ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ସନ୍ଦେଶ ଦେବା ସମ୍ଭାବନା । ଲକ୍ଡାଉନ୍କୁ ନେଇ କରିପାରନ୍ତି କିଛି ବଡ ଘୋଷଣା । କିଛି ଅଲଗା ନିୟମ ଲାଗୁକରାଯିବା ନେଇ କରିପାରନ୍ତି ଘୋଷଣା ।
ମେ ୧୭ ପରେ ଲକ୍ଡାଉନ୍ ର କଣ ହେବ ରୂପରେଖ ? ଆଜି କିଛି ବଡ ଘୋଷଣା କରିବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ?
Shri @narendramodi will be addressing the nation at 8 PM this evening.
— PMO India (@PMOIndia) May 12, 2020
ଗତକାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଲକ୍ଡାଉନ୍କୁ ବଢାଇବା ନେଇ କିଛି ରାଜ୍ୟ ପ୍ରସ୍ତାବ ଦେଇଛନ୍ତି । ମେ ୧୭ ରେ ସରୁଥିବା ଲକ୍ଡାଉନ୍କୁ ନେଇ ମଧ୍ୟ୍ୟ କିଛି କହିପାରନ୍ତି । ଲକ୍ଡାଉନ୍ ୩.o ପରେ କଣ ହେବ ତାକୁ ନେଇ ସ୍ପଷ୍ଟ କରିପାରନ୍ତି ଆଜି । ରାତି ୮ ଟାରେ ସମ୍ବୋଧନ ନେଇ PMO ପକ୍ଷରୁ ଟୁଇଟ ସୂଚନା । କଉଠି କଉଠି ଛାଡ଼ ହବ ଲକ୍ଡାଉନ୍ କଉଠି କଟକଣା କୋହଳ ହେବ କଉଠି କଟକଣା ରହିବ ସେ ବିଷୟରେ କହିପାରନ୍ତି । ଟ୍ରେନ୍ ଚଳାଚଳ କୁ ନେଇ ମଧ୍ୟ୍ୟ କିଛି କହିପାରନ୍ତି ମୋଦି ।

ଦେଶରେ କରୋନାକୁ ନେଇ ବହୁତ ହଇରାଣ ହେଉଥିବା ବେଳେ କିଛି ଉପାୟ ନାହିଁ କି କିଛି ଔଷଧ ବାହାରିପାରିନି । ସମସ୍ତେ କରୋନା ବିରୋଧରେ ଲଢେଇ କରୁଥିବା ବେଳେ ସେମାନଙ୍କ ମନୋବଳ କୁ ଦୃଢ କରିବା ପାଇଁ ଆଗରୁ ବି ସମ୍ବୋଧନ କରିଛନ୍ତି । ଦେଶରେ ଅର୍ଥନୀତି ର ଅବସ୍ଥା ବହୁତ ଖରାପ ଆଡକୁ ଯାଉଥିବାବେଳେ, ଲୋକମାନଙ୍କ ପାଖରେ ରୋଜଗାର ନାହିଁ । କାମ ନଥିବାରେ ଶ୍ରମିକ ମାନେ ମଧ୍ୟ୍ୟ ବହୁତ ଅସୁବିଧାରେ ସମୁଖୀନ ହେଉଛନ୍ତି । ତେବେ ଏବେ ଲକ୍ଡାଉନ୍ କୁ କଣ ପଦକ୍ଷେପ ନେଉଛନ୍ତି ତାକୁ ଜଣ ପଡିବ ପରେ ଆଜି । ଆଜି କରିପାରନ୍ତି କିଛି ବଡ ଘୋଷଣା ପ୍ରଧାନମନ୍ତ୍ରୀ ମୋଦି ।
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୦,୭୫୬ ରେ ପହଁଚିଛି । ୨୨,୪୫୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ, ୨,୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୨୪ ଘଣ୍ଟାରେ ୮୭ ଜଣଙ୍କର ମୃତ ହୋଇଛି ।
ଆପଣମାନଙ୍କୁ ଅନୁରୋଧ। ଘରେ ରୁହନ୍ତୁ ଆଉ ସୁରକ୍ଷା ରେ ରୁହନ୍ତୁ ଆଉ କରୋନା ସଂକ୍ରମଣରୁ ରକ୍ଷା ପାଆନ୍ତୁ।