ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ପିଏମ ମୋଦିଙ୍କୁ ଏହି ସମ୍ମାନ ଭାରତ-ଆମେରିକାର ରଣନୀତିକ ଭାଗିଦାରୀ ବଢାଇବା ଓ ଭାରତକୁ ବୈଷୟିକ ଶକ୍ତିର ରୂପରେ ପ୍ରକଟିତ କରିବାପାଇଁ ଦିଆଯାଇଛି। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକାରୀ ରବର୍ଟ ସି ଓବ୍ରାୟନ ମୋଦିଙ୍କୁ ଏହି ପୁରସ୍କାର ମିଳିବାର ସୂଚନା ଦେଇଛନ୍ତି ଓ କହିଛନ୍ତି କି ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ଆମେରିକିୟ ସମ୍ମାନ ‘ଲିଜନ ଅଫ ମେରିଟ’ରେ ସମ୍ମାନିତ କରିଛନ୍ତି। ଆମେରିକାରେ ଭାରତୀୟ ରାଜଦୂତ ତରନଜିତ ସିଂହ ସନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ପୁରଷ୍କାର ସ୍ୱୀକାର କରିଛନ୍ତି।

ଓବ୍ରାୟନ ଟ୍ୱିଟ କରି କହିଲେ କି ,’ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଜ ନେତୃତ୍ୱ ଜରିଆରେ ଆମେରିକା-ଭାରତର ରଣନୀତିକ ଭାଗିଦାରୀକୁ ବଢାଇବା ପାଇଁ ଲିଜନ ଅଫ ମେରିଟ ପ୍ରଦାନ କରିଛନ୍ତି।
ଆମେରିକାରେ ଭାରତୀୟ ରାଜଦୂତ ତରନଜିତ ସିଂହ ସନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ପୁରସ୍କାର ସ୍ୱୀକାର କରିଛନ୍ତି।
ପିଏମ ମୋଦିଙ୍କୁ ମିଳିଥିବା ଏହି ସମ୍ମାନକୁ ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ତରଫରୁ ମଧ୍ୟ ପ୍ରତିକ୍ରିୟା ଆସିଛି ଓ ବିଦେଶ ମନ୍ତ୍ରାଳୟ କହିଲା କି ଏ ପଦକ ପିଏମଙ୍କର ଦୃଢ଼ ନେତୃତ୍ୱ,ବୈଷୟିକ ଶକ୍ତି ରୂପରେ ଭାରତର ଉଦୟକୁ ନେଇ ଦୃଷ୍ଟି ଓ ତାଙ୍କ ଦ୍ଵାରା ଭାରତ-ଆମେରିକା ରଣନୀତିକ ଭାଗିଦାରୀର ପ୍ରଗତି ଓ ବୈଷୟିକ ଶାନ୍ତି ଏବଂ ସମୃଦ୍ଧିକୁ ଅଧିକ ଧ୍ୟାନ ଦେବା ପାଇଁ କରାଯାଇଥିବା ଯୋଗଦାନକୁ ମାନ୍ୟତା ଦେଇଛି।

ଆପଣଙ୍କୁ କହିଦେଉଛୁ କି ‘ଲିଜନ ଅଫ ମେରିଟ’ସମ୍ମାନ ଆମେରିକାର ସର୍ବୋଚ୍ଚ ସମ୍ମାନ ଅଟେ। ୨୦ଜୁଲାଇ,୧୯୪୨କୁ ଆମେରିକୀୟ ସଂସଦ ଦ୍ଵାରା ‘ଲିଜନ ଅଫ ମେରିଟ’ ମେଡାଲ ଦେବାର ଆରମ୍ଭ କରାଯାଇଥିଲା। ଏହି ସମ୍ମାନ ଅମେରିକିୟ ସେନା ,ବିଦେଶୀ ସୈନ୍ୟ ସଦସ୍ୟ ଓ ସେହି ରାଜନୀତିକ ବ୍ୟକ୍ତିତ୍ୱଙ୍କୁ ଦିଆଯାଏ। ଯିଏକି ଦେଶ ଓ ଦୁନିଆର ହିତ ପାଇଁ କାମ କରନ୍ତି। ଏହା ସର୍ବୋଚ୍ଚ ସୈନ୍ୟ ପଦକ ମଧ୍ୟରୁ ଏକ ଅଟେ।
‘ଲିଜନ ଅଫ ମେରିଟ ‘ମେଡାଲ ଏକ ଫାଇପ ରେଜ ଥିବା ଧଳା କ୍ରସ ଅଟେ,ଯାହାକୁ ନାଲି ରଙ୍ଗରେ ପୂରଣ କରାଯାଇଛି। ଏଥିରେ୧୩ଟି ଧଳା ତାରା ଥାଏ। ଯାହାର ଆଖ ପାଖରେ ନୀଳ ରଙ୍ଗ ଥାଏ। ଏହି ମେଡାଲରେ ସବୁଜ ରଙ୍ଗର ଫୁଲ ତିଆରି ହୋଇଛି।ଏହା ବହୁତ ହିଁ ସୁନ୍ଦର ମେଡାଲ ଅଟେ। ସେହିପରି ମୋଦିଙ୍କ ପୂର୍ବରୁ ଟ୍ରମ୍ଫ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମରିଶନ ଓ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିନଜୋ ଆବେଙ୍କୁ ମଧ୍ୟ ଏହି ଲିଜନ ଅଫ ମେରିଟରେ ସମ୍ମାନରେ ସମ୍ମାନିତ କରିଥିଲେ ବୋଲି ଜଣା ଯାଇଛି।

ଏହି ଦେଶରୁ ମିଳିଛି ସମ୍ମାନ:
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ କାର୍ଯ୍ୟ ପାଇଁ ବହୁତ ଦେଶର ସର୍ବୋଚ୍ଚ ପୁରସ୍କାର ମିଳିଛି। ଆମେରିକା ଛଡ଼ା ପ୍ରଧାନମନ୍ତ୍ରୀଙ୍କୁ ୨୦୧୬ ରେ ସାଉଦି ଆରବ ତରଫରୁ “ଅର୍ଡର ଅଫ ଅବଦୁଲ ଆଜିଜ ଅଲ ସାଉଦ”,ଷ୍ଟେଟ ଅର୍ଡର ଅଫ ଗାଜି ଆମୀର ଅମନୁଲାନ ଖାନ(୨୦୧୬),ଗ୍ରାଣ୍ଡ କଲର ଅଫ ଷ୍ଟେଟ ଅଫ ପେଲେଷ୍ଟିନ ଆୱାର୍ଡ(୨୦୧୮)।ସଂଯୁକ୍ତ ଆରବ ଅମୀରାତ ଦ୍ୱାରା ୨୦୧୯ରେ ଅର୍ଡର ଅଫ ଯାୟେଦ’ ପୁରଷ୍କାର। ଋଷିଆ ଦ୍ୱାରା ୨୦୧୯ରେ’ଅର୍ଡର ଅଫ ସେନ ଏନଣ୍ଡ୍ରୟୁ’ପୁରଷ୍କାର। ମାଲଦୀବ ଦ୍ୱାରା ୨୦୧୯ରେ ‘ଅର୍ଡର ଅଫ ଦ ଡିଷ୍ଟିଙ୍ଗଗୁଇସଡ଼ ରୁଲ ଅଫ ନିଶାନ ଇଜ୍ଜୁବ୍ଦୀନ ପୁରଷ୍କାରରେ ସମ୍ମାନିତ କରାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।