ଦେଶର ପ୍ରଧାନମନ୍ତ୍ରୀ ମୋଦି ନୂଆ ବର୍ଷରେ ଗରିବମାନଙ୍କର ଖୁସିର ଆଭାସ ଦେଇଛନ୍ତି। ଗତ ଶୁକ୍ରବାରକୁ ମୋଦି ୬ଟି ସହରରେ ଗରିବମାନଙ୍କୁ ତାଙ୍କ ନିଜର ଘର ଦେବା ଯୋଜନାର ଶୀଳାନାଶ୍ୟ କରିଛନ୍ତି। ଏହି ଯୋଜନାର ନାମ ‘ଲାଇଟ ହାଉସ ପ୍ରୋଜେକ୍ଟ’ରଖା ଯାଇଛି। ସୂଚନା ଅନୁସାରେ ଏହି ଯୋଜନାର ଲାଭ ଏହି ସହରମାନଙ୍କୁ ମିଳିବ-ଇନନ୍ଦୋର,ଚେନ୍ନାଇ, ରାଞ୍ଚି,ଅଗରତାଲା, ଲଖନଉ, ଓ ରାଜକୋଟ। ଆସନ୍ତୁ ଜାଣିବା ଏହି ଯୋଜନାର ଅନ୍ତର୍ଗତରେ କଣ ଓ କିପରି ଫାଇଦା ମିଳିବ।

ନୂଆ ବର୍ଷରେ ଖୁସିର ଆଭାସ-ପ୍ରଧାନମନ୍ତ୍ରୀ:
ଗତ ଶୁକ୍ରବାରକୁ ପ୍ରଧାନମନ୍ତ୍ରୀ ମୋଦି ସହରରେ ରହୁଥିବା ଗରିବଲୋକଙ୍କ ପାଇଁ ତାଙ୍କ ନିଜ ଘର ଯୋଜନାର ଶୀଳାନାଶ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମର ଆୟୋଜନ ଭିଡିଓ କନ୍ଫରେସିଂ ଜରିଆରେ ହୋଇଛି, ଯେଉଁଥିରେ ମୋଦି ୬ଟି ରାଜ୍ୟରେ ଗ୍ଲୋବାଲ ହଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆର ଅନ୍ତର୍ଗତ ‘ଲାଇଟ ହାଉସ’ ପରିଯୋଜନାର ରୂପରେଖ ପ୍ରଘଟ କରିଛନ୍ତି।
ଆପଣଙ୍କୁ କହିଦେଉଛୁ ଏହି ଯୋଜନାର ଅନ୍ତର୍ଗତ ମୋଦି ସରକାରଙ୍କ ଦ୍ଵାରା ଇନନ୍ଦୋର,ଚେନ୍ନାଇ, ରାଞ୍ଚି,ଅଗରତାଲା, ଲଖନଉ, ଓ ରାଜକୋଟରେ ୧,୦୦୦-୧,୦୦୦ରୁ ଅଧିକ ସଂଖ୍ୟାରେ କୋଠାଗୁଡିକର ନିର୍ମାଣ କରାଯିବ।
ପାଞ୍ଚ ଲକ୍ଷରେ ଘର ହୋଇଯିବ ଆପଣଙ୍କର:
ସୂଚନା ଅନୁସାରେ ଏହି ଯୋଜନାକୁ ସବୁଜ ନିର୍ମାଣ ପ୍ରଣାଳୀରେ ସମ୍ପୂର୍ଣ୍ଣ ପୁରା କରାଯିବ। ଯେଉଁଠାରେ ଏହି ଯୋଜନାର ଫାଇଦା ଆର୍ଥିକ ରୂପରେ ଦୁର୍ବଳ ବର୍ଗର ଲୋକଙ୍କୁ ଦିଆଯିବ। ଯେଉଁଥିପାଇଁ ସହର ଅଞ୍ଚଳରେ ଗରିବଲୋକଙ୍କୁ ମାତ୍ର ୫ ଲକ୍ଷ ଟଙ୍କା ପାଖାପାଖି ଦେବାକୁ ହେବ,ଯେଉଁଠାରେ ୪୧୫ ବର୍ଗ ଫୁଟର ଫ୍ଲାଟ ଦିଆଯିବ।
PM Modi lays foundation stone of Light House Projects (LHPs) under Global Housing Technology Challenge-India . LHPs will be constructed at Indore,Rajkot, Chennai, Ranchi, Agartala & Lucknow,comprising about 1,000 houses at each location along with allied infrastructure facilities pic.twitter.com/wf6Q7WPLF9
— ANI (@ANI) January 1, 2021
ଏତିକି ହେବ ଘରର ମୂଲ୍ୟ:
ରିପୋର୍ଟ ଅନୁସାରେ ଲାଇଟ ହାଉସ ଯୋଜନା ଅନ୍ତର୍ଗତରେ ମିଳିବାକୁ ଥିବା ଫ୍ଲାଟର ମୂଲ୍ୟ ୧୨.୫୯ ଲକ୍ଷ ଟଙ୍କା ହେବ।ଯେଉଁଥିରେ ଲାଭାର୍ଥୀଙ୍କୁ ପ୍ରାୟ ସାଢ଼େ ଚାରି ଲକ୍ଷରେ ହିଁ ଫ୍ଲାଟ କରିଦିଆଯିବ। ଆପଣଙ୍କୁ କହିଦେଉଛୁ ଏହି ଯୋଜନାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ୭.୮୩ ଲକ୍ଷର ଅନୁଦାନ ରାଶି ଦିଆଯିବ,ଯେଉଁଥିରେ ଲାଭାର୍ଥୀଙ୍କୁ ଅଧାରୁ ବି କମ ମୂଲ୍ୟରେ ଫ୍ଲାଟ ପ୍ରାପ୍ତ ହୋଇଯିବ। ଏହି ଯୋଜନାର ଅନ୍ତର୍ଗତରେ ଘରଗୁଡିକର ବଣ୍ଟନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତରେ ହେବ।
ଯଦି କଥା ହେବା ଏହି ଯୋଜନାରେ ମିଳିବାକୁ ଥିବା ଘରର ଗୁଣବତ୍ତା ବିଷୟରେ ତେବେ,ମୋଦି ସରକାରଙ୍କ ତରଫରୁ ଦିଆଯିବାକୁ ଥିବା ଘରଗୁଡିକରେ ୩୪.୫୦ ବର୍ଗ ମିଟର କାର୍ପେଟ ଏରିଆ ହେବ,ଯାହା ସହିତ ୧୪ ମାହାଲା ଟାୱାର ହେବ। ଏହି ଯୋଜନାରେ ୧୦୪୦ ଫ୍ଲାଟ ତିଆରି କରାଯିବ ଯାହା ୪୧୫ ବର୍ଗ ଫୁଟର ହେବ ଫ୍ଲାଟ। ଏହି ଯୋଜନାର ଅନ୍ତର୍ଗତରେ ଏକ ବର୍ଷ ମଧ୍ୟରେ ଫ୍ଲାଟ ବାଣ୍ଟି ଦିଆଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।