ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ ଓ ଡିଜେଲ ।

ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ ଓ ଡିଜେଲ ।, petrol and diesel price hiked 60 paise in india, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

କୋଭିଡ୍‌-୧୯ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ପେଟ୍ରୋଲ ଡିଜେଲ ଚାହିଦାରେ ପରିବର୍ତ୍ତନ ଦେଖାଯାଇଛି । ଅନ୍ତର୍ଜାତୀୟ ବଜାରରେ ରବିବାର ବ୍ରେଣ୍ଟ ଅଶୋଧିତ ତୈଳ ୪୦% ଡଲାରରୁ ଉର୍ଦ୍ଧ୍ୱକୁ ଟପିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୦ ପଇସା ଲେଖାଏ ବଢିଥିବା ଜଣାପଡିଛି । ପ୍ରାୟ ୮୦ ଦିନ ପରେ ତୈଳ ବିପଣନ କମ୍ପାନୀଗୁଡିକ ଇନ୍ଧନର ମୂଳ ମୂଲ୍ୟରେ ପରିବର୍ତ୍ତନ କରିଛନ୍ତି ।

ଶେଷ ଥର ଲାଗି ମାର୍ଚ୍ଚ ୧୬ରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା । ରାଜ୍ୟ ସରକାରଗୁଡିକ ଭାଟ୍‌ ଏବଂ ସେସ୍‌ ବଢାଇବା ଫଳରେ କିଛି ରାଜ୍ୟରେ ଇନ୍ଧନ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । କରୋନା ଯୋଗୁ ରାଜ୍ୟଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡୁ ଥିବାରୁ ଇନ୍ଧନ ଉପରେ କିଛି ରାଜ୍ୟ ଟିକସ ବୃଦ୍ଧି କରିଥିବା ନଜରକୁ ଆସିଛି ।

Nationwide hike in petrol, diesel prices for first time in 83 days ...
Google

ମୂଲ୍ୟ ବୃଦ୍ଧି ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ୭୧.୮୬ ଏବଂ ୬୯.୯୯ ଟଙ୍କା ରହିଛି ।
ଗତ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ଲିଟର ପିଛା ୧୦ ଟଙ୍କା ଓ ୧୩ ଟଙ୍କା ମୂଲ୍ୟ ବଢାଇଥିଲେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିମ୍ନରେ ରହିଥିବାରୁ ଇନ୍ଧନର ମୂଳ ମୂଲ୍ୟରେ ବୃଦ୍ଧି ହୋଇ ନ ଥିଲା । ତେଲ କମ୍ପାନୀଗୁଡିକ ଟିକସ ବୃଦ୍ଧିକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ । ଫଳରେ ଇନ୍ଧନର ରିଟେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନ ଥିଲା ।

ବଢିଲା ପେଟ୍ରୋଲ ଓ ଡିଜେଲର ଦର

ବର୍ତ୍ତମାନ ଇନ୍ଧନ ଦରକୁ ପ୍ରତିଦିନ ରିଭ୍ୟୁ କରାଯାଉଛି । ଭାରତ ଏହାର ମୋଟ ଇନ୍ଧନ ଆବଶ୍ୟକତାର ୮୦% ଆମଦାନୀ ଦ୍ୱାରା ପୂରଣ କରୁଛି । ରବିବାର ବ୍ରେଣ୍ଟ କ୍ରୁଡ ୩ ମାସର ସର୍ବୋଚ୍ଚ ସ୍ତରରେ ରହିଛି । ଏହାର ବ୍ୟାରେଲ ପିଛା ଦର ୪୨%ରୁ ଉର୍ଦ୍ଧ୍ୱ ରହିଛି । ଏପ୍ରିଲ ମାସରେ ଏହା ୨୦ ଡଲାର ତଳକୁ ଖସି ଯାଇଥିଲା । ଲକଡାଉନ ପାଇଁ ଗାଡି ମଟର ଏବଂ କଳକାରଖାନା ବନ୍ଦ ରହିବା ଯୋଗୁ ଇନ୍ଧନ ଚାହିଦା ଖସି ଯାଇଛି ।

ଚଳିତ ବର୍ଷ ଏପ୍ରିଲରେ ପେଟ୍ରୋଲିୟମ ଚାହିଦା ୪୬% ନିମ୍ନରେ ରହିଛି । ଏହି ସମୟରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍‌ ବିକ୍ରି ଯଥାକ୍ରମେ ୬୧%, ୫୬.୭% ଏବଂ ୯୧.୫% ଖସିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ରହିଛି । ମେ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ କଟକଣା ଧୀରେ ଧୀରେ ହଟାଇବା ଯୋଗୁ ଇନ୍ଧନ ବିକ୍ରିରେ ପରିବର୍ତ୍ତନ ଆସୁଥିବା ନଜରକୁ ଆସିଛି । ଏପ୍ରିଲ ମାସ ତୁଳନାରେ ମେ ମାସରେ ଉନ୍ନତି ପରିଲକ୍ଷିତ ହୋଇଛି । ହେଲେ ୨୦୧୯ ମେ କଥା ବିଚାରକୁ ନେଲେ ଇନ୍ଧନ ବିକ୍ରି ୩୮.୯% ନିମ୍ନରେ ରହିଛି । ବର୍ତ୍ତମାନ ଅନ୍‌ଲକ ୧ ଘୋଷଣା ହୋଇଥିବାରୁ ସୋମବାରଠାରୁ ମଲ ଖୋଲିବ । ଏହା ହେଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ଦେଖାଯିବ ବୋଲି ଶିଳ୍ପ ସୂତ୍ରରୁ ସୂଚନା ରହିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *