ମହାଶିବରାତ୍ରିରେ ପସନ୍ଦ କରାଯାଉନାହିଁ ସୋନୁ ସୁଦଙ୍କ ଟ୍ୱିଟ,ଏଥର କରିବାକୁ ପଡିଲା ଟ୍ରୋଲର ସାମ୍ନା। ଜାଣନ୍ତୁ ପୁରା ଘଟଣା।

ସାଉଥରୁ ବଲିଉଡ଼ରେ ଫିଲ୍ମରେ ନିଜର ଭଲ ପରିଚିତ ସୃଷ୍ଟି କରିଥିବା ସୋନୁ ସୁଦ ପୂର୍ବ ବର୍ଷ ଏପ୍ରିଲରେ ମାନେ ଲକଡାଉନରୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି।ସୋନୁଙ୍କ ଏଭଳି ରୂପ ଦେଖି ଲୋକତ ତାଙ୍କୁ ପ୍ରକୃତ ଜୀବନର ହିରୋ କହିଲେ। ଲକଡାଉନରୁ ଏବେ ପର୍ଯ୍ୟନ୍ତ ସୋନୁ ସୁଦ ଅନେକ ଲୋକଙ୍କୁ ସହଯୋଗ କରିଛନ୍ତି। ଆଜିବି ଅନେକ ଲୋକ ସୋନୁ ସୁଦଙ୍କୁ ଟ୍ୱିଟ କରି ସାହାଯ୍ୟ ମାଗିଥାନ୍ତି। ସୋନୁ ମଧ୍ୟ ତୁରନ୍ତ ସେହି ଟ୍ୱିଟର ରିପ୍ଲାଏ ଦେଇଥାନ୍ତି।

Google

ସୋନୁ ଅଭିନୟ ଛଡା ଏହି ଯେଉଁ କାମ କରିଛନ୍ତି ସାହାଯ୍ୟ ପାଇଥିବା ଲୋକଙ୍କ ସହ ଦେଶସାରାର ଅନେକ ଲୋକ ତାଙ୍କୁ ପ୍ରସଂସା କରୁଛନ୍ତି କିନ୍ତୁ ମହାଶିବରାତ୍ରି ବା ଆଜି ସେ ଏକ ଟ୍ୱିଟ କରିଥିଲେ ଯାହା କିଛି ଲୋକଙ୍କୁ ପସନ୍ଦ ଆସିନାହିଁ ଓ ସୋନୁଙ୍କୁ ଟ୍ରୋଲର ସମ୍ନା କରିବାକୁ ପଡିଲା। ସୋନୁ ଏକ ଟ୍ୱିଟ କରି ଲେଖିଥିଲେ,”ଶିବ ଭଗବାନଙ୍କ ଫଟୋ ସେୟାର କରି ନୁହେଁ କାହାକୁ ସାହାଯ୍ୟ କରି ମହାଶିବରାତ୍ରି ମନାନ୍ତୁ। ଓଁ ନମଃ ଶିବାୟ”।

ଅନେକ ଲୋକ ସୋସିଆଲ ମିଡିଆରେ ସୋନୁଙ୍କ ଟ୍ୱିଟରେ ନିଜର ସହମତି ଦେଖାଇଛନ୍ତି କିନ୍ତୁ ଆଉ କିଛି ଲୋକଙ୍କୁ ଏହି ଟ୍ୱିଟ ଜମାବି ପସନ୍ଦ ଆସିନାହିଁ। ଜଣେ ୟୁଜର ଲେଖିଛନ୍ତି” ଦୟାକରି ଏହି ଭଳି ଏପିଲ ନିଜ ଫିଲ୍ମ ମୁକ୍ତିଲାଭ ହେବା ପୂର୍ବରୁ କରନ୍ତୁ। ମୋର ଫିଲ୍ମର ଟିକେଟରେ ପଇସା ବର୍ବାଦ ନକରି ଗରିବଙ୍କୁ ଖାଦ୍ୟ ଖୁଆଇ ପୁଣ୍ୟ କମାନ୍ତୁ”।

Google

ସେହିପରି ଜଣେ ଅନ୍ୟ ୟୁଜର ଲେଖିଛନ୍ତି,”ଏଠାରେ ମୁଁ ଆପଣଙ୍କ ସହ ସହମତି ନୁହେଁ। ଓ ଆପଣ ଜଣେ ପବ୍ଲିକ ଫିଗର ଅଟନ୍ତି। ଆପଣଙ୍କୁ ଭାବିଚିନ୍ତା ଟ୍ୱିଟ କରିବା ଆବଶ୍ୟକ”। ଆଉ ଜଣେ ୟୁଜର ଲେଖିଛନ୍ତି,”ଆପଣ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଭଲ କଥା କିନ୍ତୁ ଆପଣ କୌଣସି ମହାମଣ୍ଡଳେସ୍ୱର ତ ନୁହେଁ ଯିଏକି ନମାଗି ମଧ୍ୟ ଜ୍ଞାନ ବାଣ୍ଟିବେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *