ମଧ୍ୟପ୍ରଦେଶର ଖରଗୋନରେ ଏକ ଯୁବକ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିଦେଇଛି। ପ୍ରେମିକାକୁ ହତ୍ୟା କରିବା ପରେ ଡେର୍ଡ଼ ବଡ଼ିକୁ ପୋତି ଦେଇ ତା ଉପରେ ପ୍ଲାଷ୍ଟର କରିଦେଇଛି। ଏକ ଅଦ୍ଭୁତ କଥା ଏହାକି ଯୁବକ ଜଣଙ୍କ ଏହି ପ୍ଲାନ ଅଜୟ ଦେବଗନଙ୍କ ପ୍ରସିଦ୍ଧ ଫିଲ୍ମ “ଦୃସ୍ୟମ”କୁ ଦେଖି କରିଥିଲା। ଘଟଣା ବିଷୟରେ ମିଳିଥିବା ସୂଚନା ଅନୁସାରେ ମହିଳା ବିତିଥିବା ୨୪ ଡିସେମ୍ବରରୁ ନିଖୋଜ ଥିଲେ। ମହିଳାଙ୍କ ଘର ଲୋକ ମହିଳାଙ୍କ ନିଖୋଜର ଅଭିଯୋଗ ଥାନାରେ କରିଥିଲେ।

୩୦ ଡିସେମ୍ବରକୁ ମହିଳାଙ୍କ ନିଖୋଜ ରିପୋର୍ଟ ଥାନାରେ ହେବା ପରେ ପୋଲିସ ଯାଞ୍ଚରେ ଲାଗିପଡିଲେ। ପିଡିତାର ବାପା ଅଭିଯୋଗରେ ନିଜ ଗ୍ରାମର ସନ୍ତୋଷ ନାମକ ବ୍ୟକ୍ତି ସହ ନିଜ ଝିଅର ପ୍ରେମ ସମ୍ପର୍କ ବିଷୟରେ କହିଥିଲେ।ବାପାଙ୍କ କହିବା ଅନୁସାରେ ପୋଲିସ ସନ୍ତୋଷର ସନ୍ଧାନ ଆରମ୍ଭ କଲେ କିନ୍ତୁ ସନ୍ତୋଷ ଘରେ ମିଳିଲାନାହିଁ। ପଡୋଶୀ କହିଛନ୍ତି କି କିଛିଦିନ ତଳେ ତାଙ୍କ ଘରୁ ଗାତ ଖୋଳିବାର ଶବ୍ଦ ଶୁଣାଯାଉଥିଲା। ଏହା ପରେ ପୋଲିସ ତାଙ୍କ ଘରେ ଖୋଳିବା ଆରମ୍ଭ କରିଦେଲା। ପାଖାପାଖି ୨ ଫୁଟ ଖୋଳିବା ପରେ ମଧ୍ୟ କୌଣସି ତଥ୍ୟ ଜଣାପଡିନଥିଲା। ଏବେ ପୋଲିସକୁ ସନ୍ତୋଷ ଉପରେ ସନ୍ଦେହ ହୋଇଯାଇଥିଲା।
ପୋଲିସ ପୁଣିଥରେ ୨୭ ଜାନୁଆରୀକୁ ସେହି ଜାଗାରେ ଖୋଳିବା ଆରମ୍ଭ କରିଦେଲା। ସନ୍ତୋଷର ଏକ ରୁମ ଖୋଳିବା ସମୟରେ ପୋଲିସକୁ ପ୍ରଥମେ ଏକ ଝିଅର ଇୟରରିଙ୍ଗ ଓ ପରେ ଝିଅର ଚପଲ ମିଳିଥିଲା। ଏହା ପରେ ୪ ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ଝିଅର ଶବ ମିଳିଥିଲା। ନଗଦ ପ୍ଲାଷ୍ଟର କାରଣରୁ ପୋଲିସକୁ ସଦେହ ହେଲା ଓ ପୋଲିସ ଖୋଳିଲା। ଯାହା ପରେ ପୁରା ମାମଲା ଜଣାପଡିଲା। ପୋଲିସକୁ ସର୍ଵ ପ୍ରଥମେ ଇୟରରିଙ୍ଗ ଓ ପରେ ଚପଲ ମିଳିଲା ଓ ଏହା ପରେ ଯେବେ ପୋଲିସ ୪ ଫୁଟ ଖୋଳିଲା ପୋଲିସର ହୋସ ଉଡ଼ିଗଲା। ପୋଲିସକୁ ଅଚାନକ ଏକ ଝିଅର ଶବ ମିଳିଲା ଯାହା ପରେ ପୁରା ମାମଲା ଆଗକୁ ଆସିଗଲା।

ମାମଲାର ଯାଞ୍ଚ ଯେବେ ଆଗକୁ ବଢ଼ିଲା ତ ଜଣାପଡିଲା ଝିଅଟି ପୂର୍ଵରୁ ବିବାହିତ ଥିଲା। ପେଷାରେ ମଜୁରିଆ ସନ୍ତୋଷ ମଧ୍ୟ ବିବାହିତ ଥିଲା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ।କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା ଯାହା ପରେ ସନ୍ତୋଷ ନିଜ ପ୍ରେମିକାକୁ ହତ୍ୟା କରିଦେଇଥିଲା। ହତ୍ୟା ପରେ ସେ ନିଜ ପ୍ରେମିକାକୁ ଗାତ ଖୋଳି ପୋତିଦେଲା ଓ ତା ଉପରେ ପ୍ଲାଷ୍ଟର କରିଦେଲା ଯାହା ଦ୍ୱାରା ଯେପରି ଏହି ହତ୍ୟା ବିଷୟରେ କାହାକୁ ଜଣାପଡିବନାହିଁ। ଏବେ ପରେ ଦୋଷୀ ଫେରାର ଅଛି ଓ ଅଲଗା ଅଲଗା କୋଣରୁ ଏହାର ଯାଞ୍ଚ ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।