଦେଖିବୁ ଓ ୩ଟି ମ୍ୟାଚ ନିଶ୍ଚିତ ଜିତିବୁ ଓ ଏହିପରି ହିଁ ହେଲା ସେଥିପାଇଁ ମୁଁ ଖୁସି”। ଭାରତ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଏକ ଦିବସିୟ ସିରିଜ ୧-୨ରେ ହାରିଗଲା କିନ୍ତୁ ଏହା ପରେ ସୁନ୍ଦର ପ୍ରଦର୍ଶନ କରି ଟି-୨୦ ସିରିଜ ଜିତିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।