ଟି-୨୦ ସିରିଜରେ ରୋହିତଙ୍କ ସହିତ ଏହି ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କୁ ଓପନିଙ୍ଗ ସୁଯୋଗ ଦେବାକୁ ନେଇ ପୂର୍ଵ ଚୟନକର୍ତାଙ୍କ ବୟାନ । ଶିଖର ଧାୱନଙ୍କ ପାଇଁ ଝଟକା ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ହୋଇଯାଇଛି ଭାରତ ସେହି ସିରିଜ ଇଂଲଣ୍ଡକୁ ୩-୧ ରେ ହରାଇଛି। ଟେଷ୍ଟ ପରେ ଏବେ ଦୁଇ ଟିମ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ପ୍ରସ୍ତୁତ। ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଥିବା ଟି-୨୦ ସିରିଜରେ ଭାରତ ପାଖରେ ସିଲେକ୍ସନ ପାଇ ବହୁତ ଦ୍ଵନ୍ଦ ଅଛି। ଟି-୨୦ ସିରିଜ ପାଇଁ ୧୯ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ଓ ପ୍ରତି ପୋଜିସନ ପାଇ ୨-୨ଟି ଖେଳାଳି ରହିଛନ୍ତି ତେଣୁ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ ତାହା କଷ୍ଟକର । ଏହା ସହ ଓପନିଙ୍ଗରେ ରୋହିତ ଶର୍ମାଙ୍କ ସହ ଶିଖର ଧୱନ ଓ କେଏଲ ରାହୁଲଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି।

Google

ଟପ ଅର୍ଡରର ସିଲେକ୍ସନକୁ ନେଇ ଭାରତିୟ କ୍ରିକେଟର ଚୟନକର୍ତା ଦେବଂଗ ଗାନ୍ଧୀ ନିଜ ରାୟ ଦେଇଛନ୍ତି। ତାଙ୍କୁ ଲାଗୁଛି କି ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କ ସହ କେଏଲ ରାହୁଲ ଓପନିଙ୍ଗ କରିବେ। ଯେବେକି ଶିଖର ଧୱନ ରିଜର୍ଭ ଓପନର ରହିବେ। ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ଇଣ୍ଟରଭିଉରେ ଗାନ୍ଧି କହିଛନ୍ତି,”ଆଗାମୀ ଟି-୨୦ ବିଶ୍ୱକପ ରେ ରୋହିତ ଶର୍ମା ଓ କେଏଲ ରାହୁଲ ହିଁ ଭାରତର ଓପନର ଭାବେ ଉଭା ହେବେ। ଶିଖର ଧୱନ ରିଜର୍ଭ ଓପନର ହେବେ ଓ ତାଙ୍କୁ ନିଜ ପାରି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବକୁ ହେବ”।

ସେ କହିଛନ୍ତି,”ହୋଇପାରେ ଦିନିକିଆ ମ୍ୟାଚ ସମୟରେ ତାଙ୍କୁ ଗୋଟେ ମୌକା ଦିଆଯାଇପାରେ ,ଯଦି ଏକଦିବସିୟକୁ ମଧ୍ୟ ଟି-୨୦ ପ୍ରସ୍ତୁତିର ବିସ୍ତାର ରୂପରେ ଦେଖାଯିବ ତ”। ସେହି ପରି ଗାନ୍ଧୀ କହିଛନ୍ତି ସୂର୍ଯ୍ୟକୁମାର ଯାଦବଙ୍କୁ ୫ ନମ୍ବରରେ ବଛାଯାଇପାରେ। ଯେବେକି ରିଷଭ ପନ୍ତଙ୍କୁ ୪ ନମ୍ବରରେ। ଗାନ୍ଧୀଙ୍କୁ ଲାଗୁଛିକି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିକୁ ଭବିଷ୍ୟତ ପାଇଁ ବଛାଯାଇପାରେ। ସେ କହିଛନ୍ତି,”ସୂର୍ଯ୍ୟଙ୍କୁ ସେହି ବିଶେଷ ସ୍ଲର୍ଟରେ ଆଇପିଏଲ ବ୍ୟାଟିଙ୍ଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜବରଦସ୍ତ ସଫଳତା ମିଳିଛି। ଯଦି ଆପଣ ବିଶ୍ୱ ଟି-୨୦ ରେ ଯିବାକୁ ଦେଖୁଛନ୍ତି ତ ତାଙ୍କୁ ଯେତେ ଅଧିକ ହୋଇପାରିବ ମ୍ୟାଚ ଖେଳାନ୍ତୁ। ତାଙ୍କୁ ଦିନିକିଆ ସିରିଜରେ ମଧ୍ୟ ସାମିଲ କରାଯିବା ଦରକାର”।

Google

ଏହା ମଧ୍ୟରେ ଖବର ଆସୁଛିକି ଆଇପିଏଲ୨୦୨୧ର ଆୟୋଜନ କରୁଥିବା ସ୍ଥାନ ମାନେ ଅକ୍ଟୋବର-ନଭେମ୍ବରରେ ବିଶ୍ୱଟି-୨୦ ର ଆୟୋଜନ କରିବ। ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ଭାରତୀୟ କଣ୍ଟ୍ରୋଲ ବୋର୍ଡ ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ ,ମୁମ୍ବାଇ, କୋଲକତାରେ ଟି-୨୦ ବିଶ୍ୱକପକୁ ଆୟୋଜନ କରିବା ପାଇଁ ଭାବୁଛି। ବିସିସିଆଇ ପ୍ରଥମ ୮ ଟି ସ୍ଥାନରେ ଆଇସିସିର ଟୁର୍ଣ୍ଣାମେଣ୍ଟ କରିବାକୁ ଚାହୁଁଛି। କିନ୍ତୁ କୋଭିଡ଼-୧୯ ପାଇଁ ଏହାକୁ କେବଳ ୬ ଟି ସ୍ଥାନରେ କରିବାକୁ ଇଛା ପ୍ରକାଶ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *