ପନ୍ତଙ୍କୁ କଣ ପାଇଁ ସେହ୍ୱାଗ ଦେଉଛନ୍ତି ୧୦୦ ଟେଷ୍ଟ ମ୍ୟାଚ ଖେଳିବାର ଉପଦେଶ? ଏହା ଅଟେ କାରଣ!

ବ୍ୟୁରୋ ରିପୋର୍ଟ: ପୂର୍ଵ ଭାରତୀୟ ଜବରଦସ୍ତ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗ କହିଛନ୍ତି କି ଯଦି ପନ୍ତ କେବଳ ସୀମିତ ଓଭର କ୍ରିକେଟ ଖେଳିବେ ତେବେ ତାଙ୍କୁ କେହି ମନେରଖିବେ ନାହିଁ। ସେହ୍ୱାଗଙ୍କର ମାନିବା ଅଟେ କି ଯଦି ପନ୍ତ ନିଜ ନାମ ସବୁଦିନ ପାଇଁ ରେକର୍ଡ ବୁକରେ ରଖିବାକୁ ଚାହୁଁଛନ୍ତି ତେବେ ସେ ଭାରତ ପାଇଁ ୧୦୦ ଟେଷ୍ଟ ମ୍ୟାଚ ଖେଳିବାକୁ ଚେଷ୍ଟା କରିବା ଉଚିତ। ଦେଶ ପାଇଁ ଦୁଇଟି ଟ୍ରିପଲ ଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ସେହ୍ୱାଗ ସେହି ୧୧ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ଯିଏକି ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ ୮୫୦୦ ରୁ ଅଧିକ ରନ କରିଛନ୍ତି।

Google

ପନ୍ତ ଭାରତର ଏକମାତ୍ର ଏପରି ୱିକେଟ କିପର ଅଟନ୍ତି ଯିଏକି ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଟେଷ୍ଟରେ ଶତକ ଲଗାଇଛନ୍ତି। ସେ ଏବେ ପର୍ଯ୍ୟନ୍ତ ୩୦ ଟେଷ୍ଟ ମ୍ୟାଚରେ ୪୦.୮୫ର ଔସତରେ ୧୯୨୦ ରନ କରିଛନ୍ତି। ସ୍ପୋର୍ଟ ୧୮ ସହ ସ୍ବେହାଗ କହିଛନ୍ତି,”ଯଦି ପନ୍ତ ୧୦୦ ଟେଷ୍ଟ ମ୍ୟାଚ ଖେଳିବେ ତେବେ ତାଙ୍କ ନାମ ସବୁଦିନ ପାଇଁ ଇତିହାସରେ ଲେଖା ହୋଇ ରହିବ। ଏପରି ମାତ୍ର ୧୧ ଭାରତୀୟ କ୍ରିକେଟର କରିଛନ୍ତି ଓ ଏହି ୧୧ ନାମକୁ ସମସ୍ତେ ମନେରଖିପାରିବେ”।

ସେହ୍ଵାଗ କହିଛନ୍ତି ଟି-୨୦ ଓ ଏକଦିବସିୟରେ ବିଜୟର ପ୍ରଭାବ ଅଳ୍ପ ଦିନ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଟେଷ୍ଟରେ ଖେଳାଯାଇଥିବା ପାରିକୁ ଲୋକ ଲମ୍ବା ସମୟ ପର୍ଯ୍ୟନ୍ତ ମନେରଖିଥାନ୍ତି। ସେ କହିଛନ୍ତି,”ବିରାଟ କୋହଲି ଟେଷ୍ଟ କୁ ଏତେ ମହତ୍ତ୍ୱପୂର୍ଣ୍ଣ କାଇଁ ଭାବିଥାନ୍ତି କାରଣ ସେ ଜାଣିଛନ୍ତି ଯଦି ସେ ୧୫୦ ବା ୨୦୦ ଟେଷ୍ଟ ମ୍ୟାଚ ଖେଳିବେ ତେବେ ସେ ଇତିହାସରେ ସବୁଦିନ ପାଇଁ ଲେଖା ହୋଇଯିବେ”। ଭାରତୀୟ ପୂର୍ଵ ଅଧିନାୟକ କୋହଲି କିଛି ମାସ ପୂର୍ବରୁ ନିଜର ୧୦୦ ତମ ଟେଷ୍ଟ ଖେଳିଥିଲେ। ସେ ନିଜର ୧୦୦ ତମ ଟେଷ୍ଟ ଶ୍ରୀଲଙ୍କା ବିରୁଦ୍ଧରେ ମୋହାଲିରେ ଖେଳିଥିଲେ।

Google

ଭାରତ ପାଇଁ ଏବେ ପର୍ଯ୍ୟନ୍ତ ଯେଉଁ ୧୧ ଖେଳାଳି ୧୦୦ ଟେଷ୍ଟ ଖେଳିଛନ୍ତି ସେଥିରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ, ଭିଭିଏସ ଲକ୍ଷ୍ମଣ, ଅନୀଲ କୁମ୍ବଲେ, କପିଲ ଦେବ, ସୁନୀଲ ଗାଭାସ୍କର, ଦିଲୀପ ବେଙ୍ଗସରକର,ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହ୍ଵାଗ, ହରଭଜନ ସିଂହ, ବିରାଟ କୋହଲି ଓ ଇସାନ୍ତ ଶର୍ମା ସାମିଲ ଅଛନ୍ତି।

ପନ୍ତଙ୍କ କଥା ଆଲୋଚନା କରିବା ତ ସେ ଦିଲ୍ଲୀର କ୍ୟାପଟେନ IPL ରେ କରୁଥିଲେ। ସେ ସୁନ୍ଦର ବ୍ୟାଟିଂ କରିଥାନ୍ତି। ଜବରଦସ୍ତ ୱିକେଟ କିପର ମଧ୍ୟ ସେ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *