ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଅଟନ୍ତି ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ହେବା ପରେ ସମ୍ପତ୍ତିରେ ହେଲା ବୃଦ୍ଧି।

ପ୍ରଧାନମନ୍ତ୍ରୀ ଆସିବା ଦିନରୁ ଜନତାମାନଙ୍କ ପାଇଁ କିଛି ନା କିଛି ଘୋଷଣା କରିଆସୁଛନ୍ତି। ନିଜର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନ ନେବା ପିଏମ ମୋଦୀ ଗତ ଦିନମାନଙ୍କରେ ପାରଦର୍ଶିତାର ପାଳନ କରୁଥିବା ବେଳେ ନିଜର ସମ୍ପତ୍ତି ଏବଂ ଋଣ ବିଷୟରେ ଘୋଷଣା କଲେ। ଗତ ୧୫ ମାସରେ ପ୍ରଧାନମନ୍ତ୍ରୀଙ୍କ ଚଳ ସମ୍ପତ୍ତିର ୨୬.୨୬ ଶତକଡାର ବୃଦ୍ଧି ହୋଇଛି। ସିଧା କଥା କହିବାକୁ ଗଲେ ପିଏମଙ୍କର ସମ୍ପତ୍ତି ୩୬.୫୩ଲକ୍ଷ ବଢିଯାଇଛି। କହିଦେଉଛୁ କି ପ୍ରଧାନମନ୍ତ୍ରୀ ନିଜର ଅତ୍ୟାଧିକ ରୋଜଗାର ନିଜର ସେଭିଙ୍ଗ ଆକାଉଣ୍ଟରେ ହିଁ ଜମା କରିଥାନ୍ତି। ମୋଦୀ ସବୁବେଳେ ନିଜ ଦରମାର ଗୋଟେ ଭାଗ ଜମା କରିଆସୁଛନ୍ତି। ତାଙ୍କର ଏହି ସଞ୍ଚୟ ଆଜି ତାଙ୍କ ପାଖରେ ସମ୍ପତ୍ତି ରୂପରେ ଅଛି।

Google

ଗୁଜୁରାଟରେ ଅଛି ୧.୧କୋଟିର ଫ୍ଲାଟ ଏବଂ ଘର:-

କହିଦେଉଛୁ କି ୧୨ ଅକ୍ଟୋବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମ୍ପତ୍ତି ଗୁଡିକ ବିଷୟରେ ବିବରଣୀ ଦେଇଛନ୍ତି,ଯାହା କି ୩୦ ଜୁନ ପର୍ଯ୍ୟନ୍ତ ଅଛି। ଏହା ଦ୍ୱାରା ୧୫ମାସ ମଧ୍ୟରେ ପିଏମଙ୍କର ସମ୍ପତ୍ତି ୧,୩୯,୧୦,୨୬୦ ଟଙ୍କାରୁ ବଢି ୧,୭୫,୬୩,୬୧୮ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଅଛି। ମାନେ ତାଙ୍କର ସମ୍ପତ୍ତି ମୋଟ ୩୬.୫୩ ଲକ୍ଷରୁ ଅଧିକ। ସେଠାରେ,ପ୍ରଧାନମନ୍ତ୍ରୀଙ୍କ ଅଚଳ ସମ୍ପତ୍ତିରେ କିଛି ଉନ୍ନତି ହୋଇନାହିଁ। ପିଏମ ମୋଦୀ ଗୁଜୁରାଟର ଗାନ୍ଧିନଗରରେ ଘର ସହିତ ୧.୧ କୋଟିର ଫ୍ଲାଟ ଥିବାର କୁହାଯାଉଅଛି। ଏହା ଦ୍ୱାରା ପିଏମଙ୍କର ପୂରା ପରିବାର ସହିତ ସେହି ସମ୍ପତ୍ତିରେ ଭାଗ ରହିଅଛି। ରିପୋର୍ଟରେ କୁହାଯାଇଅଛି ପିଏମ ପ୍ରାରମ୍ଭରୁ ଢାଞ୍ଚା ବଣ୍ଡ ,ଏନଏସି ଏବଂ ଜୀବନ ବୀମାର ରୂପରେ ସେଭିଙ୍ଗ କରୁଛନ୍ତି। ରିପୋର୍ଟରେ ଏହା ବି ସାମ୍ନାକୁ ଆସିଛି କି ପିଏମ ମୋଦି ଗତ ୧ ବର୍ଷ ମଧ୍ୟରେ ଏନଏସସିରେ ଅଧିକ ଖର୍ଚ୍ଚ କରିଛନ୍ତି। ଅନ୍ୟ ପଟରେ ତାଙ୍କର ବୀମା ପ୍ରିମିୟମ କମ ହେଉଅଛି।

୩୦ ଶତକଡା କଟିଛି ଦରମା:-

କୋରନା ଭାଇରସ୍ କାରଣରୁ ଦେଶର ଅର୍ଥବ୍ୟବସ୍ଥା ବି ବିଗିଡି ଯାଇଛି। ଯେଉଁ କାରଣରୁ ସରକାର ସବୁ ସାଂସଦମାନଙ୍କର ୩୦ ଶତକଡା ଦରମା କାଟିବାର ପ୍ରସ୍ତାବ ଦେଇଥିଲେ। ଏହା ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦରମାରୁ ମଧ୍ୟ କଟାଯାଉଅଛି।ରିପୋର୍ଟରେ ୩୦ ଜୁନ,୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସେଭିଙ୍ଗ ଆକାଉଣ୍ଟରେ ୩.୩୮ ଲକ୍ଷ ଟଙ୍କା ଥିବାର କଥା କୁହାଯାଇଅଛି। ସେଠାରେ, ଜୁନର ଶେଷ ବେଳେ ୩୧,୪୫୦ ଟଙ୍କା ନଗଦ ପିଏମ ମୋଦି ନିଜ ପାଖରେ ରଖିଥିଲେ।

Google

ସୁନାର କେବଳ ୪ଟି ମୁଦି ଅଛି:-

କଥା ଯଦି କେବଳ ଫିକ୍ସ ଡିପୋଜିଟର କରିବା ତ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ଏହାର ମୂଲ୍ୟ ୧,୨୭,୮୧,୫୭୪ ଟଙ୍କା ଥିଲା। ସେଠାରେ, ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ଲୋନ ନଥିଲା। ନା ତ କିଛି ବକେୟା ଅଛି ଏବଂ ନା ହିଁ କିଛି କାର ଅଛି। ପିଏମ ମୋଦିଙ୍କର ବିଳାଶପୂର୍ଣ ପ୍ରତି କୌଣସି ଆକର୍ଷଣ ନାହିଁ। ସୁନାଗହଣା ନାମରେ ତାଙ୍କ ପାଖରେ କେବେଳ ସୁନାର ୪ଟି ମୁଦି ଅଛି। କହିଦେଉଛୁ ଏହି ୧ ବର୍ଷ ମଧ୍ୟରେ ପିଏମ ମୋଦିଙ୍କ ପାଖରେ ରାଷ୍ଟ୍ରୀୟ ବଚନ ପ୍ରମାଣପତ୍ରର ୭,୬୧,୬୪୬ ଟଙ୍କା ଥିଲା ଏବଂ ଜୀବନ ବୀମା ପ୍ରିମିୟର ରୂପରେ ସେ ୧,୯୦,୩୪୭ ଟଙ୍କା ବି ଦେଇଛନ୍ତି।

Google

କହିଦେଉଛୁ କି ପିଏମ ମୋଦିଙ୍କ ଛଡା ଆଉ ବି କେନ୍ଦ୍ରୀୟ ମନ୍ତ୍ରୀମାନେ ନିଜ ସମ୍ପତ୍ତିର ବିବରଣୀ ଦେଇଛନ୍ତି। କହୁଛୁ,ନିଜ ସମ୍ପତ୍ତିର ସର୍ବଜାନିକ ସୂଚନା ଦେବାର ପ୍ରଥମ ବର୍ଷ ୨୦୦୪ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *