ୱିକେଟ ନେବାପରେ ପଡ଼ିଆରେ ଜିମ୍ବାୱେ ବୋଲର ଜୋତାରେ ଲଗେଇଲେ ଫୋନ, ସବୁ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ଗତି ଚାଲିଛି ଯାହା ଏବେ ଧୀରେ ଧୀରେ କମିବା ସହ ଇଣ୍ଟରନେସନାଲ କ୍ରିକେଟ ମଧ୍ୟ ଆରମ୍ଭ ହୋଇଛି। ଆପଣ ଅନେକ ଥର କ୍ରିକେଟରେ ଅନେକ ଅଦ୍ଭୁତ କାରନାମା ହୋଇଥିବା ଦେଖିଥିବ। ଅନେକ ସମୟରେ ବ୍ୟାଟ୍ସମ୍ୟାନ ଓ ବୋଲର ମଧ୍ୟ ରନ କରିବା ପରେ ହେଉ ବା ୱିକେଟ ନେବା ପରେ ହେଉ ଅନେକ ପ୍ରକାର ଅଭୂତ ଭାବେ ସେଲିବ୍ରେସନ କରିଥାନ୍ତି।

Google

ଏହିପରି ଏକ ଅଦ୍ଭୁତ ସେଲିବ୍ରେସନ ଦେଖିବାକୁ ମିଳିଛି ବଙ୍ଗଳାଦେଶ ଓ ଜିମ୍ବାୱେ ମଧ୍ୟରେ ହୋଇଥିବା ଦିନିକିଆ ମ୍ୟାଚରେ ଯେଉଁଠି ଜିମ୍ବାୱେର ବୋଲର ରିଚାର୍ଡ ନଗରବା ୱିକେଟ ନେବାପରେ କିଛି ଏଭଳି ସେଲିବ୍ରେସନ କରିଥିଲେ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କହିରଖିବୁ ଏହା ପୂର୍ବରୁ ଜିମ୍ବାୱେ ଓ ବଙ୍ଗଳାଦେଶ ମଧ୍ୟରେ ଗୋଟେ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହୋଇଥିଲା ଯେଉଁଥିରେ ବଙ୍ଗଳାଦେଶ ୧୫୫ରନର ବିଶାଳ ରନରେ ବିଜୟୀ ହୋଇ ସିରିଜ ନିଜ ନାମରେ କରିଥିଲା।

ଏହା ପରେ ହୋଇଥିବା ଦିନିକିଆ ମ୍ୟାଚରେ ବଙ୍ଗଳାଦେଶର ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କ ୧୦୨ରନର ସୁନ୍ଦର ପାରି ଦ୍ଵାରା ବଙ୍ଗଳାଦେଶ ୫୦ ଓଭରରେ ୯ ୱିକେଟ ହରାଇ ୨୭୬ ରନ କରିବାରେ ସଫଳ ହୋଇଥିଲା କିନ୍ତୁ ଜିମ୍ବାୱେ ମାତ୍ର ୨୮.୫ ଓଭରରେ ୧୨୧ ରନରେ ସମସ୍ତ ୱିକେଟ ହରାଇଦେଇଥିଲା। ବଙ୍ଗଳାଦେଶ ସେହି ମ୍ୟାଚରେ ଜିତିଯାଇଥିଲା।

ଲିଟନ ଦାସର ଶତକୀୟ ପାରି ସମସ୍ତଙ୍କ ମନ କିଣିଥିଲେବି ଏହି ମ୍ୟାଚରେ ଜିମ୍ବାୱେ ବୋଲର ରିଚାର୍ଡ ନଗରବା ୱିକେଟ ନେବାପରେ ଯେଉଁ ଭଳିଭାବେ ସେଲିବ୍ରେଟ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆପଣଙ୍କୁ କହିରଖିବୁ ବଙ୍ଗଳାଦେଶପାରିର ୧୯ ତମ ଓଭର ଜିମ୍ବାୱେ ବୋଲର ରିଚାର୍ଡ ନଗରବା କରିଥିଲେ ଯେଉଁଥିରେ ସେ ମୋସଦେକ ହୁସୈନଙ୍କ ୱିକେଟ ନେଇଥିଲେ। ଏହା ପରେ ସେ ଫୋନ ଭଳି ଜୋତାକୁ ଧରି କଲ କଲାଭଳି ସେଲିବ୍ରେଟ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆପଣଙ୍କୁ କହିରଖିବୁ ଏଭଳି ଷ୍ଟାଇଲ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଖେଳାଳି ତବରେଜ ସାମସି କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *