ପେଟ୍ରୋଲ ପମ୍ପ ବିସ୍ଫୋରଣ ତଥ୍ୟ ମିଳିଲା ସିସିଟିଭିରୁ, ବିସ୍ଫୋରଣର କାରଣ ମୋବାଇଲ ଫୋନ୍! କଥା ହେବା ସମୟରେ ହେଲା ଅଗ୍ନିକାଣ୍ଡ ।

petrol pump blast bbsr reason mobile phone

କାଳହେଲା ଫୋନରେ କଥାହେବା।  ପେଟ୍ରୋଲ ପମ୍ପର ଏଲପିଜି ଟ୍ୟାଙ୍କ ପାଖରେ ୩ ଜଣ ଓ ଦୂରରେ ଜଣେ ଥିଲେ,ବିସ୍ଫୋରଣ ପୂର୍ବରୁ।  ଫୋନରେ କଥା ହଉଥିବା ବ୍ୟକ୍ତି ଟ୍ୟାଙ୍କ ପାଖରେ ଥିଲେ। କେହି କିଛି ବୁଝିବା ଆଗରୁ ହଠାତ ନିଆଁ ଲାଗି ବିସ୍ଫୋରଣ ହେଲା।  ପୁଲସ ହାତରେ ଲାଗିଛି ସିସିଟିଭି ଫୁଟେଜରୁ ଏପରି ତଥ୍ୟ।

Google

ପେଟ୍ରୋଲ ପମ୍ପରେ ଲାଗିଥିବା ଭୂତଳ ଟ୍ୟାଙ୍କର ଟେଷ୍ଟ କାମ ସାରିଯାଇଥିଲା।  ଗୋଟିଏ ଗ୍ୟାସ ଟ୍ୟାଙ୍କ ଭର୍ତ୍ତି ଥିଲା ଓ ଆଉ ଗୋଟେ ଖୋଲାଥିଲା। ପୂର୍ଣ୍ଣ ଥିବା ଗ୍ୟାସ ଟ୍ୟାଙ୍କରୁ ଅପୂର୍ଣ ଥିବା ଟ୍ୟାଙ୍କ ମଧ୍ୟରେ ସଂଯୁକ୍ତ ଥିବା ଭାଲବ ଖୋଲାଥିଲା ଏଲପିଜି ଗ୍ୟାସ ପଠେଇବା ପାଇଁ। ଏତିକିବେଳେ ହୁଏତ ଲିକ କରିଥିଲା ଗ୍ୟାସ ଓ ମୋବାଇଲ ତାକୁ ସ୍ପାର୍କ ଯୋଗାଇଥିଲା। ସେଠାକାର ଜଣେ କର୍ମଚାରୀ ଫୋନ୍ ରେ କଥା ହଉଥିଲେ। ଏଥିପାଇଁ ସେଠାରେ ଏଲପିଜି ଗ୍ୟାସ ଲିକ ପରେ ଅଗ୍ନିକାଣ୍ଡ ହୋଇଥିଲା।  ଏହା ପରେ ଟ୍ୟାଙ୍କ ଫାଟି ବିସ୍ଫୋରଣ ହୋଇଥିଲା। ଏହା ପୁଲିସର ପ୍ରାଥମିକ ତଦନ୍ତ ଅଟେ।

Google

ବିଶେଷଜ୍ଞଙ୍କ ମତରେ ପେଟ୍ରୋଲ ପମ୍ପରେ ମୋବାଇଲ ବ୍ୟବହାର ମନା ହୋଇଥାଏ,ଏଠାରେ କଲ ରିସିଭ କରିବା ବିପଦଜନକ। ମୋବାଇଲ ବିପଦ ନୁହେଁ।ଏଥିରୁ ସ୍ପାର୍କ ସୃଷ୍ଟି ହୋଇଥାଏ। ବିସ୍ଫୋରଣ ପରେ ମିଳିଥିବା ଖଣ୍ଡ ଖଣ୍ଡ ଅଙ୍ଗପ୍ରତ୍ୟଙ୍ଗ ଫରେନସିକ ଲ୍ୟାବରେ ରହିଛି।ଡିଏନଏ ଟେଷ୍ଟ ପରେ ଏହା ଚିହ୍ନଟ କରାଯିବ। କମିସନର ପୋଲିସ କହିଛନ୍ତି ଏ ନେଇ ଅଦାଲତରେ ଆବେଦନ କରାଯିବ।

ଆଜି ସେ ଖଣ୍ଡ ଖଣ୍ଡ ମାଂସର ପୋଷ୍ଟ ମର୍ଟମ କରାଯିବ ଏହା ମଣିଷର କିମ୍ବା ପଶୁର ଜାଣିବା ପାଇଁ।ପେଟ୍ରୋଲ ପମ୍ପରେ ଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ତଦନ୍ତ କରୁଛି। ଫରେନିସିକ ଟିମ ଓ କ୍ୟାପିଟାଲ ପୋଲିସକୁ ନେଇ ଗଢ଼ାଯାଇଥିବା ଏକ ସ୍ଵତନ୍ତ୍ର ଟିମ ଏହାର ତଦନ୍ତ କରୁଛି।

Google

ମିଳିଥିବା ହାଡ ଓ ମାଂସର ଡ଼ିଏନଏ ଟେଷ୍ଟ କରିବା ପାଇଁ ପୋଲିସ କହିଛନ୍ତି। ଏଥିପାଇଁ ସୀମାଞ୍ଚଳର ପରିଡା ଲୋକଙ୍କ ନମୂନା ଆଣିବାକୁ ପଡିବଓ ଏଥିରେ ସଦସ୍ୟଙ୍କ ସହମତି ଦରକାର ଟେଷ୍ଟ କରି ପରିବାର ଲୋକଙ୍କ ସହ ତୁଳନା କରାଯିବ।

ଏହି ପେଟ୍ରୋଲ ପମ୍ପ ବିସ୍ଫୋରଣ ଯାହାକି ରାଜ ଭବନ ଛକର ପାର୍ଶ୍ଵରେ ଅବସ୍ଥିତ,ଏଥିରେ ମୃତ୍ୟୁ ସଂଖ୍ୟା ୧ ଓ ଅନ୍ୟଜଣେ ଗୁରୁତର ଭାବେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ହେବା ସହ ଜଣେ ନିଖୋଜ ହେବାର ଖବର ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *