ଟିମ ଇଣ୍ଡିଆର ବଡ଼ ଅଦଳ ବଦଳ! ପାଣ୍ଡ୍ୟା ଓ ହୁଡ୍ଡା ବଦଳରେ ଟିମରେ ସାମିଲ ହେବେ ଏହି ୨ ମ୍ୟାଚ ୱିନର

ବ୍ୟୁରୋ ରିପୋର୍ଟ: ଭାରତୀୟ ପେସର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାହାରି ଯାଇଛନ୍ତି ଆଉ ସେହି ସମୟରେ ବେଙ୍ଗଲର ଉନ୍ନତ କ୍ରିକେଟର ଶାହବାଜ ଅହମ୍ମଦଙ୍କୁ ପାଣ୍ଡ୍ୟାଙ୍କ ସ୍ଥାନରେ ଏଣ୍ଟ୍ରି ଦିଆ ଯାଇଛି। ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆ ଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି ଟ୍ୱେଣ୍ଟି ସିରିଜ ୨୮ ସେପ୍ଟେମ୍ବର ଠାରୁ ଥିରୁଅନନ୍ତପୁରମ ଠାରେ ଆରମ୍ଭ ହେବାକୁ ଯାଉଛି।

ଅଲରାଉଣ୍ଡର ଦୀପକ ହୁଡ୍ଡା ବି ପିଠିର ଆଘାତ ପାଇଁ ଟିମରୁ ବାହାରି ଯାଇଛନ୍ତି। ଭାରତୀୟ ଚୟନ ସମ୍ମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଶ୍ରେୟସ ଅୟରଙ୍କୁ ଚୟନ କରିବାର ପ୍ରସ୍ତାବ ଦେଇଛନ୍ତି। ତେବେ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ପ୍ରକାଶ ନ କରିବା ବଦଳରେ ଏହି ଖବର ଦେଇଛନ୍ତି। ସେ କହିଲେ,” ସାମି କୋ- ଭି- ଡ ୧୯ ରୁ ବାହାରିପାରିନାହାନ୍ତି ଆଉ ତାଙ୍କୁ ଆହୁରି ସମୟ ଦରକାର। ଏଥିପାଇଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାହାରି ଯିବେ। ଉମେଶ ଯାଦବ ତାଙ୍କ ଜାଗାରେ ସାମିଲ ହେବେ।”

ତାଙ୍କୁ ଯେତେବେଳେ ଏହା ପଚାରଗଲା କି ପାଣ୍ଡ୍ୟାଙ୍କ ସ୍ଥାନରେ ଶାହବାଜଙ୍କୁ କାହିଁକି ଚୟନ କରାଗଲା ସେତେବେଳେ ସେ କହିଲେ,”କଣ ତାଙ୍କ ଆଗରେ ଆଉ କେହି ଭଲ ଦ୍ରୁତ ବୋଲିଂ କରୁଥିବା ଅଲରାଉଣ୍ଡର ଅଛନ୍ତି କି? ତାଙ୍କ ନଜରରେ କେହି ନାହାନ୍ତି। ଶାହବାଜଙ୍କୁ ବହୁତ ଅଭିଜ୍ଞତା ଅଛି ତେଣୁ ତାଙ୍କୁ ଟିମରେ ସାମିଲ କରା ଯାଇଛି ଯେତେବେଳେ କି ଆମକୁ ଆଗକୁ ଭାବିବାକୁ ହେବ।”

୨୮ସେପ୍ଟେମ୍ବରରୁ ସିରିଜ ଆରମ୍ଭ:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ଭିତରେ ଟି-୨୦ ସିରିଜ ୨୮ ସେପ୍ଟେମ୍ବର ରୁ ଥିରୁଅନନ୍ତପୁରମ ଗ୍ରାଉଣ୍ଡରେ ହେବାକୁ ଯାଉଛି। ଏହାପରେ ଦ୍ୱିତୀୟ ମ୍ୟାଚ ୨ ଅକ୍ଟୋବରରେ ଗୌହାଟୀରେ ଏବଂ ତୃତୀୟ ମ୍ୟାଚ ଇନ୍ଦୋରର ହୋଲକଟ ଷ୍ଟାଡିୟମରେ ୪ ଅକ୍ଟୋବର ଠାରୁ ଖେଳାଯିବାକୁ ଯାଉଛି।

Leave a Reply

Your email address will not be published. Required fields are marked *