ଭାରତୀୟ ଦଳର ଅଲ ରାଉଣ୍ଡର ୟୁସୁଫ ପଠାନ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ଯାଇଛନ୍ତି। ସେ ଭାରତ ପକ୍ଷରୁ ୭୯ ଆନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି ଯାହା ଭିତରୁ ୫୭ ଦିନିକିଆ ଆଉ ୨୨ ଟି-୨୦ ମୁକାବିଲା ଅଟେ। ସେ ଟି ଟ୍ୱେଣ୍ଟି କ୍ରିକେଟରେ ଡେବ୍ୟୁ ୨୦୦୭ ମସିହାରେ ଫାଇନାଲରେ କରିଥିଲେ। ଏହି ମ୍ୟାଚରେ ସେ ୧୫ ରନ କରିଥିଲେ। ତାଙ୍କର ବଡ ଭାଇ ଇରଫାନ ପଠାନ ବି ଏହି ମ୍ୟାଚରେ ଖେଳିଥିଲେ ଆଉ ୧୬ ରନ ଦେଇକି ୩ଟି ୱିକେଟ ଅକ୍ତିଆର କରିଥିଲେ।

ଟିମ ଇଣ୍ଡିଆରେ ସଚିନ,ସେହ୍ଵାଗ ଆଉ ରୋହିତ ତିନି ଜଣ ଯାକ ଦିନିକିଆ କ୍ରିକେଟରେ ଦ୍ଵିଶତକ ଲଗେଇ ସାରିଛନ୍ତି। ସଚିନଙ୍କ ନାମରେ ୧୮ ହଜାରରୁ ଅଧିକ ରନ ଅଛି। ମାତ୍ର ଏହି ତିନି ଜଣ ବ୍ୟାଟ୍ସମ୍ୟାନ ମାନଙ୍କ ଭିତରୁ କେହି ଜଣେ ବି ନାହାନ୍ତି ଯିଏ କି ଲିଷ୍ଟ ଏ କ୍ରିକେଟରେ ୟୁସୁଫ ପଠାନଙ୍କ ରେକର୍ଡ ଭାଙ୍ଗି ପାରିଛନ୍ତି। ଆଜି ଯାଏ ଲିଷ୍ଟ ଏ କ୍ରିକେଟରେ ସବୁଠୁ ଦ୍ରୁତ ଶତକର ରେକର୍ଡ ୟୁସୁଫ ପଠାନଙ୍କ ନାମରେ ହି ଅଛି। ସେ ୨୦୦୯-୧୦ରେ ବରୋଦା ତରଫରୁ ମହାରାଷ୍ଟ୍ର ବିରୁଦ୍ଧରେରେ ସବୁଠୁ ଦ୍ରୁତ ୪୦ ବଲରେ ଶତକ ଲଗେଇ ଥିଲେ। ଆଇପଏଲରେ ବି ତିନି ଜଣ ଖେଳାଳି ଶତକ ଲଗେଇ ସାରିଛନ୍ତି ମାତ୍ର ଟି-୨୦ ଲିଗ ମାନଙ୍କରେ ବି ସବୁଠୁ ଦ୍ରୁତ ଶତକ ୟୁସୁଫ ପଠାନଙ୍କ ନାମରେ ଅଛି। ସେ ୧୩ ମାର୍ଚ୍ଚ ୨୦୧୦ରେ ରାଜସ୍ଥାନ ରୋୟଲସଙ୍କ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସଙ୍କ ବିପକ୍ଷରେ ୩୭ ବଲରେ ଶତକ ଲଗାଇ ଥିଲେ। ଏହି ପାଳିରେ ସେ ୮ଟି ଛକା ଆଉ ୯ଟି ଚୌକା ଲଗାଇଥିଲେ। ଏଥିରେ ସେ ଲଗାତାର ୧୧ଟି ବଲରେ ୧୧ଟି ବାଉଣ୍ଡାରୀ ବି ମାରିଥିଲେ।

ସେ ୫୭ ଦିନିକିଆ ମ୍ୟାଚରେ ୮୧୦ ରନ ଆଉ ୨୨ ଟି-୨୦ ମ୍ୟାଚରେ ୨୩୬ ରନ ବନାଇଛନ୍ତି। ସେ ଦିନିକିଆରେ ୨ଟି ଶତକ ଆଉ ୩ଟି ଅର୍ଦ୍ଧଶତକ ବି ଲଗାଇଛନ୍ତି। ମାତ୍ର ଟି-୨୦ ରେ ତାଙ୍କ ନାମରେ ଗୋଟେ ବି ଅର୍ଦ୍ଧଶତକ ନାହିଁ। ୩୭ ରନ ତାଙ୍କର ସର୍ବାଧିକ ସ୍କୋର ଅଟେ। ସେ ଦିନିକିଆରେ ୩୩ ଆଉ ଟି ଟ୍ୱେଣ୍ଟିରେ ୧୩ ୱିକେଟ ଅକ୍ତିଆର କରିଛନ୍ତି। ସେ ୨୦୧୧ର ବିଶ୍ୱକପ ଜିତିଥିବା ଟିମର ଅଂଶ ବି ରହିସାରିଛନ୍ତି। ସେ ୧୦୦ ଫାଷ୍ଟ କ୍ଳାସ ମ୍ୟାଚ ମାନଙ୍କରେ ୩୪ ହାରରେ ୪୮୨୫ ରନ ବନାଇଛନ୍ତି। ୧୧ ଶତକ ଆଉ ୨୦ ଅର୍ଦ୍ଧଶତକ ଲଗାଇଛନ୍ତି। ୧୯୯ ଲିଷ୍ଟ ଏ ମ୍ୟାଚରେ ୪୭୯୭ ରନ ବନାଇଛନ୍ତି ଆଉ ଏହା ଭିତରେ ୯ଟି ଶତକ ଆଉ ୨୮ଟି ଅର୍ଦ୍ଧଶତକ ଲଗାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।