ଆଇପିଏଲ ୨୦୨୦ ପ୍ଲେ ଅଫ ର ତାରିଖ, ସମୟ ଓ ସ୍ଥାନ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ।

ଆଇପିଏଲର ୧୩ତମ ସଂସ୍କରଣ ତାର ଶେଷ ଭାଗରେ ପଂହଁଚିଗଲାଣି। ଏବେ ପର୍ଯ୍ୟନ୍ତ ୪ଟି ଟିମ ପ୍ଲେଅଫ ଖେଳିବା ପାଇଁ କ୍ଵଲିଫାଏ କରିନାହାନ୍ତି। ବିସିସିଆଇ ଏହା ମଧ୍ୟରେ ପ୍ଲେଅଫର ସ୍ଥାନ ଘୋଷଣା କରିଛି। ବିସିସିଆର ଓମେନ୍ସ ଆଇପିଏଲର ସିଦୁଲ ମଧ୍ୟ ଘୋଷଣା କରିଛି।

IPL 2020: playoff schedule announced, Dubai will host finals on 10 November - Granthshala News
Google

ବିସିସିଆଇ ଅନୁସାରେ ୫ ନଭେମ୍ବରକୁ ପ୍ରଥମ କ୍ବାଲିଫାୟର ଦୁବାଇରେ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଖେଳାଯିବ। ଏହା ଆଇପିଏଲ ୨୦୨୦ର ପଏଣ୍ଟ ଲିଷ୍ଟରେ ପ୍ରଥମ ଦୁଇ ଦଳ ମଧ୍ୟରେ ହେବ। ଏଥିରୁ ଯିଏ ଜିତିବ ସେ ସିଧା ଫାଇନାଲ ପାଇଁ କ୍ବାଲିଫାଏ କରିବ।

ଏପଟେ ୬ ନଭେମ୍ବରକୁ ଆବୁଧାବୀରେ ଏଲିମିନେଟର ମ୍ୟାଚଭାରତୀୟ ସମୟ ୭.୩୦ ରେ ଖେଳାଯିବ। ଏହା ପଏଣ୍ଟ ଟେବୁଲରେ ୩ୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳ ମଧ୍ୟରେ ଖେଳାଯିବ। ଯିଏ ଜିତିବ ସେ ପ୍ରଥମ କ୍ଵଲିଫାଏରରେ ହାରିଥିବା ଦଳ ସହ ଖେଳିବ। ହେଲେ ଯିଏ ପ୍ରଥମ କ୍ଵଲିଫାଏର ହାରିଥିବ ତାହାର ଏହି ପ୍ରତିଯୋଗିତା ସରିଯିବ।

@BCCI

ଦ୍ୱିତୀୟ କ୍ଵଲିଫାଏର ଜିତିଥିବା ଦଳ ପ୍ରଥମ କ୍ବାଲିଫାଏର ହାରିଥିବା ଦଳ ସହ ଖେଳିବ। ଏହା ନଭେମ୍ବର ୮କୁ ଆବୁଧାବିରେ ହେବ। ଫାଇନାଲ ମ୍ୟାଚ କ୍ଵଲିଫାଏର ୧ ର ବିଜେତା ସହ କ୍ଵଲିଫାଏର ୨ ର ବିଜେତା ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିଆମରେ ୧୦ ନଭେମ୍ବର ୭.୩୦ ଭାରତୀୟ ସମୟରେ ଖେଳାଯିବ।

IPL 2020 ପ୍ଲେଅଫ ସ୍ଥାନ ଏବଂ ତାରିଖ:-

୫ନଭେମ୍ବର:- କ୍ଵଲିଫାଏର ୧- ଦଳ ୧ ବନାମ ଦଳ ୨- ଦୁବାଇ- ସନ୍ଧ୍ୟା ୭.୩୦

୬ ନଭେମ୍ବର:- ଏଲିମିନେଟର – ଦଳ ୩ ବନାମ ଦଳ ୪ – ଆବୁଧାବୀ- ସନ୍ଧ୍ୟା ୭.୩୦

୮ ନଭେମ୍ବର – କ୍ଵଲିଫାଏର ୨ – ଏଲିମିନେଟର ବିଜେତା ବନାମ କ୍ଵଲିଫାଏର ଉପ ବିଜେତା- ଆବୁଧାବୀ- ସନ୍ଧ୍ୟା ୭ଟା

୧୦ ନଭେମ୍ବର:- ଫାଇନାଲ – କ୍ଵଲିଫାଏର ୧ ବିଜେତା ବନାମ କ୍ଵଲିଫାଏର ୨ ବିଜେତା- ଦୁବାଇ – ସନ୍ଧ୍ୟା ୭ ଟା

ମହିଳା ଆଇପିଏଲ ୨୦୨୦ ବିବରଣୀ:

ମହିଳା ଆଇପିଏଲର ଆରମ୍ଭ ଶାରଜାହରେ ହେବ। ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ୩ଟି ଦଳ ଅଛନ୍ତି। ଦଳର ନାମ:- ଭେଲୋସିଟି,ଟ୍ରେଲ୍ବଲେଜର୍ସ ଏବଂ ସୁପରନୋବାଜ। ଏହି ଲିଗ ୪ନଭେମ୍ବରରୁ ଖେଳାଯିବ। ପ୍ରଥମ ମ୍ୟାଚ ସୁପରନୋବାଜ ବନାମ ଭେଲୋସିଟି ଅଛି। ଯାହା ଭାରତୀୟ ସମୟ ୭ଟା ରେ ଆରମ୍ଭ ହେବ।

ଦ୍ୱିତୀୟ ମ୍ୟାଚ ୫ ନଭେମ୍ବର ଭେଲୋସିଟି ବନାମ ଟ୍ରେଲ୍ବଲେଜର୍ସ ମଧ୍ୟରେ ଶାରଜାହରେ ଦୁଇ ପ୍ରହାର ୩.୩୦ ବେଳେ ହେବ। ଏପଟେ ୩ୟ ତଥା ଶେଷ ଲିଗ ମ୍ୟାଚ ଟ୍ରେଲ୍ବଲେଜର୍ସ ବନାମ ସୁପରନୋବାଜ ମଧ୍ୟରେ ୭ ନଭେମ୍ବରକୁ ସନ୍ଧ୍ୟା ୭ଟା ରେ ହେବ। ଅଙ୍କ ତାଲିକାରେ ପ୍ରଥମ ଦୁଇ ଦଳ ଫାଇନାଲ ଖେଳିବେ। ଯାହା ୯ ନଭେମ୍ବରକୁ ଭାରତୀୟ ସମୟ ୭.୩୦ ରେ ଶାରଜାହରେ ଖେଳାଯିବ।

@BCCI
ମହିଳା ଆଇପିଏଲ ୨୦୨୦ ବିବରଣୀ:

୪ ନଭେମ୍ବର :- ସୁପରନୋବାଜ ବନାମ ଭେଲୋସିଟି – ସନ୍ଧ୍ୟା ୭ ଟା – ଶାରଜାହ।

୫ ନଭେମ୍ବର – ଭେଲୋସିଟି ବନାମ ଟ୍ରେଲ୍ବଲେଜର୍ସ – ଦୁଇ ପ୍ରହର ୩.୩୦- ଶାରଜାହ।

୭ ନଭେମ୍ବର – ଟ୍ରେଲ୍ବଲେଜର୍ସ ବନାମ ସୁପରନୋବାଜ – ସନ୍ଧ୍ୟା ୭ଟା – ଶାରଜାହ।

୯ ନଭେମ୍ବର – ଫାଇନାଲ- ସନ୍ଧ୍ୟା ୭ଟା- ଶାରଜାହ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *