ଆଳୁ ଭିତରେ ଦିନ କଟାଉଛନ୍ତି ଲୋକ। ଗୋଟିଏ ଦିନର ଫିସ ଜାଣିଲେ ଉଡିଯିବ ହୋସ।

ଆପଣ ମାନେ ଜାଣିଥିବେ ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଛି।ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଓ ସ୍ଥାନ ରହିଛି। ଆଜି କାଲି ଆପଣମାନେ ଦେଖିଥିବେ ଆଶ୍ଚର୍ଯ୍ୟ ଜନକ ହୋଟେଲ ମାନ ତିଆରି କରାଯାଉଛି। କୋଉଠି ପାଣି ଭିତରେ ତ ଆଉ କେଉଁଠି ଶୂନ୍ୟରେ। ଆଉ କେଉଁଠି ମାଟି ତଳେ ମଧ୍ୟ ହୋଟେଲ କରାଯାଇଛି। ଏବେ ମହାକାସରେ ମଧ୍ୟ ହୋଟେଲ କରାଯାଉଛି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଅଦ୍ଭୁତ ହୋଟେଲ ଦେଖିବାକୁ ମିଳୁଛି ଯାହା ହେଉଛି ଆଉ ପରିବା ଆକୃତିର ହୋଟେଲ। ଏହି ପରି ହୋଟେଲ କରିବାର ମୁଖ୍ୟ ଉଦେଶ୍ୟ ଲୋକଙ୍କ ମନ କିଣିବା ଯାହା ଦ୍ୱାରା ଲୋକ ସେଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିବେ। ତେବେ ଆସନ୍ତୁ ସେହି ଭାଇରାଲ ହେଉଥିବା ପରିବା ଆକୃତି ହୋଟେଲ ବିଷୟରେ।

Google

ଏହି ହୋଟେଲକୁ ସୁନ୍ଦର ଭାବେ ଡିଜାଇନ କରାଯାଇଛି ।ଏହାକୁ ବାହାରୁ ଦେଖିଲେ ଏକ ଆଳୁ ପରି ଲାଗୁଛି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ହୋଟେଲ ଆମେରିକାର ଦକ୍ଷିଣ ଵୋଇସ ଆଇଡାହୋ ନାମକ ଅଞ୍ଚଳରେ ତିଆରି କରାଯାଇଛି। ଏହି ହୋଟେଲକୁ ୪୦୦ ଏକର ଜମିରେ ନିର୍ମାଣ କରାଯାଇଛି। ଉପରେ ଏହା ଆଳୁପରି ଲାଗିପାରେ କିନ୍ତୁ ଏହାର ଭିତର ସମ୍ପୂର୍ଣ ଅଲଗା। ଏହା ଭିତରେ ପ୍ରାୟ ସବୁ ସୁବିଧା ରହିଛି। ଏହାକୁ ସବୁଆଡେ “ଆଇଡାହୋ ଆଳୁ ହୋଟେଲ’ ଭାବରେ ପରିଚିତ। ଏହାକୁ ଦେଖି ସମସ୍ତେ ଏହା ଦ୍ଵାରା ମୋହିତ ହୋଇଯିବେ ଯେଉଁଠି ଉପରଟା ଆଳୁ ପରି ଭିତରଟା ସୁନ୍ଦର ଭାବେ ସଜାଯାଇଛି। ଏତେ ସୁନ୍ଦର କି ସମସ୍ତେ ଏଠାରେ ରହିବାକୁ ଇଛା କରିବେ। ରହିବା ପାଇଁ ଭିତରେ ସ୍ୱତନ୍ତ୍ର ତୟାରୀ ମଧ୍ୟ ହୋଇଛି।

Google

ଏହି ହୋଟେଲକୁ ଅନ୍ୟ କୌଣସି ପରିବା ନକରି ଆଳୁ କରିବାର କାରଣ ସେହି ଅଞ୍ଚଳଟି ଆଳୁ ପାଇଁ ବେସ ଉପଯୁକ୍ତ। ଓ ସେହି ସ୍ଥାନରେ ଅଧିକ ଆଳୁ ଚାଷ କରାଯାଇଥାଏ। ସେଥିପାଇଁ ଏହି ହୋଟେଲକୁ ଆଳୁ ଭଳି ତିଆରି କରାଯାଇଛି। ସାଧାରଣ ଲୋକ ଏହି ହୋଟେଲରେ ଚାହିଁଲେ ମଧ୍ୟ ରହିପାରିବେ ନାହିଁ। କାରଣ ଏହି ହୋଟେଲରେ ରହିବାର ଦିନକର ଫିସ ୧୫,୫୪୪ ଟଙ୍କା ଅଟେ। ଏହି ହୋଟେଲରେ ମାତ୍ର ଦୁଇଜଣ ଲୋକଙ୍କ ପାଇଁ ହିଁ ରହିବାର ବ୍ୟବସ୍ଥା କରାଯାଇଅଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ହୋଟେଲ ଭହୁତ ଚର୍ଚାର ବିଷୟ ପାଲଟିଛି। ଅନେକ ଲୋକ ସେଠାକୁ ରହିବା ପାଇଁ ଯାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *