IND VS ENG: ଖେଳ ମଝିରେ ପନ୍ତ ଏବଂ ଷ୍ଟୋକସ ମୁଁହାମୁହିଁ। ପନ୍ତ ଦେଲେ ଜବାବ, ଦେଖନ୍ତୁ ଭିଡିଓ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିଟି ଟେଷ୍ଟ ମ୍ୟାଚର ଦ୍ୱିତୀୟ ମ୍ୟାଚ ଚେନ୍ନାଇରେ ଖେଳାଯାଉଅଛି। ଶନିବାର (୧୩ଫେବୁଆରୀ) କୁ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ହେବାର ଅଳ୍ପ ସମୟ ପୂର୍ଵରୁ ଏକ ଅଦ୍ଭୁତ ଘଟଣା ପଡ଼ିଆରେ ଘଟିଛି। କିଛି ଇଂଲଣ୍ଡ ଖେଳାଳି ଲଗାତର ରିଷଭ ପନ୍ତଙ୍କ ଉପରେ କମେଣ୍ଟ କରୁଥିଲେ। ଏଥିରେ ପନ୍ତଙ୍କୁ ରାଗ ଆସିଲା ଓ ସେ ଏକାକି ତାଙ୍କ ସହ ଭିଡିଗଲେ। ମାମଲା ବଢୁଥିବା ଦେଖି ଅମ୍ପାୟାର ଦୁଇ ପକ୍ଷକୁ ଅଟକାଇଥିଲେ।

Google

ମାମଲାର ଆରମ୍ଭ ସେବେ ହୋଇଥିଲା ଯେବେ ପନ୍ତ ଜୋ ରୁଟଙ୍କ ଓଭରର ସାମ୍ନା କରୁଥିଲେ। ଭାରତୀୟ ୱିକେଟକିପରଙ୍କୁ ଲାଗୁଥିଲା କି ଦିନର ଏହା ଶେଷ ଓଭର ଅଟେ। ଇଂଲଣ୍ଡ ଅଧିନାୟକ ଚାଲାଖିରେ ଶେଷ ମିନିଟ ଶେଷ ହେବା ପୂର୍ବରୁ ନିଜ ଓଭର କରିଦେଲେ ଓ ଶେଷ ଓଭର ଓଲି ଷ୍ଟୋନଙ୍କ ଦ୍ଵାରା କରାଇଲେ। ଏହି ସମୟରେ ଇଂଲଣ୍ଡର ୱିକେଟକିପର ଜେମ୍ସ ଫୋକ୍ସ ଲଗାତର ଷ୍ଟମ୍ପ ପଛରୁ କମେଣ୍ଟ କରୁଥିଲେ। ଏହା ଦ୍ଵାରା ପନ୍ତ ରାଗିଯାଇ ଠିକ ହୋଇ ଜେମ୍ସଙ୍କୁ ଅନାଇଲେ। ଏପରିକି ଶେଷରେ ଅମ୍ପାୟାର ତାଙ୍କୁ ବ୍ୟାଟିଙ୍ଗ କରିବା ପାଇଁ କହିଲେ।

ଏହି ସମୟରେ ରୁଟ ସେଇପଟେ ଯିବା ସମୟରେ କିଛି କହିଥିଲେ ଯାହା ଦ୍ୱାରା ରିଷଭ ପନ୍ତଙ୍କୁ ଆଉ ଅଧିକ ରାଗ ଆସିଲା। ପୁଣି ବେନ ଷ୍ଟୋକ ତାଙ୍କ ସହ କଥାହେବାକୁ ପହଁଚିଲେ। ଦୁହିଁଙ୍କ ଭିତରେ ଅନେକ ସମୟ ପର୍ଯ୍ୟନ୍ତ ତର୍କ ହେଲା। ଟିମ ଇଣ୍ଡିଆର ପୂର୍ବ ଓପନର ଉଆସିମ ଜାଫର ପନ୍ତଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି,”ଯେବେ ପର୍ଯ୍ୟନ୍ତ ଏହି ଖେଳ ଶେଷ ହୋଇନି ମୁଁ ଏଇଠି ରହିବି”। ପନ୍ତ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ନଟ ଆଉଟ ରହି ୩୩ ରନ କରିଛନ୍ତି। ସେ ୫ ଟି ଚୌକା ଓ ଗୋଟେ ଛକା ମାରିଛନ୍ତି।

ଭାରତ ପ୍ରଥମ ଦିନର ଶେଷ ସୁଧା ୬ ୱିକେଟ ହରାଇ ୩୦୦ ରନ କରିଛି। ମ୍ୟାଚର ଦ୍ୱିତୀୟ ଦିନ ଟିମ ଇଣ୍ଡିଆକୁ ପନ୍ତଙ୍କ ଠୁ ବଡ଼ ପାରିର ଆଶା ଅଛି। ପ୍ରଥମ ଦିନ ରୋହିତ ଶର୍ମା ଓ ରାହାଣେଙ୍କ ପାଇଁ ଟିମ ଇଣ୍ଡିଆ ଏକ ମଝବୁତ ସ୍ଥିତିରେ ପହଁଚିଛି। ଦୁଇ ବ୍ୟାଟ୍ସମ୍ୟାନ ଅସୁବିଧା ପରିସ୍ଥିତିରେ ୪ର୍ଥ ୱିକେଟ ପାଇଁ ୧୬୨ ରନର ପାର୍ଟନରସିପ କରିଥିଲେ।ରୋହିତ ଶର୍ମା ୧୬୧ ରନ କରି ଆଉଟ ହୋଇଗଲେ। ସେ ୨୩୧ ବଲର ପାରିରେ ୧୮ ଟି ଚୌକା ଓ ୨ଟି ଛକା ମାରିଛନ୍ତି। ସେହିପରି ରାହାଣେ ୬୭ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *