ପ୍ରଧାନମନ୍ତ୍ରୀ ମୋଦି କଲେ କେବିନ ପିଟରସନଙ୍କ ଟ୍ୱିଟରେ ରିପ୍ଲାଏ, କମେଣ୍ଟ ଆସିଲା ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଇଂଲଣ୍ଡର ପୂର୍ବ ଅଧିନାୟକ କେବିନ ପିଟରସନ କରୋନା ଭାକ୍ସିନକୁ ଦକ୍ଷିଣ ଆଫ୍ରିକା ପହଞ୍ଚାଇଥିବା କାରଣରୁ ଭାରତର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେବିନ ପିଟରସନଙ୍କ ଭାରତ ପ୍ରତି ସ୍ନେହ ଦେଖି ଖୁସି ହୋଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିହାନାଙ୍କ ଟ୍ୱିଟର ରିପ୍ଲାଏ ଦାବିକରାଯାଇଥିଲା। ପୋପ ଷ୍ଟାର ରିହାନା ଓ ଜଳବାୟୁ କାର୍ଯ୍ୟକର୍ତା ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଛନ୍ତି।

Google

୧ ଫେବୁଆରୀକୁ ବିଦେଶୀ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏକ ଫଟୋ ସହ ଟ୍ୱିଟ କରିଥିଲେ। ସେହି ଫଟୋରେ ବାୟୁ ବିମାନରୁ କରୋନା ଭାକ୍ସିନ ଓହ୍ଲାଯାଉଥିଲା। କେନ୍ଦ୍ରୀୟ ମନ୍ତ୍ରୀ ଫଟୋର କ୍ୟାପସନରେ ଲେଖିଥିଲେ,” ଏହା ସହିତ ଭାରତରେ ପ୍ରସ୍ତୁତ କରୋନା ଭାକ୍ସିନ ଦକ୍ଷିଣ ଆଫ୍ରିକାର ଜୋହାନିସବର୍ଗରେ ପହଁଚିଯାଇଅଛି”। କେବିନ ପିଟରସନ ଏସ ଜୟଶଙ୍କରଙ୍କର ଏହି ଟ୍ୱିଟର ଜବାବରେ ଲେଖିଛନ୍ତି,”ଦିନକୁ ଦିନ ଭାରତୀୟଙ୍କ ଦୟାଳୁତା ବଢିବାରେ ଲାଗୁଛି। ସୁନ୍ଦର ଦେଶ”। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟରେ ରିଟ୍ୱିଟ କରି ଲେଖିଛନ୍ତି,”ଭାରତ ପ୍ରତି ଆପଣଙ୍କ ସ୍ନେହ ଦେଖି ବହୁତ ଖୁସି ଲାଗୁଛି। ଆମେ ମାନୁକି ଏହି ଦୁନିଆ ଆମ ପରିବାର ଭଳି ଅଟେ ଓ ଆମେ କୋଭିଡ଼-୧୯ ଲଢେଇରେ ନିଜ ଭୂମିକା ନିଭାଇବା ପାଇଁ ଇଛୁକ”।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେହି ରିଟ୍ୱିଟରେ ଜଣେ ୟୁଜର ରିହାନା ଵାଲା ଟ୍ୱିଟକୁ ଟ୍ୟାଗ କରି ଲେଖିଛନ୍ତି,”ଏହି ଟ୍ୱିଟର ମଧ୍ୟ ରିପ୍ଲାଏ ଦିଅନ୍ତୁ ମୋଦି ଜି”। ଏହା ଛଡା ଆଉ ମଧ୍ୟ କିଛି ଲୋକ ଏହା ଉପରେ ନିଜ ରାୟ ଦେଉଛନ୍ତି।ଅନେକ ପ୍ରକାର ମେସେଜ ବି ସେୟାର କରାଯାଉଛି।

କେବିନ ପିଟରସନଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଥିଲା ଓ ପରେ ସେ ଇଂଲଣ୍ଡ ଚାଲିଯାଇଥିଲେ। ସେ ଇଂଲଣ୍ଡ କ୍ରିକେଟ ଟିମରେ ଅଧିନାୟକତ୍ୱ କରିଛନ୍ତି କିନ୍ତୁ ପିଟରସନଙ୍କ ଭାରତକୁ ଏପରି ପ୍ରଶଂସା କରିବା ଦେଖି କିଛି ଖରାପ ଲୋକ ଓ ପାକିସ୍ତାନୀ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ସେମାନେ କେବିନ ପିଟରସନଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି।

କହିରଖିବୁକି ଭାରତ ଅନେକ ଦେଶକୁ କରୋନା ଭାକ୍ସିନ ସପ୍ଲାଏ କରୁଛି। ଯାହା ଦ୍ୱାରା ସେହି ଦେଶ ମାନେ ବି ଯେପରି ଏହି ମହାମାରି ସହ ସଫଳତା ସହିତ ଲଢ଼ିପାରିବେ।ବର୍ତ୍ତମାନ ଭାରତକୁ ଦୁନିଆସାରା ପ୍ରଶଂସା କରାଯାଉଛି।ପାକିସ୍ତାନକୁ ମଧ୍ୟ ସଂଯୁକ୍ତ ରାଷ୍ଟ୍ରର ଟୀକାକରଣ ଗଣ୍ଠବନ୍ଧନ ଚୁକ୍ତି ଅନୁସାରେ ଭାରତର ନିର୍ମିତ କୋଭିଲିଲ୍ଡର ୧୭ ମିଲିୟନ ଡୋଜ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *