ପିଏମ କିଷାନ ଯୋଜନା କୁ ୨୪ ଫେବୃୟାରୀ ୨୦୧୯କୁ ଉତ୍ତରପ୍ରଦେଶରେ ଆରମ୍ଭ କରାଯାଇଥିଲା । ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟ ଏହି ଯୋଜନାକୁ ଲାଗୁକରିଛି । କେନ୍ଦ୍ର ସରକାର ବର୍ଷକୁ ତିନିଥର କୃଷକଙ୍କୁ ପଇସା ଦେଇଥାନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଦ୍ଵାରା ମୋଦି ସରକାର ଜଲ୍ଦି କୃଷକଙ୍କ ଖାତାରେ ପଇସା ପଠାଇବାକୁ ଯାଉଛନ୍ତି। ଏହି ଯୋଜନା ଅନୁସାରେ ସରକାର ପ୍ରତି ବର୍ଷ ତିନିଥର ବରାବର କିସ୍ତି (୨୦୦୦) ଲେଖା ମୋଟ ୬୦୦୦ ସିଧା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥାନ୍ତି। ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କୋଷାନ ଯୋଜନାରେ ନିଜକୁ ରେଜିଷ୍ଟର କରିଛନ୍ତି ଓ ଏବେ ବି ବ୍ୟାଙ୍କରୁ ମ୍ୟାସେଜ ଆସିନାହିଁ ତ ଆପଣ କିଛି ସେକେଣ୍ଡ ଭିତରେ ଜାଣିପାରିବେ କି ସରକାରଙ୍କ ତରଫରୁ ନୂଆ କିସ୍ତି ପଠାଯାଇଛି ନା ନାହିଁ।ଆପଣ ଘରେ ବସି ପିଏମ କିଷାନ ସଂମାନ ନିଧି ଯୋଜନାର ତାଜା ଲିଷ୍ଟରେ ନିଜ ନାମ ଚେକ କରିପାରିବେ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନା:ଏପରି କରନ୍ତୁ ନିଜ ନାମ ଚେକ:
୧- ସବୁଠୁ ଆଗପ pmkishan.gov.in ୱେବସାଇଟରେ ଲଗ ଇନ କରନ୍ତୁ।
୨-ଉପରେ ଆପଣଙ୍କୁ “Farmers cornrer”ଦେଖାଯିବ ତାହାକୁ କ୍ଲିକ କରନ୍ତୁ।
୩-ତାହା ପରେ “Beneficiary status” ରେ କ୍ଲିକ କରନ୍ତୁ।
୪-ଆଧାର ନମ୍ବର, ଆକାଉଣ୍ଟ ନମ୍ବର ବା ମୋବାଇଲ ନମ୍ବର ଦିଅନ୍ତୁ।
ଏହା ପରେ ଆପଣ ଜାଣିପାରିବେ କି ପିଏମ କିଷାନ ଯୋଜନାରେ ଆପଣଙ୍କ ନାମ ଅଛି ନା ନାହିଁ। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରେଜିଷ୍ଟର ହୋଇଛନ୍ତି ତ ବିବରଣୀ ଦେବା ଦ୍ଵାରା ସରକାରଙ୍କ ତରଫରୁ ପଠାଯାଇଥିବା ସବୁ ତଥ୍ୟ ମିଳିଯିବ। ଏହା ଛଡା କୃଷକ ମୋବାଇଲ ଆପ ବ୍ୟବହାର କରି କିଷାନ ଯୋଜନା ଅନୁସାରେ ପଇସାର ସ୍ଥିତି ଆଧାର କାର୍ଡ ଅନୁସାରେ ଠିକ ନାଁ ,ପଞ୍ଜିକରଣର ସ୍ଥିତି ଓ ଯୋଜନାର ସମସ୍ତ ତଥ୍ୟ ନେଇ ପାରିବେ।

ପଇସା ମିଳିବାରେ ହେଉଛି ଅଶୁବିଧା ତ କରନ୍ତୁ ଏହି କାମ:-
ଯଦି ଆପଣଙ୍କୁ ଏହି ଯୋଜନାରେ କୌଣସି ଅଶୁବିଧା ହେଉଛି ତେବେ ଆପଣଙ୍କ ଲେଖପାଲ ଓ କୃଷି ଅଧିକାରୀଙ୍କ ସହିତ ସମ୍ପର୍କ କରନ୍ତୁ। ଯଦି ସେଠାରୁ ବି କୌଣସି ସହାୟତା ମିଳିଲାନାହିଁ ତ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଦ୍ଵାରା ଜାରୀ ହେଲ୍ପଲାଇନ ନମ୍ବର ୧୫୫୨୬୧ ବା ୧୮୦୦୧୧୫୫୨୬ ସହିତ ସମ୍ପର୍କ କରନ୍ତୁ। ଏହା ଛଡା ଆପଣ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟର ଅନ୍ୟ ନମ୍ବର (୦୧୧-୨୩୩୮୧୦୯୨) ସହିତ ମଧ୍ୟ କଥା ହୋଇପାରିବେ କିନ୍ତୁ ତଥାପି ସର୍ଵ ପ୍ରଥମେ ନିଜ ଆଧାର ଲିଙ୍କ କରନ୍ତୁ।
ତିନୋଟି କିସ୍ତିରେ ମିଳିଥାଏ ପଇସା:-
ପିଏମ କିଷାନ ଯୋଜନାକୁ ୨୪ ଫେବୃୟାରୀ ୨୦୧୯କୁ ଉତ୍ତରପ୍ରଦେଶରେ ଆରମ୍ଭ କରାଯାଇଥିଲା। ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟ ଏହି ଯୋଜନାକୁ ଲାଗୁକରିଛି। କେନ୍ଦ୍ର ସରକାର ବର୍ଷକୁ ତିନିଥର କୃଷକଙ୍କୁ ପଇସା ଦେଇଥାନ୍ତି। କେନ୍ଦ୍ର ସରକାର ତିନୋଟି କିସ୍ତିରେ ଛୋଟ କୃଷକଙ୍କୁ ୬ ହଜାର ଟଙ୍କା ଦେଇଥାନ୍ତି। ପ୍ରଥମ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ଭିତରେ ଆସିଥାଏ। ଦ୍ୱିତୀୟ କିସ୍ତି ଏପ୍ରିଲ ରୁ ୩୧ ଜୁଲାଇ ଓ ତୃତୀୟ କିସ୍ତି ଅଗଷ୍ଟରୁ ୩୦ ନଭେମ୍ବର ଭିତରେ ସିଧା କୃଷକଙ୍କ ଆକାଉଣ୍ଟକୁ ପଠାଇଦିଆଯାଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।