ମୋଦୀ ସରକାର ୪୨ କୋଟି ଗରିବଙ୍କ ପାଇଁ ଘୋଷଣା କଲେ ୫୨ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ।

ମୋଦୀ ସରକାର ୪୨ କୋଟି ଗରିବଙ୍କ ପାଇଁ ଘୋଷଣା କଲେ ୫୨ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା, modi announced 52 thousand crore for poor people, nitidina, news

ଅର୍ଥ ମନ୍ତ୍ରଣାଳୟ ବୁଧବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌(ପିଏମଜିକେପି) ଆଧାରରେ ପ୍ରାୟ ୪୨ କୋଟି ଗରିବଙ୍କ ପାଇଁ ୫୩, ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଉପଲବ୍ଧ କରାଇଛନ୍ତି । ସରକାର ଦୁର୍ବଳ ବର୍ଗଙ୍କୁ କୋଭିଡ୍-୧୯ ସଙ୍କଟରୁ ଆଶ୍ଵସ୍ତି ଦେବା ପାଇଁ ମାର୍ଚ୍ଚ ୨୬ରେ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ପ୍ୟାକେଜ୍‌ରେ ଗରିବଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଏବଂ ମହିଳା, ବୃଦ୍ଧ, କୃଷକ ତଥା ଅନ୍ୟ ବର୍ଗଙ୍କୁ ନଗଦ ସହାୟତା ଉପଲବ୍ଧ କରାଇବା ଲାଗି ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ ପ୍ୟାକେଜ୍‌ର କ୍ଵିୟାନ୍ଵୟନ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ନଜର ରଖୁଛନ୍ତି ।

ବୟାନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଆଧାରରେ ପ୍ରାୟ ୪୨ ହଜାର ଗରିବ ଲୋକଙ୍କୁ ୫୩, ୨୪୮ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି ।

Meghnad Desai writes, 'It has taken the coronavirus crisis to ...
Google

ଏହି କ୍ଷେତ୍ରରେ ମଙ୍ଗଳବାର ସୂଚନା ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପିଏମ-କିଷାନ ଯୋଜନା ଆଧାରରେ ପ୍ରଥମ ଅଗ୍ରୀମ କିସ୍ତି ଭାବେ ୮ କୋଟି ୯୦ ଲକ୍ଷ ଲାଭାର୍ଥୀଙ୍କୁ ୧୬,୩୯୪ କୋଟି ଟଙ୍କା ପୈଠ କରାଯାଇଛି । ସେହି ପରି ଦୁଇଟି କିସ୍ତିରେ ଜନଧନ ଖାତାଧାରୀଙ୍କୁ ୨୦, ୩୪୪ କୋଟି ଟଙ୍କା ଦିଆଯାଛି । ଏହା ବ୍ୟତୀତ ୨,୮୧୪.୫ କୋଟି ଟଙ୍କାରେ ୨.୮୧ କୋଟି ବୃଦ୍ଧ ମହିଳା, ବିଧବା ଓ ଦିବ୍ୟାଗଙ୍କ ଲାଗି ବିତରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଆଧାରରେ ନିର୍ମାଣ କ୍ଷେତ୍ରରେ ୨.୩ କୋଟି ଶ୍ରମିକଙ୍କୁ ୪,୩୧୨ କୋଟି ଟଙ୍କା ସହାୟତା ଉପଲବ୍ଧ କରାଯାଇଛି । ମନ୍ତ୍ରଣାଳୟ ଅନୁସାରେ ଏପ୍ରିଲ ମାସ ପାଇଁ ଅଦ୍ୟାବଧି ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୧ ଲକ୍ଷ ଟନ ଖ୍ୟାଦ୍ୟ ଅନ୍ନ ଖାଦ୍ୟ ଉଠାଯାଇଛି । ଏହି ୩୬ ରାଜ୍ର ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏପ୍ରିଲ ମାସରେ ମୋଟ୍ ୩୬.୬୯୩ ଲକ୍ଷ ଟନ୍ ଖାଦ୍ୟ ଶସ୍ୟ ବିତରଣ କରାଯାଇଛି । ଏଥିରେ ୭୩.୮୬ କୋଟି ଲୋକଙ୍କୁ ଏହାର ଲାଭ ମିଳିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *