ଡାକ୍ତରଖାନାରୁ ରୋଗୀ ଗାଏବ! ଏଯାଏ ମିଳିନି କୋଭିଡ ରୋଗୀଙ୍କ ସନ୍ଧାନ। ଜାଣନ୍ତୁ ପୁରା ମାମଲା।

ଅଳ୍ପ ଦିନ ତଳେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା। ଯାହାକି କଟକ ଏସିବି ମେ-ଡି-କା-ଲରୁ ଜଣେ ରୋ-ଗୀ ହଟାତ ନିଖୋଜ ହୋଇଯାଇଥିଲେ। ଏବେ ପରିବାର ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ୧୬ ଦିନ ବିତିଯାଇଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କର କୌଣସି ତଥ୍ୟ ମିଳୁନାହିଁ। ସେଥିପାଇଁ ପରିବାର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ସେମାନେ ପୋଲିସ ଷ୍ଟେସନ ଓ ମେ-ଡି-କା-ଲ ଅନେକ ଥର ଗଲେଣି କିନ୍ତୁ ଏବେ ପର୍ଯ୍ୟନ୍ତ ବ୍ୟକ୍ତି ମିଳିପାରିଲେ ନାହିଁ।

Google

ଆପଣଙ୍କୁ କହିରଖିବୁ ସେହି ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲାର କୁଞ୍ଜଙ୍ଗ ବ୍ଲକର ଜହ୍ନାପାଳ ଗ୍ରାମର ଗନ୍ଧର୍ବ ଜେନା। ସେ କଟକ ଏସିବି ମେଡିକାଲର କୋଭିଡ କେୟାର ସେଣ୍ଟରରୁ ୨୧ ମଇରେ କୁଆଡେ ଗାଏବ ହୋଇଯାଇଥିଲେ ଓ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ମିଳିପାରିନାହିଁ। ପ୍ରଥମେ ୧୪ମଇରେ ସେ କରୋନାରେ ସଂକ୍ରମଣ ହେବା ପରେ ୧୮ ମଇରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ପାରାଦୀପ କୋଭିଡ କୋଭିଡ ମେଡିକାଲରେ ଭର୍ତି କରାଯାଇଥିଲା। ଏହା ପରେ ତାଙ୍କୁ ୨୧ ମଇରେ ଏସିବି ନିଆଯାଇଥିଲା ଓ ସେବେଠୁ ତାଙ୍କର କୌଣସି ପତା ନାହିଁ।

ଏମିତି କେମିତି ଏତେ ଅଲଟ ପରେ ତାଙ୍କ ବାପା କୁଆଡେ ଗାଏବ ହୋଇଗଲେ ବୋଲି ତାଙ୍କ ଝିଅ ପ୍ରଶ୍ନ କରିଛନ୍ତି। ଏତେ ଦିନ ବିତିଯାଇଥିବାରୁ ସେମାନେ ଭାଙ୍ଗିପଡିଲେଣି। ଏହା ନେଇ ମେଡିକାଲ କର୍ମଚାରୀ ବା ପୋଲିସ ପକ୍ଷରୁ କୌଣସି ସୂଚନା ମିଳୁନାହିଁ।

Google

ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଏହା ଦ୍ଵାରା ଅଧିକ ଲୋକ ସଂକ୍ରମଣ ହେବା ସହ ଅଧିକ ଲୋକ ପ୍ରାଣ ହରାଉଛନ୍ତି ମଇ ଆରମ୍ଭରୁ ସଂକ୍ରମଣ ହାର ଓ ମୃତ୍ୟୁ ହାର ବଢିବାରେ ଲାଗିଥିଲା। ଏହା ପରେ ଲକଡାଉନ ଦ୍ଵାରା ଏବେ ଜୁନ ଆରମ୍ଭରୁ ସ୍ଥିତି ନିୟନ୍ତ୍ରଣକୁ ଆସୁଛି। କହିରଖିବୁ ପୂର୍ଵ ୨୪ ଘଣ୍ଟାରେ ରାଜ୍ୟରେ ୭,୭୨୯ ଜଣ ନୂଆ ଆକ୍ରାନ୍ତ ଚିନ୍ହଟ ହୋଇଥିବାବେଳେ ୩୯ ଜଣଙ୍କ ମୃତ୍ୟୁ ହୋଇଯାଇଛି।ରାଜ୍ୟରେ ମଧ୍ୟ ଆସ୍ତେ ଆସ୍ତେ ସଂକ୍ରମଣ ହାର କମୁଛି। ରାଜ୍ୟ ସରକାର ୧୭ ଜୁନ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରିକରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *