୨୦ ଲକ୍ଷ କୋଟିର ଆତ୍ମନିର୍ଭର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦି ।
ଏହି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ । ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ପ୍ୟାକେଜ ଭାରତୀୟ ଜିଡିପିର ପ୍ରାୟ ୧୦ ପ୍ରତିଶତ ବୋଲି କହିଛନ୍ତି ମୋଦି । ଆର୍ଥିକ ପ୍ୟାକେଜ ଚାଷୀ, ଉଦ୍ୟୋଗୀ ସମସ୍ତଙ୍କୁ ସଶକ୍ତ କରିବା ବୋଲି କହିଛନ୍ତି । ସମସ୍ତଙ୍କୁ ଦୃଷ୍ଟିରେ ରଖି ଆର୍ଥିକ ପ୍ୟାକେଜ କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Addressing the nation. https://t.co/Hingkddia3
— Narendra Modi (@narendramodi) May 12, 2020
ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜର ବିସ୍ତାର ସୂଚନା ଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କାଲିଠୁ ପର୍ଯ୍ୟାୟକ୍ରମେ ପ୍ୟାକେଜ ବିଷୟରେ ସୂଚନା ଦିଆଯିବ ।
“ଲକ୍ଡାଉନ୍-୪” ମେ ୧୮ ପୂର୍ବରୁ ହେବ ନିଷ୍ପତି
“ଲକ୍ଡାଉନ୍-୪” ର ସଂକେତ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଲକ୍ଡାଉନ୍-୪ ନୂଆ ପ୍ରକାରର ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ । “ଲକ୍ଡାଉନ୍-୪” ପୁରା ନୂଆ ରଙ୍ଗ ଆଉ ନୂଆ ରୂପ ରେ ଆସିବ । ମେ ୧୮ ପୂର୍ବରୁ “ଲକ୍ଡାଉନ୍-୪” କୁ ନେଇ ସୂଚନା ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ସବୁ ବୈଞ୍ଜାନିକ ଆଉ ଅଭିଜ୍ଞା ଲୋକ ମାନେ କହୁଛନ୍ତି କରୋନା ଲମ୍ବା ସମୟ ପାଇଁ ଆମ ଜୀବନରେ ରହିବ । କିନ୍ତୁ ଆମେ ଏମିତି କରିବନି ଯେ କରୋନା ପୁରା ଆମ ଜୀବନରେ ରହିଯିବ । ଆମେ ସବୁ ସୁରକ୍ଷା କୁ ପାଳନ କରିବା । ଆମେ ମାସ୍କ ପିନ୍ଧିବା, ୨ ଗଜ ଦୂରତା ପାଳନ କରିବା ଆଉ ଆମର ଲକ୍ଷ୍ୟ କୁ ଦୂର କରିବା ନାହିଁ । ଏଥିପାଇଁ ଲକ୍ଡାଉନ୍ ର ଚତୁର୍ଥ, “ଲକ୍ଡାଉନ୍-୪” ପୁରା ନୂଆ ରଙ୍ଗ ଆଉ ନୂଆ ରୂପ ରେ ଆସିବ । ତାକୁ ଆମକୁ ପାଳନ କରିବାକୁ ପଡିବ ।

ରାଜ୍ୟରେ ଆମକୁ ଯାହା ସୁବିଧା ମିଳୁଛି ତାକୁ ଆଧାର କରି “ଲକ୍ଡାଉନ୍-୪” ର ସମସ୍ତ ନିୟମାବଳି ମେ ୧୮ ପୂର୍ବରୁ ମିଳିଯିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ଭାରତୀୟ ଲୋକାଲ ପ୍ରଡକ୍ଟକୁ କିଣନ୍ତୁ । କେବଳ ଲୋକାଲ ଜିନିଷ କିଣିବେନି, ଲୋକାଲ ପ୍ରଡକ୍ଟର ପ୍ରଚାର ବି କରନ୍ତୁ ।
ଲୋକାଲ ପ୍ରଡକ୍ଟ କିଣିବାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶବାସୀ ଆହ୍ୱାନ କରିଛନ୍ତି । ଦେଶର ଉର୍ନତିକୁ ଏକ ନୂଆ ମୋଡ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଦେଶର ଆର୍ଥିକ ସ୍ତିତି ସୁଧୁରିବ ସହିତ ଦେଶର ଉର୍ନତି ବଢିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଥକିଯିବା, ହାରିବା, ଭାଙ୍ଗିବା ମାନବ ଜାତି ପାଇଁ ଗ୍ରହଣୀୟ ନୁହେଁ। ସତର୍କତାର ସହିତ ଏବେ ଏହି କରୋନା ଯୁଦ୍ଧର ସମସ୍ତ ନିୟମ ପାଳନ କରି ବର୍ତ୍ତମାନ ଆମକୁ ଆଗକୁ ବଢ଼ିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି ।
ଆମେ ଯଦି ଦୃଢ ହେବା, କୌଣସି ଲକ୍ଷ ଆମ ପାଇଁ ଅସମ୍ଭବ ନୁହେଁ । ଭାରତ ଆତ୍ମନିର୍ଭର ହେବାକୁ ୫ଟି ସ୍ତମ୍ବ ଗୁରୁତ୍ୱପୁର୍ଣ ବୋଲି କହିଛନ୍ତି ।
୫ଟି ସ୍ତମ୍ବ ଗୁରୁତ୍ୱପୁର୍ଣ ହେଲା:
ଅର୍ଥନୀତି, ଭିତିଭୂମି, ସିଷ୍ଟମ, ଜନସଂଖ୍ୟା ଓ ଡିମାଣ୍ଡ
ଡିମାଣ୍ଡ ପାଇଁ ସପ୍ଲାଏ ଚେନ୍କୁ ମଜଭୁତ କରିବାକୁ ହେବ ବୋଲି କହିଛନ୍ତି ।
“ଲକ୍ଡାଉନ୍-୪”
ସମଗ୍ର ଦେଶରେ ୨୫ ମାର୍ଚ୍ଚରୁ ଲକ୍ଡାଉନ୍ ଲାଗୁ ହୋଇଥିଲା । ମେ ୧୭ ରେ ଲକ୍ଡାଉନ୍ ୩.୦ ସାରିବାକୁ ଯାଉଛି । ସେଥିପାଇଁ କାଲି ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଲକ୍ଡାଉନ୍ ଅବଧିକୁ ବଢାଇବା ପାଇଁ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ “ଲକ୍ଡାଉନ୍-୪” ରେ କଣ ନିଷ୍ପତି ନିଆଯିବ ମେ ୧୮ ପୂର୍ବରୁ ଦେଶକୁ ଅବଗତ କରାଯିବ ।
ଆପଣମାନଙ୍କୁ ଅନୁରୋଧ। ଘରେ ରୁହନ୍ତୁ ଆଉ ସୁରକ୍ଷା ରେ ରୁହନ୍ତୁ ଆଉ କରୋନା ସଂକ୍ରମଣରୁ ରକ୍ଷା ପାଆନ୍ତୁ।