ଚତ୍ରୁର୍ଥ ଟେଷ୍ଟ ମ୍ୟାଚର ଚତ୍ରୁର୍ଥ ଦିନ ଭାରତ ପାଇଁ ମହମ୍ମଦ ସିରାଜ ୫ ଟି ୱିକେଟ ନେଇଛନ୍ତି। ଏହା ତାଙ୍କର ଟେଷ୍ଟ ମ୍ୟାଚରେ ପ୍ରଥମ ୫ ଟି ୱିକେଟ ଅଟେ। ସିରାଜ ଦ୍ୱିତୀୟ ପାରିରେ ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ମେଥୟୁ ୱେଡ଼, ମିଚେଲ ଷ୍ଟାର୍କ ଓ ଜୋସ ହେଜଲହୁଡ଼ଙ୍କୁ ଆଉଟ କରିଛନ୍ତି।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଶେଷ ଓ ଚତ୍ରୁର୍ଥ ଟେଷ୍ଟ ବ୍ରିସବେନର ଗାବାରେ ଖେଳାଯାଉଛି। ଚତ୍ରୁର୍ଥ ଟେଷ୍ଟ ମ୍ୟାଚର ଚତ୍ରୁର୍ଥ ଦିନ ଭାରତ ପାଇଁ ମହମ୍ମଦ ସିରାଜ ୫ ଟି ୱିକେଟ ନେଇଛନ୍ତି। ଏହା ତାଙ୍କର ଟେଷ୍ଟ ମ୍ୟାଚରେ ପ୍ରଥମ ୫ ଟି ୱିକେଟ ଅଟେ। ତାଙ୍କର ଏହି ପ୍ରଦର୍ଶନର ପ୍ରଶଂସା ପୂର୍ବ ଭାରତୀୟ ଓପନର ବିରେନ୍ଦ୍ର ସେହ୍ଵାଗ ଓ ଆକାଶ ଚୋପଡା କରିଛନ୍ତି। ଦୁହେଁ ସିରାଜଙ୍କୁ ଭଲ ବୋଲର ଓ ଭାରତର ଆଗାମୀ ଭବିଷ୍ୟତ କହିଛନ୍ତି।
ଆକାଶ ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତି ,”ସେ ନିଜ ବାପାଙ୍କୁ ହରାଇଲେ କୁନ୍ତୁ ତଥାପି ଅଷ୍ଟ୍ରେଲିଆରେ ଟିମ ସହିତ ରହିଲେ। କାରଣ କଡା କ୍ୱାରେଣ୍ଟାଇନ ନିୟମ କାରଣରୁ ଖେଳି ପାରି ନଥାନ୍ତେ। ଏହା ପରେ ତାଙ୍କୁ ଖରାପ ଗାଳି କରାଯାଇଥିଲା। ସିଡନି ପରେ ଗାବାରେ ବି ଏପରି ହୋଇଥିଲା। ଏହି ସବୁକୁ ନିଜ ଖେଳ ଉପରେ ପ୍ରଭାବ ପକାଇବା ପାଇଁ ଦେଇନଥିଲେ। ତୃତୀୟ ହିଁ ଟେଷ୍ଟ ମ୍ୟାଚ ଥିଲା। ଟିମର ବୋଲିଙ୍ଗ ଲିଡ଼ର କରିଦିଆଗଲା। ଦାୟିତ୍ୱ ପାଳନ କଲେ ଓ ୫ ଟି ୱିକେଟ ନେଲେ। ନାମ ଅଟେ ମହମ୍ମଦ ସିରାଜ ଓ କ୍ରିକେଟରେ ହେବ ଆଙ୍କର ରାଜ”।
The boy has become a man on this tour. Siraj, Leader of the attack in his first Test series and he has led from.the front. The way newcomers have performed for India on this tour will be etched in memories for a long long time. Will be fitting if they retain the trophy. pic.twitter.com/8bRvMI1iwR
— Virender Sehwag (@virendersehwag) January 18, 2021
ଅନ୍ୟ ପଟେ ବିରେନ୍ଦ୍ର ସେହ୍ଵାଗ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।ସେହ୍ଵାଗ କହିଛନ୍ତି,”ଏହି ଗ୍ରସ୍ତରେ ଏକ ପିଲା ଆସିଥିଲା ସିରାଜ ଯିଏକି ଯୁବକ ହୋଇଗଲା। ପ୍ରଥମ ହିଁ ଟେଷ୍ଟ ସିରିଜରେ ଖେଳୁଛନ୍ତି ଓ ଫ୍ରଣ୍ଟରୁ ଲିଡ଼ କରୁଛନ୍ତି। ଯେଉଁଭଳି ଭାବେ ଏହି ପିଲା ପ୍ରଦର୍ଶନ କରିଛି ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଆମର ମନେ ରହିବ। ଯଦି ଆମେ ଟ୍ରଫି ରଖିବା ତ ଏହା ପୁରା ଠିକ ହେବ”।
ସିରାଜ ଦ୍ୱିତୀୟ ପାରିରେ ମାର୍ନସ ଲାବୁସେନ, ଷ୍ଟିବ ସ୍କିଥ, ମେଥୟୁ ୱେଡ଼, ମିଚେଲ ଷ୍ଟାର୍କ, ଓ ଜୋସ ହେଜଲହୁଡ଼ ଙ୍କୁ ଆଉଟ କରିଛନ୍ତି। ସେ ପ୍ରଥମ ପାରିରେ ମଧ୍ୟ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ସିରାଜ ପୂର୍ବ ୫୦ ବର୍ଷ ଭିତରେ ଅଷ୍ଟ୍ରେଲିଆରେ ଡେଭ୍ୟୁ କରୁଥିବା ବିଦେଶୀ ଖେଳାଳୀ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ ୱିକେଟ ନେଇଥିବା ଭାରତୀୟ ଖେଳାଳୀ ହୋଇଗଲେ। ସେ ସିରିଜରେ ୩ ଟି ମ୍ୟାଚରେ ୧୩ଟି ୱିକେଟ ନିଜ ନାମରେ କରିଛନ୍ତି। ସବୁଠୁ ଅଧିକ ୱିକେଟ ଦକ୍ଷିଣ ଆଫ୍ରିକାର ପାର୍ଟରିଜ ୧୯୬୩-୬୪ରେ ନେଇଥିଲେ। ସେ ୫ଟି ମ୍ୟାଚରେ ୨୫ଟି ୱିକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ବେନ ଷ୍ଟ୍ରୋକସ ଅଛନ୍ତି। ସେ ୨୦୧୩-୧୪ରେ ୪ ଟି ମ୍ୟାଚରେ ୧୪ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।